ବିଜିପୁର ରଥ ସାହିରୁ ବିରଳ ଆଲବିନୋ କମନ ଉଲ୍‌ଫ(ଚିତି) ସାପ ଉଦ୍ଧାର ହୋଇଛି

Feb 24, 2026 - 23:21
 0  5
ବିଜିପୁର ରଥ ସାହିରୁ ବିରଳ ଆଲବିନୋ କମନ ଉଲ୍‌ଫ(ଚିତି) ସାପ ଉଦ୍ଧାର ହୋଇଛି

ସୋମବାର ବିଳମ୍ବିତ ରାତିରେ ସାହିର ଜନୈକ ବ୍ୟକ୍ତିଙ୍କ ଘରୁ ସାପକୁ ସ୍ନେକ ହେଲ୍ପ ଲାଇନ୍ ସଂଯୋଜକ ସ୍ବାଧୀନ ସାହୁ ଉଦ୍ଧାର କରିଛନ୍ତି । ମଙ୍ଗଳବାର ଡିଏଫ୍‌ଓ ସନି ଖୋଖରଙ୍କ ପରାମର୍ଶକ୍ରମେ ସାପଟିକୁ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଛି। ସୂଚନା ମୁତାବକ, ସୋମବାର ରାତିରେ ରଥ ସାହିର ନଳୀନି ପଣ୍ଡାଙ୍କ ଘର ବାଡ଼ିରେ ପାଚେରି ଉପରେ ସାପଟିଏ ଥିବା ପରିବାର ସଦସ୍ୟ ଦେଖୁଥିଲେ । ତାହାକୁ ଉଦ୍ଧାର କରିବାକୁ ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ । ସ୍ବାଧୀନ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। କିନ୍ତୁ ସାପଟି ଦେଖିବାକୁ ପୁରା ଭିନ୍ନ ରହିଥିଲା। ସାପଟିର ଶରୀର ରଙ୍ଗ ପୁରା ଧଳା ରହିଥିଲା। ଆଖ୍ ଦେଖୁବାକୁ ଲାଲ୍। ଏ ନେଇ ସ୍ବାଧୀନ କହିଛନ୍ତି, ଏହା କମନ ଉଲଫ୍(ଚିତି) ସାପ। କିନ୍ତୁ ଆଲବିନୋ। ସହରରେ ସବୁଠି ଏହି ପ୍ରଜାତିର ଚିତି ସାପ ମିଳୁଛି । କିନ୍ତୁ ଆଲବିନୋ ମିଳିବା ବିରଳ। ସାପଟି ଅଣ୍ଡାରେ ରହିଥ‌ିବା ସମୟରେ ଏକ ନିର୍ଦ୍ଦିଷ୍ଟ ରୋଗ କାରଣରୁ ଏହି ପରି ଧଳା ରଙ୍ଗ ହୋଇଥାଏ। ସାପଟିର ଲମ୍ବ ପାଖାପାଖୂ ୨ ଫୁଟ ରହିଥ‌ିବା ସେ କହିଛନ୍ତି।

ଗଞ୍ଜାମ ଜିଲ୍ଲା ପ୍ରତିନିଧି ସୁଭଦ୍ରା ଶୁକ୍ଳା ଙ୍କ ରିପୋର୍ଟ ଫାଷ୍ଟ୍ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ