PWD ମୁଖ୍ୟ ରାସ୍ତା ଉପରେ ଶୁଖିଲା ଆମ୍ବଗଛ, ଦୁର୍ଘଟଣା ଆଶଙ୍କା:ଗଛ ହଟାଇବାକୁ ବନ ବିଭାଗକୁ ସରପଞ୍ଚଙ୍କ ଦାବିପତ୍ର
କୋଟଗଡ଼, ୩୧/୮ (ଫାଷ୍ଟ ନ୍ୟୁଜ୍ ଓଡ଼ିଶା): କନ୍ଧମାଳ ଜିଲା କୋଟଗଡ଼ବ୍ଲକ୍ ମହକୁମା ଠାରୁ ସୁବର୍ଣ୍ଣଗିରି ଯାଇଥିବା PWD ମୁଖ୍ୟ ରାସ୍ତା ଉପରେ ବତିଟଟା ସ୍ଥାନରେ ଏକ ବିରାଟ ଆମ୍ବ ଗଛ ଶୁଖିଲା ଅବସ୍ତାରେ ଆମ୍ବଗଛ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ରାସ୍ତା ଉପରକୁ ଗଛଟି ଭାଙ୍ଗି ପଡ଼ିବାର ଆଶଙ୍କା ଥିବାରୁ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି ଏହି ସ୍ଥାନରେ ଦୁର୍ଘଟଣା ନେଇ ଆଶଙ୍କା ପ୍ରକାଶ ପାଇଛି। କିଛି ଦିନ ପୂର୍ବେ ଫିରିଙ୍ଗିଆରେ ଗୋଟିଏ ଶୁଖିଲା ଗଛ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ତାହା ମନେ ପକାଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ଗଛଟିକୁ ତୁରନ୍ତ ହଟାଇବା ପାଇଁ ଗୁଗୁରୁମାହା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀ ମଶେଷ କାର୍ଜିମାଝୀ ଏହି ରାସ୍ତା ଦେଇ ପ୍ରତିଦିନ ସହ ସହ ଯାତ୍ରୀବାହୀ ବସ୍ ଗୁଡ଼ିକ ଯାତାୟତ କରୁଥିବା ମଧ୍ଯ ସୂଚନା ମିଳିଛି ଏଣୁ କୋଟଗଡ଼ ବନ ବିଭାଗ କାର୍ଯ୍ୟାଳୟରେ ଏହି ବିରାଟ ଶୁଖିଲା ଆମ୍ବ ଗଛ କୁ ମୁଖ୍ୟ ରାସ୍ତା ରୁ କାଟି ହଟାଇବା ପାଇଁ ଗୁଗୁରୁମାହା ପଞ୍ଚାୟତ ସରପଞ୍ଚ ମଶେଶ କାର୍ଝିମାଝୀ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ବନ ବିଭାଗ ଅଧିକାରୀ ଏବଂ ସୁବର୍ଣ୍ଣଗିରି ଫରେଷ୍ଟରଙ୍କୁ ମଧ୍ୟ ଅବଗତି କରାଯାଇଥିବା ସରପଞ୍ଚ କହିଛନ୍ତି।ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଶୁଖିଲା ଗଛଟିକୁ ଶୀଘ୍ର ହଟାଇ ରାସ୍ତାକୁ ଯାତାୟାତ ପାଇଁ ସୁରକ୍ଷିତ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଥିବା ସରପଞ୍ଚ ସୂଚନା ଦେଇଛନ୍ତି। ତେବେ ଦୁର୍ଘଟଣା ଘଟିବା ପୂର୍ବରୁ ଗଛଟିକୁ ହଟାଇବାକୁ ସ୍ଥାନୀୟ ଲୋକେ ମଧ୍ୟ ଦାବି କରିଛନ୍ତି।
ବାଲିଗୁଡ଼ା ଉପଖଣ୍ଡ ସ୍ତରୀୟ ପ୍ରତିନିଧି ସଲମନ୍ ବିନ୍ଧାଣୀ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0