ହୃଦଘାତ ରେ ସୁବାଷ ଅଗ୍ରୱାଲ ଙ୍କ ପରଲୋକ

Jun 1, 2026 - 16:42
 0  131
ହୃଦଘାତ ରେ ସୁବାଷ ଅଗ୍ରୱାଲ ଙ୍କ ପରଲୋକ

ନୂଆପଡା : ବୋଡେ଼ନ ସହର ର ଜଣେ ଜଣା ଶୁଣା ବ୍ୟକ୍ତି ସୁଭାଷ ଅଗ୍ରୱାଲ (65)ଙ୍କର ରବିବାର ରାତ୍ରରେ ହୃଦଘାତ ରେ ମୃତ୍ୟୁ ହୋଇଯାଇଛି l ସେ ଜଣେ ଦକ୍ଷ ସଂଗଠକ, ସମାଜସେବୀ, ମିଷ୍ଟଭାସି, ମେଳାପୀ ଓ ବନ୍ଧୁପ୍ରିୟ ଲୋକ ହୋଇଥିବାରୁ ତାଙ୍କ ବିୟୋଗ ରେ ସମଗ୍ର ବୋଡେ଼ନ ଅଂଚଳରେ ଶୋକର ଛାୟା ଖେଳି ଯାଇଛି l ଆଜି ତାଙ୍କର ପାର୍ଥିବ ଶରୀର କୁ ଶେଷ ଦର୍ଶନ ପରେ ବନ୍ଧୁ ବାନ୍ଧବ ଗହନ ରେ ଗାଁ ମଶାଣିରେ ତାଙ୍କ ବଡପୁଅ ଅମିତ ଅଗ୍ରୱାଲ ମୁଖାଗ୍ନି ଦେଇ ଶେଷ କୃତ୍ୟ ସମ୍ପନ୍ନ କରିଛନ୍ତି l ସେ ସ୍ବର୍ଗୀୟ ଜୟନାରାୟଣ ଅଗ୍ରୱାଲ ଙ୍କର ସୁପୁତ୍ର ଥିଲେ l ତାଙ୍କ ମୃତ୍ୟୁ ଖବର ଶୁଣି ବିଭିନ୍ନ ମହଲ ରୁ ପରିବାର ବର୍ଗଙ୍କୁ ସାନ୍ତ୍ୱନା ବାର୍ତ୍ତା ପହଂଚି ବାରେ ଲାଗିଛି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 3
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ