ମାନସିକ ରୋଗାକ୍ରାନ୍ତ ଯୁବକ ଉଦ୍ଧାର

Oct 17, 2026 - 20:46
Oct 17, 2026 - 21:43
 0  46
ମାନସିକ ରୋଗାକ୍ରାନ୍ତ ଯୁବକ ଉଦ୍ଧାର

ଝାରସୁଗୁଡା,୧୭।୧୦(ଫାଷ୍ଟ ନ୍ୟୁଜ ଓଡିଶା): ଝାରସୁଗୁଡ଼ା: ଜିଲ୍ଲା ପ୍ରଶାସନର ସୂଚନାକ୍ରମେ ମିଶନ ଆଶାଲୋକ-୧ର ଉଦ୍ଧାରକାରୀ ଦଳ କୋଲାବିରା ପୁଲିସର ସହଯୋଗରେ ଝାରସୁଗୁଡ଼ା ଜିଲ୍ଲାର ଗମ୍ହାପାଲି ଗ୍ରାମରୁ ସିବେଶ୍ୱର ମୁଣ୍ଡା ନାମକ ଜଣେ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ତାଙ୍କ ଘରୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ତାଙ୍କୁ ଆବଶ୍ୟକ ଯତ୍ନ, ସୁରକ୍ଷା ଓ ଉପଯୁକ୍ତ ଚିକିତ୍ସା ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ସମ୍ପୃକ୍ତ ଅନୁଷ୍ଠାନରେ ଭର୍ତ୍ତି କରାଯାଇଛି। ଏହି ଉଦ୍ଧାର କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ଓ କୋଲାବିରା ପୁଲିସର ସହଯୋଗ ରହିଥିଲା। ଅସହାୟ ତଥା ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ଉଦ୍ଧାର କରି ସେମାନଙ୍କୁ ଉପଯୁକ୍ତ ଯତ୍ନ, ସହାୟତା ଓ ଚିକିତ୍ସା ସୁବିଧା ଯୋଗାଇଦେବା ଦିଗରେ ମିଶନ ଆଶାଲୋକ-୧ର ଏହି ପଦକ୍ଷେପ ଏକ ମାନବିକ ପ୍ରୟାସ ଭାବେ ବିବେଚିତ ହେଉଛି।

 ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ