ନୂଆପଡ଼ାରେ ଜୀବିକା ମିଶନ ସମୀକ୍ଷା: ବ୍ୟାଙ୍କ ଲିଙ୍କେଜରେ ୧୩୭% ସଫଳତା, ୭୭ ପ୍ରବାସୀ ପରିବାରକୁ ୮.୧୫ ଲକ୍ଷ ଟଙ୍କା ସହାୟତା

Apr 15, 2026 - 19:27
 0  2
ନୂଆପଡ଼ାରେ ଜୀବିକା ମିଶନ ସମୀକ୍ଷା: ବ୍ୟାଙ୍କ ଲିଙ୍କେଜରେ ୧୩୭% ସଫଳତା,  ୭୭ ପ୍ରବାସୀ ପରିବାରକୁ ୮.୧୫ ଲକ୍ଷ ଟଙ୍କା ସହାୟତା

ନୂଆପଡ଼ା ଜିଲ୍ଲାରେ ଓଡ଼ିଶା ଜୀବିକା ମିଶନ (ଓଏଲଏମ) ଓ ମିଶନ ଶକ୍ତିର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ୟାଙ୍କ ଲିଙ୍କେଜ କ୍ଷେତ୍ରରେ ଜିଲ୍ଲାର ଅଗ୍ରଗତି ସନ୍ତୋଷଜନକ ଥିବା ପ୍ରକାଶ ପାଇଥିଲା। ମୋଟ ୫୪୪୦ ଟି ଭୌତିକ (physical) ଲକ୍ଷ୍ୟ ଥିଲାବେଳେ ୫୯୫୮ ଟି ସାଧନ କରାଯାଇ ୧୦୯.୫୨% ଅଗ୍ରଗତି ହୋଇଛି। ଅର୍ଥିକ ଲକ୍ଷ୍ୟ ୨୨୧୫୪ ଲକ୍ଷ ଟଙ୍କା ଥିଲାବେଳେ ୩୦୩୬୯ ଲକ୍ଷ ଟଙ୍କା ସାଧନ କରାଯାଇ ୧୩୭ % ଅଗ୍ରଗତି ହାସଲ ହୋଇଛି। ଆବେଦନ ସ୍ପନସର କ୍ଷେତ୍ରରେ ମୋଟ ୬୭୩୪ ଟି ଆବେଦନ ସ୍ପନସର ହୋଇଥିବା ସହିତ ୪୨୧୫୬ ଲକ୍ଷ ଟଙ୍କାର ଅର୍ଥିକ ସଂପୃକ୍ତି ହୋଇଛି ଏବଂ ୭୭୬ ଟି ଆବେଦନ ବ୍ୟାଙ୍କରେ ଅପେକ୍ଷାରତ ରହିଛି। ଜିଲ୍ଲାର ସର୍ବମୋଟ ଏଭରେଜ୍‌ ଲୋନ ସାଇଜ ୫.୧ ଲକ୍ଷ ଟଙ୍କା ରହିଛି। ମାର୍ଚ୍ଚ ମାସରେ ସର୍ବମୋଟ ୭୭ଗୋଟି ପ୍ରବାସୀ ଶ୍ରମିକ ପରିବାରକୁ ୮ ଲକ୍ଷ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଏଥିରେ ବୋଡେନ ବ୍ଲକରେ ୧୭ଟି ପରିବାରକୁ ୧.୬୦ ଲକ୍ଷ ଟଙ୍କା, ଖରିଆରରେ ୧୦ଟି ପରିବାରକୁ ୧.୨୫ ଲକ୍ଷ ଟଙ୍କା, କୋମନାରେ ୨୦ଟି ପରିବାରକୁ ୨.୩୦ ଲକ୍ଷ ଟଙ୍କା, ନୂଆପଡ଼ାରେ ୨୫ଟି ପରିବାରକୁ ୨.୫୦ ଲକ୍ଷ ଟଙ୍କା ଏବଂ ସିନାପାଳିରେ ୫ଟି ପରିବାରକୁ ୫୦ ହଜାର ଟଙ୍କା ସହାୟତା ଦିଆଯାଇଛି। ବୈଠକରେ SHG ଓ CLF ପ୍ରୋଫାଇଲ ଅପଡେଟ, PLD ଚିହ୍ନଟ, ଡିଜିଟାଲ ଆଜୀବିକା ରେଜିଷ୍ଟର, GPLF ଟ୍ରାଞ୍ଜାକ୍ସନ୍‌, ଆର୍ଥିକ ସମାବେଶ, ବ୍ୟକ୍ତିଗତ ଉଦ୍ୟମ ଋଣ, ମିଶନ ଶକ୍ତି ରିଟେଲ ମାର୍ଟ ଇତ୍ୟାଦି ବିଷୟରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ବ୍ୟାଙ୍କ ଲିଙ୍କେଜକୁ ଆହୁରି ସୁଦୃଢ଼ କରିବା, ଅପେକ୍ଷାରତ ଆବେଦନଗୁଡ଼ିକୁ ଶୀଘ୍ର ସମାଧାନ କରିବା ସହିତ ପ୍ରବାସୀ ଶ୍ରମିକ ପରିବାରମାନଙ୍କୁ ଅଧିକ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁନୀଲ କୁମାର ମଲ୍ଲିକ, ଲିଡ ବ୍ୟାଙ୍କ ମ୍ୟାନେଜର ହରିଶଙ୍କର ନିଆଲ, ବ୍ଲକ ପ୍ରକଳ୍ପ ସଂଯୋଜକ ଧନୀରାମ ସବର ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ