ଅଗଷ୍ଟ ୨୧ରୁ ୨୩ ରେ ଅନୁଷ୍ଠିତ ହେବ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସମାଧାନ ସମାରୋହ

Jun 2, 2026 - 21:51
 0  7
ଅଗଷ୍ଟ ୨୧ରୁ ୨୩ ରେ ଅନୁଷ୍ଠିତ ହେବ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସମାଧାନ ସମାରୋହ

ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ସ୍ବତନ୍ତ୍ର ଲୋକ ଅଦାଲତ ସମାଧାନ ସମାରୋହ– ୨୦୨୬ ଆସନ୍ତା ଅଗଷ୍ଟ ୨୧, ୨୨ ଏବଂ ୨୩ରେ ଅନୁଷ୍ଠିତ ହେବ । ଉପରୋକ୍ତ ସମାଧାନ ସମାରୋହରେ ନିମ୍ନଲିଖିତ ମାମଲାଗୁଡ଼ିକର ଆପୋଷ ସ‌ହମତି ଭିତ୍ତିରେ ସମାଧାନ କରାଯିବାର ବ୍ୟବସ୍ଥା କରାଯାଇଛି। ବୈବାହିକ ବିବାଦ, ମୋଟର ଯାନ ଜନିତ ଦୁର୍ଘଟଣା ମାମଲା, ଚେକ୍ ବାଉନ୍ସ ମାମଲା, ଜମି ଅଗ୍ରହଣ ମାମଲା, ରଫାଯୋଗ୍ୟ ଫୌଜଦାରି ମାମଲା, ଶ୍ରମ ବିବାଦ, ଆପୋସ ସହମତିରେ ସମାଧାନଯୋଗ୍ୟ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଏହି ସମାରୋହରେ ସମାଧାନ କରାଯିବ। ସମାଧାନ ସମାରୋହ ସମ୍ପର୍କରେ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଜାଣିବାକୁ ଓ ଉପରୋକ୍ତ ଲୋକ ଅଦାଲତରେ ନିଜ ମାମଲାର ସମାଧାନ ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ୱେବ୍ ସାଇଟ୍- https://www.sci.gov.in ରେ ଉପଲବ୍ଧ ଗୁଗ୍‌ଲ ଫର୍ମପୂରଣ କରି ଅନୁରୋଧ କରିପାରିବେ। ଏହା ଏକ ସ୍ୱେଚ୍ଛାକୃତ ପ୍ରକ୍ରିୟା ଏବଂ ମାମଲାଗୁଡ଼ିକର ସମାଧାନ ଉଭୟ ପକ୍ଷଙ୍କ ସହ‌ମତି ଭିତ୍ତିରେ ହୋଇପାରିବ। ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ସମ୍ମୁଖ କାର୍ଯ୍ୟାଳୟର ଫୋନ୍ ନମ୍ବର- ୦୬୬୭୮- ୨୨୫୩୩୬ ଏବଂ ଜାତୀୟ ନିଃଶୁଳ୍କ ସେବା ଟୋଲ୍ ଫ୍ରି ଫୋନ ନମ୍ବର ୧୫୧୦୦ରେ ଯୋଗାଯୋଗ କରିବାକୁ ପ୍ରାଧିକରଣର ସଚିବ ନବନୀତା ଦାଶ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ