ଦେବଗିରି ଶୈବପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

Feb 27, 2025 - 12:21
Feb 27, 2025 - 12:23
 0  25
1 / 1

1.

ଦେବଗିରି ଶୈବପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ 

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଐତିହାସିକ ପ୍ରସିଦ୍ଧ ପଞ୍ଚମୁଖୀ ସ୍ୱଟିକ ଶିବଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି । ମହାଶିବରାତ୍ରି ଜାଗର ଯାତ୍ରା ପ୍ରଶାସନ ଓ ସରପଞ୍ଚ ଦେବଗିରି ପରିଚାଳନା କମିଟି ମିଳିତରେ ଧୁମଧାମରେ ପାଳିତ କରାଯାଇଛି ।ଏଅବସରରେ ଆନ୍ଦ୍ରପ୍ରଦେଶ,ଛତିଶଗଡ଼, ଓଡିଶା ,ମଧ୍ୟପ୍ରଦେଶ ରାଜ୍ୟ ତଥା କଳାହାଣ୍ଡି ଜିଲା ଓ ବିଭିନ୍ନ ଜିଲ୍ଲାର ଦୂରଦୂରାନ୍ତରୁ ଭକ୍ତ ମାନେ ଆସି ଶିଵ ଲିଙ୍ଗ ଦର୍ଶନ କରି ନିଜ ମନସ୍କାମନା ପୂରଣ କରିଥିଲେ ।ଦୁଇ ପାହାଡ଼ ମଝିରେ ମହାଦେବ ବିରାଜ ମାନ କରିଛନ୍ତି । ପାହାଡ଼ ଉପରେ ପ୍ରାୟ ୩୦ଟି ଜଳ କୁଣ୍ଡ ଗୋଟିଏ ଉଣା କୋଟିଏ କୁଣ୍ଡ ରହିଛି ଓ ୫୫୪ଟି ପାହାଚ ଚଡି ଶିବଦର୍ଶନ କରିଥାନ୍ତି । ସେହି କୁଣ୍ଡରେ ବର୍ଷ ତମାମ ଜଳ ଭାରି ହୋଇ ରହିଥିବା ସହ ଧୋବା ଧୋବୁଣି କୁଣ୍ଡରf ମନଲୋଭା ଦୃଶ୍ୟବୁଲି ଦେଖିଥିଲେ ।ରାତ୍ରରେ ହରିହର ଭେଟ ସହ ମହାଦୀପ ଦର୍ଶନ କରିବା ପାଇଁ ରାତ୍ରରେ ଉଜାଗର ରହିଥିଲେ ।ଏଥିରେ ତହସିଲଦାର ରଞ୍ଜନ କୁମାର ମାନସେଠ ,ଏସ ଡି ପିଓ ଗୌରୀହର ସାହୁ , ଥାନା ଅଧିକାର ନୀଳକଣ୍ଠ ବେହେରା ସମେତ ୫ ଅଧିକାରୀ,ଅଡେଇ ପ୍ଲାଟୁନ ପୁଲିସ ଓ ଯବାନ ମୁତୟନ କରାଯାଇଛି । ଯାତ୍ରା ପରିଚାଳନା ପକ୍ଷରୁ ପାଣି ,ଅର୍ଣ୍ଣ ଭୋଜନ ବ୍ୟବସ୍ଥା କରାଯାଇଥିଲା ।ଏହି ଶିବ ପୀଠରେ ମାନସିକ ଧରିମାନେ ମାନସିକ ପୂରଣ ହେବା ପରେ ମୁଣ୍ଡନ( ଲାଣ୍ଡା) କରିଥିବା ଦେଖିବାକୁ ମିଳିଛି ।ପ୍ରତ୍ୟେକ ବର୍ଷ ଠାରୁ ଚଳିତ ବର୍ଷ ଭିଡ ପରିଲକ୍ଷିତ ହେବା ସହ ଛୋଟବଡ଼ ଦୋକାନ ରହିଛି । ଗାଡି ପାରକିଙ୍ଗ , ଟ୍ରାଫିକ ନିୟନ୍ତ୍ରଣ ରେ ପୁଲିସ ଓ କମିଟି ମିଳିତରେ କରାଯାଇଛି ।ଖବର ଲେଖା ହେବା ପର୍ଯ୍ୟନ୍ତ ରାତ୍ରରେ ଭକ୍ତ ମାନେ ଉଜାଗର ରହି ହରିହର ଭେଟ ଓ ମହାଦୀପ ଦେଖିବା ପାଇଁ ଆସୁଥିବା ଦେଖିବାକୁ ମିଳିଛି । 

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ