ଥୁଆମୂଳ ରାମପୁର ଥାନାର ଏଏସଆଇ ଭାସ୍କର କସଲାଙ୍କ ଦେହାନ୍ତ
କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଥାନାରେ କାର୍ଯ୍ୟରତ ଏଏସଆଇ ଭାସ୍କର କସଲାଙ୍କ ଅକାଳ ବିୟୋଗ ଘଟିଥିବା ଖବର ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ଜଣେ ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ ଏବଂ ସାଧାରଣ ଲୋକଙ୍କ ସହ ସୁସମ୍ପର୍କ ରଖିଥିବା ପୋଲିସ ଅଧିକାରୀ ଭାବେ ସେ ଅଞ୍ଚଳବାସୀଙ୍କ ମନରେ ସ୍ଥାନ ଗଢ଼ିଥିଲେ। ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ରାତ୍ରିକାଳୀନ ଡ୍ୟୁଟି ସମୟରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବନତି ଘଟିଥିଲା। ଅସୁସ୍ଥ ଅନୁଭବ କରିବା ପରେ ସହକର୍ମୀମାନେ ତୁରନ୍ତ ତାଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କବର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ରାତ୍ରିକାଳୀନ ଡ୍ୟୁଟି ସମୟରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବନତି ଘଟିଥିଲା। ଅସୁସ୍ଥ ଅନୁଭବ କରିବା ପରେ ସହକର୍ମୀମାନେ ତୁରନ୍ତ ତାଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶନିବାର ସକାଳେ ଥାନା ପକ୍ଷରୁ ଏହି ଦୁଃଖଦ ଖବର ପ୍ରକାଶ ପାଇବା ପରେ ସହକର୍ମୀ ପୋଲିସ କର୍ମଚାରୀ, ସାଧାରଣ ଲୋକ ଓ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଅନେକ ସ୍ଥାନୀୟ ବ୍ୟକ୍ତି ତାଙ୍କୁ ଜଣେ ମିଳନସାର ଓ ଦାୟିତ୍ୱବାନ ପୋଲିସ ଅଧିକାରୀ ଭାବେ ସ୍ମରଣ କରିଛନ୍ତି। ତାଙ୍କର ଅକାଳ ବିୟୋଗରେ ଥୁଆମୂଳ ରାମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି lକଲାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0