ଅଜଣା ହାଇୱା ଧକ୍କାରେ ସ୍କୁଟି ଆରୋହୀ ମୃତ
କୋଲାବିରା,୨୫/୦୧( ଫାଷ୍ଟ ନ୍ୟୁଜ ଓଡିଶା) - କୋଲାବିରା ଥାନା ଜାତୀୟ ରାଜପଥ ୪୯ ର ମାଳିଡିହି - ପୋଖରାସାଲହେ ବଡ଼ ପୁନିଆ ନିକଟରେ ଅଜଣା କଣ୍ଟେନର ଧକ୍କା ରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି l ଅଭିଯୋଗ ଅନୁଯାୟୀ ଓଡି ୨୩ ଏସ ୩୩୬୮ ନମ୍ୱର୍ ବିଶିଷ୍ଟ ସ୍କୁଟି କୁଚିଣ୍ଡା ପଟେ ଯାଉଥିବା ସମୟ ରେ ପଛରେ ଆସୁଥିବା ଅଜଣା କଣ୍ଟେନର ଧକ୍କା ଦେଇଥିଲା ଓ ଫେରାର ହୋଇଯାଇଥିଲା l ଧକ୍କା ଫଳରେ ସ୍କୁଟି ଆରୋହୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ଓ ଗୁରୁତର ଆହତ ହୋଇଥିଲେ l ଘଟଣା ସ୍ଥଳରେ ହିଁ ସ୍କୁଟି ଆରୋହୀ ଙ୍କ ମୃତ୍ୟୁ ହୋଇଯାଇଥିଲା l କୋଲାବିରା ପୋଲିସ ଘଟଣା ସ୍ଥଳ କୁ ପହଞ୍ଚି ସ୍କୁଟି ଆରୋହୀ କୁ ଆମ୍ବୁଲାନ୍ସ ମାଧ୍ୟମ ରେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ l ପୋଲିସ ସ୍କୁଟି କୁ ଜବତ କରି କୋଲାବିରା ଥାନା କୁ ନେଇଛି l ପୋଲିସ ପକ୍ଷରୁ ଘଟଣା ର ତଦନ୍ତ ଚାଲୁ ରହିଥିବା ବେଳେ ମୃତକ ଙ୍କ ପରିଚୟ ଖୋଜା ଚାଲିଛି l ପୋଲିସ ପକ୍ଷରୁ କଣ୍ଟେନର କୁ ଧରିବା ପାଇଁ ଉଦ୍ୟମ ଚାଲୁ ରହିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି l
କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0