ବାଲିଗୁଡ଼ା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ମାଓ ସାମଗ୍ରୀ ସହିତ ବିସ୍ଫୋରକ ଜବତ
ବାଲିଗୁଡ଼ା୧୧/୦୬/୦୨୬(ସଲମନ୍ ବିନ୍ଧାଣୀ )କନ୍ଧମାଳରେ ମାଓମୁକ୍ତ ହୋଇଥିବା ବେଳେ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ସେମାନଙ୍କ ସମସ୍ତ ମାରଣାସ୍ତ୍ର ସହ ସେମାନଙ୍କର ସାମଗ୍ରୀ ଖୋଜି ଖୋଜି ବାହାର କରିବାରେ ସଫଳତା ମିଳିଛି ବାଲିଗୁଡା ପୋଲିସକୁ ବାଲିଗୁଡ଼ା ର ବିଭିନ୍ନ ସ୍ଥାନରେ ତଥା ଗଙ୍ଗାପଦର ,କୋଡାମାହା,ପାଜିମାହା, ଟେଙ୍ଗେରି, ବାଲିମାହା ଜଙ୍ଗଲରେ ମିଳିଛି ମାଓ ସାମଗ୍ରୀ ସେଥି ମଧ୍ୟରୁ SLR ରାଇଫଲ୍ ୧, ଏସବିଜିଏଲ୍ ବନ୍ଧୁକ ୨, ଦେଶି UBGL ବନ୍ଧୁକ ୧, ଇଲେକ୍ଟ୍ରି ଡିଟନେଟର୍ ୩୦, ତାର ୧ବଣ୍ଡଲ୍,SBGL ୧୦,SLR ପତ୍ରିକା ୧,SLR ବାରୁଦ ୧୬, ୨ସିଭିଲ ପୋଷାକ ୪, ଜୋତା ୪, ପ୍ଲାଷ୍ଟିକ ଡ୍ରମ ୨, ଟିଫିନ୍ କ୍ୟାରେଜ୍ ୨, ଛତା ୨, ମେଡିସିନ କିଟ୍ ୧, ତିନି ପରୀକ୍ଷା କିଟ୍ , ପେନ୍ସିଲ ବେଟ୍ରି ୭, ସାବୁନ୍ ୨, ପାୱାର ବେଙ୍କ ୧, ଲୁଣ ପେକେଟ ୪, ୨୧କମ୍ବିଂ ୨, ଟାଟା ଚା ୩, କେଶ ତେଲ ବୋତଲ ୨ଉଦ୍ଧାର ହୋଇଥିବା ବିସ୍ଫୋରକ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ମାଓବାଦୀଙ୍କର ଥିଲା I
ନିର୍ଦ୍ଧାରିତ ତାରିଖ ଅନୁଯାୟୀ କନ୍ଧମାଳ ୩୧ମାର୍ଚ୍ଚ ସୁଦ୍ଧା ନକ୍ସଲ୍ ମୁକ୍ତ ହୋଇଛି କନ୍ଧମାଳରେ ଜାନୁୟାରୀ ୨୦୨୫ଏବଂ ମାର୍ଚ୍ଚ ୨୦୨୬ ଡିସେମ୍ବର ରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଷ ଉଇକେଙ୍କ ସମେତ ସୁରକ୍ଷା ବାହିନୀ ସହ ଗୁଳୀ ବିନିମୟ ରେ ୧୦ମାଓବାଦୀ ନିହତ ହୋଇଥିଲେ I ଏବଂ ରାଜ୍ୟ କମିଟି ସଦସ୍ୟ ଶୁକ୍ରୁ ଏବଂ ନିତୁଙ୍କ ସମେତ ୨୪ ଜଣ ନକ୍ସଲ ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିଲେ I ଭବିଷ୍ୟତରେ ମାଓ କାର୍ଯ୍ୟକଳାପ ପୁନରାବୃତ୍ତି କୁ ରୋକିବା ପାଇଁ ଡମ୍ପ ଗୁଡିକରେ ଲୁଚାଇ ରଖିଥିବା ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ଚିହ୍ନଟ ଏବଂ ଉଦ୍ଧାର କରିବା ପାଇଁ SOG,DVF,CRPF, ଏବଂ ବିଏସଏଫ ଯବାନ ମାନେ ବିଭିନ୍ନ ସ୍ଥାନରେ କମ୍ବିଂ ସର୍ଚ ଅପରେସନକୁ ଜୋରଦାର କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0