ନୂଆପଡାରେ ଛତିଶଗଡ଼ରୁ ଓଡ଼ିଶାକୁ ଅବୈଧ ଧାନ ଚାଲାଣ ବେଳେ ୩୩ କ୍ୱିଣ୍ଟାଲ ଧାନ ଜବତ

May 24, 2026 - 21:28
 0  5
ନୂଆପଡାରେ ଛତିଶଗଡ଼ରୁ ଓଡ଼ିଶାକୁ ଅବୈଧ ଧାନ ଚାଲାଣ ବେଳେ ୩୩ କ୍ୱିଣ୍ଟାଲ ଧାନ ଜବତ

ନୂଆପଡା ଜିଲ୍ଲାରେ ଅବୈଧ ଧାନ ଚାଲାଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସୀମାନ୍ତ ଅଞ୍ଚଳଗୁଡ଼ିକରେ କଡ଼ା ଯାଞ୍ଚ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଯୋଗାଣ ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାଡ ପକ୍ଷରୁ ଆଜି ଓଡ଼ିଶା-ଛତିଶଗଡ଼ ସୀମାର ଖୋଲନା ଚେକପୋଷ୍ଟ ନିକଟ ଧରମବନ୍ଧା ଗ୍ରାମ ପାଖରେ ଏକ ଗାଡ଼ିରେ ଚଢ଼ାଉ କରାଯାଇ ୩୩.୭୮ କ୍ୱିଣ୍ଟାଲ ଧାନ ଜବତ କରାଯାଇଛି। ସୂଚନା ଅନୁଯାୟୀ, CG 04 LJ 4552 ନମ୍ବର ବିଶିଷ୍ଟ ଏକ ଗାଡ଼ିରେ ଛତିଶଗଡ଼ରୁ ଅବୈଧ ଭାବେ ଧାନ ପରିବହନ କରାଯାଉଥିବା ଅଭିଯୋଗରେ ପୋଲିସ ଓ ଆରଏମସି କର୍ମଚାରୀମାନେ ଖୋଲନା ଚେକପୋଷ୍ଟ ନିକଟରେ ଗାଡ଼ିଟିକୁ ଅଟକାଇଥିଲେ। ପରେ ସିଭିଲ ସପ୍ଲାଇଜ ଏନଫୋର୍ସମେଣ୍ଟ ସ୍କ୍ୱାଡକୁ ସୂଚନା ଦିଆଯାଇଥିଲା। ଯାଞ୍ଚ ସମୟରେ ଗାଡ଼ିରୁ ୧୧୦ ବସ୍ତାରେ ପ୍ୟାକ୍ ହୋଇଥିବା ୩୩.୭୮ କ୍ୱିଣ୍ଟାଲ ଧାନ ଜବତ କରାଯାଇଥିଲା। ଗାଡ଼ିର ଚାଳକ ଛବି ମହାରଙ୍କୁ ପଚରାଉଚରା କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଥିବା ଜଣାପଡ଼ିଛି। ଏହି ଚଢ଼ାଉ କାର୍ଯ୍ୟରେ ସଦର ସହକାରୀ ଯୋଗାଣ ଅଧିକାରୀ ହୃଷୀକେଶ ନାୟକ, ନୂଆପଡା ଯୋଗାଣ ନିରୀକ୍ଷକ ସୁଭଶ୍ରୀ ଦାଶ ଓ କୋମନା ଯୋଗାଣ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ସମେତ ସିଭିଲ ସପ୍ଲାଇଜ ଏନଫୋର୍ସମେଣ୍ଟ ସ୍କ୍ୱାଡର କର୍ମଚାରୀମାନେ ସାମିଲ ଥିଲେ। ଜିଲ୍ଲାରେ ଅବୈଧ ଧାନ ଚାଲାଣକୁ ରୋକିବା ପାଇଁ ପୋଲିସ, ସିଭିଲ ସପ୍ଲାଇଜ ଓ ନିୟନ୍ତ୍ରିତ ବଜାର କମିଟି (RMC) ପକ୍ଷରୁ ସମସ୍ତ ସୀମାନ୍ତ ଚେକପୋଷ୍ଟରେ ନିରନ୍ତର ଯାଞ୍ଚ ଓ ନଜରଦାରି ଜାରି ରହିଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ