ଏ ଆଇ ପ୍ରସ୍ତୁତ ଅଶ୍ଳୀଳ ଫଟୋ ପଠାଇ ସାଇବର୍ ଠକେଇ ପ୍ରୟାସ

Jun 10, 2026 - 19:46
 0  13
ଏ ଆଇ ପ୍ରସ୍ତୁତ ଅଶ୍ଳୀଳ ଫଟୋ ପଠାଇ ସାଇବର୍ ଠକେଇ ପ୍ରୟାସ

ନନ୍ଦପୁର,ଏକ ପ୍ରତିଷ୍ଠିତ ସମ୍ବାଦ ପତ୍ରର ଜଣେ ସାମ୍ବାଦିକଙ୍କ ଏ ଆଇ ପ୍ରସ୍ତୁତ ଅଶ୍ଳୀଳ ଫଟୋ ପଠାଇ ସାଇବର୍ ଠକେଇ ପ୍ରୟାସ ଭଣ୍ଡୁର ହୋଇଛି। ସୂଚନା ଅନୁସାରେ ଜୈନିକ ସାମ୍ବାଦିକ ଙ୍କ ୱାଟସ୍ ଆପ୍ ନମ୍ୱର୍ କୁ ଅଚାନକ କିଛି ଏ ଆଇ ପ୍ରସ୍ତୁତ ତାଙ୍କ ନିଜର ଅଶ୍ଳୀଳ ଫଟୋ ପଠାଇ ମୋଟା ଅଙ୍କର ଟଙ୍କା ଦେବାକୁ ଦାବି କରିଥିଲେ। ଟଙ୍କା ନଦେଲେ ସେହି ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଚମକ ମଧ୍ୟ ମିଳିଥିଲା। ସବୁଠୁ ବଡ଼କଥା ଫୋନ କରି ଧମକ ଦେବାସହ ନିଜ ଫୋନ୍ ପେ ନମ୍ୱର୍ ଦେଇ ସେହି ନମ୍ୱର୍ ରେ ତୁରନ୍ତ ଟଙ୍କା ପୈଠ କରିବାକୁ ତାଗିଦ କରିଥିଲା ସାଇବର ଠକ। କିନ୍ତୁ ଭୟଭୀତ ନ ହୋଇ ସଂଯମତା ର ସହ ପରିସ୍ଥିତି ଅନୁଯାୟୀ ପାଲଟା ଜବାବ୍ ଓ ଧମକ ଦେଇ ଠକେଇ ରୁ ବର୍ତ୍ତି ଯାଇଛନ୍ତି ସାମ୍ବାଦିକ ଜଣକ। ସେପଟେ କିଛି ଦିନ ପୂର୍ବେ ଠିକ୍ ସେହିପରି ନିଜକୁ ନନ୍ଦପୁର ବ୍ଲକ ବିଡିଓ କହି ସିନ୍ଧେଦେବି ଡିଗ୍ରୀ ମହାବିଦ୍ୟାଳୟ ର ଅଧକ୍ଷ ଙ୍କୁ ସରକାରୀ କୌଣସି ଅନୁଦାନ ପୈଠ କରିବା ଆଳରେ କଲେଜ ଆକାଉଣ୍ଟ ଡିଟେଲ ମାଗିଥିଲେ ଦୁର୍ବୃତ୍ତ। କିନ୍ତୁ ଉପସ୍ଥିତ ବୁଦ୍ଧି ଓ ଚତୁରତାର ଉଦାହରଣ ଦେଇ ସେ ମଧ୍ୟ ସାଇବର୍ ଠକେଇରୁ ବର୍ତ୍ତି ଯାଇଥିଲେ। ସାଧାରଣ ଜନତାଙ୍କୁ ଏପରି ଠକ ଓ ଦୁର୍ବୃତ୍ତ ଙ୍କ ଜାଲରେ ନ ଫଶି ବୁଦ୍ଧିମତା ଓ ଚତୁରତା ଦେଖାଇ ନିଜକୁ ସାଇବର୍ ଠକେଇ ରୁ ନିଜକୁ ବଞ୍ଚାଇ ପାରିବେ ବୋଲି କହିଛନ୍ତି। ଅନ୍ୟପଟେ ଏହି ଘଟଣା ପରେ ନନ୍ଦପୁର ବିଡ଼ିଓ ଦୁର୍ଗା ପ୍ରସାଦ ଦୋରା ତୁରନ୍ତ ନିଜ କର୍ମଚାରି ଙ୍କୁ ବିଡ଼ିଓ ଙ୍କ ଫୋନ୍ ଯାଞ୍ଚ କରି କଥା ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି l

 ନନ୍ଦପୁର ରୁ ଶଙ୍କର ପାଙ୍ଗି ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ