କିର୍ମିରାରେ ରଥଯାତ୍ର
କିର୍ମିରା ୧୬।୭(ଫାଷ୍ଟ ନିଉଜ ଓଡ଼ିଶା) କିର୍ମିରା ବ୍ଳକ ଅନ୍ତଗତ ଅର୍ଡ଼ା, ଭାଲୁପତ୍ରା,ତେଲିଡିହି ଓ କିର୍ମିରା ଗ୍ରାମରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଅନୁଷ୍ଠିତ ହୋଇଛି। କିର୍ମିରା ଗ୍ରାମର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥ,ଭଳଭଦ୍ର, ସୁଭଦ୍ରାଙ୍କୁ ରିତିନିତିରେ ପୂଜା କରି ଭୋଗ ଲାଗି ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଗୌନ୍ତିଆ ବନ୍ଧୁ ରାମ ପଟେଲ ଛେରା ପହରା କରିଥିଲେ। ପୂଜକ ମହେଶ୍ଵର ପାଣିଗ୍ରାହୀ ପୂଜା କରିଥିଲେ।କିର୍ତ୍ତନ ଓ ସଂପ୍ରଦା ଦଳ ତାଳେ ତାଳେ ରଥ ଟଣା ଯାଇ ଯାତ୍ରା ମଣ୍ଡପରେ ପହଞ୍ଚି ସେଠାରେ ଶିଶୁ ମାନଙ୍କୁ ରଥ ଛୁଆ ଯାଇଥିଲା। ପୂଜକ ସିଦ୍ଧେଶ୍ଵର ପାପିଗ୍ରାହୀ,ଚିଣ୍ଡୁ ପାଣିଗ୍ରାହୀ,ସତିଶ ପୂଜାରୀ, ରାମେଶ୍ଵର ପାଣିଗ୍ରାହୀ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ। ଗ୍ରାମବାସୀ,ଭକ୍ତ, ଦର୍ଶକ ରଥ ଟାଣିବା ସହ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।ଲଇକେରା ପୋଲିସ ଶାନ୍ତିଶୃଙ୍ଗଳା ରକ୍ଷା କରିଥିଲେ। କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା
What's Your Reaction?
Like
3
Dislike
0
Love
1
Funny
0
Angry
0
Sad
0
Wow
0