ପୁଲିସ ହାବୁଡ଼ରେ ବିଦ୍ୟୁତ ତାର ଚୋର ଗ୍ୟାଙ୍ଗ ; ୪ ଗିରଫ, ସାମଗ୍ରୀ ଜବତ୍

Jul 19, 2026 - 22:15
 0  165
ପୁଲିସ ହାବୁଡ଼ରେ ବିଦ୍ୟୁତ ତାର ଚୋର ଗ୍ୟାଙ୍ଗ ; ୪ ଗିରଫ, ସାମଗ୍ରୀ ଜବତ୍

କୋଲାବିରା, ୧୯ ।୭(ଫାଷ୍ଟନ୍ୟୂଜ ଓଡ଼ିଶା): କୋଲାବିରା ଥାନା ଅନ୍ତର୍ଗତ ରଘୁନାଥପାଲି ବିଦ୍ୟୁତ ସେକସନ ଅଧୀନରେ ଥ‌ିବା ଅନେକ ସ୍ଥାନରୁ ବିଦ୍ୟୁତ ତାର ଚୋରି ହେଉଥ‌ିବା ନେଇ ଅଭିଯୋଗ ହୋଇ ଆସୁଥିଲା । ବିଶେଷ କରି ଚୋର ମାନେ ବିଭିନ୍ନ ଉଠାଜଳସେଚନ ପ୍ରକଳ୍ପରୁ ବିଦ୍ୟୁତ ତାର ସହ ଉପକରଣ ଚୋରି କରୁଥିଲେ । ଫଳରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ପାନୀୟ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ହେଉଥିଲା । ତାଛତା ଦୀର୍ଘ ସମୟ ଧରି ସଂପୃକ୍ତ ଅଂଚଳରେ ବିଦ୍ୟୁତ ସରୋବରାହ ବନ୍ଦ ରହୁଥିଲା ଏବଂ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ ୧୩-୧୪ ତାରିଖ ରାତି ଏବଂ ୧୪ - ୧୫ ତାରିଖ ରାତିରେ ବଡବାହାଲ,ଜିଆଁଯୋର,ଘନତିହି,ଜେ ପଣ୍ଡକିମାଲ ଅଂଚଳରୁ ବିଦ୍ୟୁତ ତାର ହେବା ବରେ ବିଦ୍ୟୁତ ବିଭାଗ ପକ୍ଷରୁ କୋଲାବିରା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ କୋଲାବିରା ପୁଲିସ ପକ୍ଷରୁ ତତ୍ପରତାର ସହିତ ତଦନ୍ତ ଆରମ୍ଭ ହୋଇଥିଲା,ଫଳସ୍ଵରୁପ ୩-୪ ଦିନ ମଧ୍ୟରେ ସଂପୃକ୍ତ ଚୋରଙ୍କୁ ଧରିବାକୁ ସଫଲ ହୋଇଛି ସ୍ଥାନୀ ପୁଲିସ । ପୁଲିସ ତଦନ୍ତରୁ ଚୋର ମାନେ ଏହି ଅଂଚଳରୁ ତାର ଚୋରି କରିନେଇ ଝାରସୁଗୁଡା ର ଏକ କବାଡିବାଲା ନିକଟରେ ବିକ୍ରୟ କରିଥିବା ଜଣାପଡିବା ପରେ ପୁଲିସ ପକ୍ଷରୁ ଚଢାଉ କରାଯାଇ ଝାରସୁଗୁଡା ଅଂଚଳରୁ ୪ ଜଣ ଚୋରଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଚୋରି କରିଥିବା ବିଦ୍ୟୁତ ତାର,ତାର କାଟିବା ଉପକରଣ, ପ୍ଲାଷ୍ଟିକ ଦଉଡି ସହ ଏହି କାର୍ଯ୍ୟରେ ବ୍ୟବହୃତ ହୋଇଥିବା ଏକ ବଲେରୋ ଗାଡି ନଂ ଓଡି ୧୪ ଆର ୦୪୪୭ କୁ ଜବତ କରାଯାଇଛି । ଗିରଫ ହୋଇଥିବା ଚୋରମାନେ ହେଲେ ଝାରସୁଗୁତାର ଅବଦୁଲ କୟାମ(ବାବଲୁ) ୪୬,ଅବଦୁଲ ରହିମ(୩୫),ଅଜମିଲ ମିର(୪୮) ଏବଂ ଅସରଫ ରାଜା( ୪୬)ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

କୋଲାବିରାରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ,ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ