ପୋଖରୀରେ ବୁଡି ଜଣେ ୬ବର୍ଷର ଶିଶୁ ମୃତ

Jul 25, 2026 - 06:48
 0  5
ପୋଖରୀରେ ବୁଡି ଜଣେ ୬ବର୍ଷର ଶିଶୁ ମୃତ

ଲାଞ୍ଜିଗଡ ୨୫/୦୭,:ଏନ୍ଏନ୍ଏସ୍ : କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ତାଲାଙ୍ଗଶୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ନାରୁଣୁ ମାଝୀଙ୍କ ଝିଅ ଗୌରୀ ମାଝୀ (୬)ଗାଁ ନିକଟସ୍ଥ ଏକ ପୋଖରୀ ରେ ବୁଢ଼ୀ ମୃତ୍ୟୁ ବରଣ କରିଥିବା ଜଣାପଡିଛି l ସୂଚନା ଅନୁସାରେ ତାଳଙ୍ଗଶୁର ଗାଁର ନାରୁଣୁ ମାଝୀ ଙ୍କ ଝିଅ ଗୌରୀ ମାଝୀ ଗାଁର ତିନିଜଣ ସାଙ୍ଗଙ୍କ ଶହ ସନ୍ଧ୍ୟା ୪ଟାରେ ଗାଧୋଇବା ପାଇଁ ଗାଁ ନିକଟରେ ଥିବା ପୋଖରୀକୁ ଯାଇଥିଲେ ହେଲେ ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ସାଙ୍ଗରେ ଥିବା ଶିଶୁ ମାନେ ତାଙ୍କୁ ପାଣିରୁ ଉଦ୍ଧାର କରି ପାରି ନ ଥିଲେ ଯାହାଫଳରେ ଶିଶୁ ଗଭୀର ପାଣି ଭିତରକୁ ଭାସି ଯାଇଥିଲା l ଭାସି ଯିବା ଦେଖି ଶିଶୁ ମାନେ ଚିତ୍କାର କରି ପରିବାର ଲୋକଙ୍କୁ ଡାକିବାରୁ ପରିବାର ଲୋକେ ଘଟଣା ସ୍ଥଳକୁ ପହଞ୍ଚି ଥିଲେ l ପରିବାର ପହଞ୍ଚିବା ପୂର୍ବରୁ ଗୌରୀ ପାଣିରେ ଆଚେତ ହୋଇ ପଡ଼ିଥିବା ବେଳେ ତାଙ୍କୁ ଅଚେତ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ବେନଗାଁ ପ୍ରାଥମିକ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ହେଲେ ସେଠାରେ ଶିଶୁର ଚେତା ନ ଫେରିବାରୁ ତାଙ୍କୁ ବାଇକ ଯୋଗେ ବିଶ୍ୱନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l ଏନେଇ ବିଜେପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବିଜେପୁର ପୋଲିସ ପକ୍ଷରୁ ସୂଚନା ମିଳିଛି ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ