ଝାରସୁଗୁଡାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରଚାର ରଥର ଶୁଭାରମ୍ଭ :ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି ସହ ଅଧିକରୁ ଅଧିକ କୃଷକଙ୍କୁ ଯୋଜନାରେ ସାମିଲ କରିବା ଲକ୍ଷ୍ୟ

Jul 21, 2026 - 17:19
 0  63
ଝାରସୁଗୁଡାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରଚାର ରଥର ଶୁଭାରମ୍ଭ  :ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି ସହ ଅଧିକରୁ ଅଧିକ କୃଷକଙ୍କୁ ଯୋଜନାରେ ସାମିଲ କରିବା ଲକ୍ଷ୍ୟ

ଝାରସୁଗୁଡା, ତା. ୨୧/୦୭/୨୦୨୬: ଝାରସୁଗୁଡା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ସମ୍ପର୍କରେ କୃଷକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି କଲେକ୍ଟରିଏଟ ପରିସରରୁ ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ ପତାକା ଦେଖାଇ ଏହି ପ୍ରଚାର ରଥର ଶୁଭ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପନିବନ୍ଧକ, ସମବାୟ ସମିତି ସମୂହ (DRCS) ଶ୍ରୀମତୀ ମମତା ରାଣୀ କୁଜୁର, ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ (ARCS) ଶ୍ରୀ ରମେଶ ଚନ୍ଦ୍ର ଟୋପୋ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (CDAO) ଶ୍ରୀ ପ୍ରଦୀପ କୁମାର ନନ୍ଦ, ନିୟନ୍ତ୍ରିତ ବଜାର କମିଟି (RMC)ର କର୍ମଚାରୀ ଏବଂ ସମବାୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ପ୍ରଚାର ରଥଟି ଜିଲ୍ଲାର ବିଭିନ୍ନ ଗ୍ରାମ ଓ ପଞ୍ଚାୟତ ପରିଭ୍ରମଣ କରି କୃଷକମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ବିଭିନ୍ନ ସୁବିଧା, ନାମ ପଞ୍ଜୀକରଣ ପ୍ରକ୍ରିୟା, ବୀମା ସୁରକ୍ଷା, ଫସଲ କ୍ଷତି ସମୟରେ କ୍ଷତିପୂରଣ ପାଇବାର ବ୍ୟବସ୍ଥା ଓ ଯୋଜନାର ଗୁରୁତ୍ୱ ସମ୍ପର୍କରେ ସଚେତନ କରିବ। ସେହିପରି ଅଧିକରୁ ଅଧିକ କୃଷକଙ୍କୁ ଏହି ଫସଲ ବୀମା ଯୋଜନାରେ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ କୃଷକଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସୁଯୋଗର ସଦୁପଯୋଗ କରି ନିଜ ଫସଲକୁ ବୀମା ପରିସରଭୁକ୍ତ କରିବା ସହ କୃଷିକୁ ଅଧିକ ସୁରକ୍ଷିତ ଓ ସଶକ୍ତ କରିବା ପାଇଁ ଆହ୍ୱାନ କରାଯାଇଛି। *ଝାରସୁଗୁଡାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରଚାର ରଥର ଶୁଭାରମ୍ଭ :-* *ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି ସହ ଅଧିକରୁ ଅଧିକ କୃଷକଙ୍କୁ ଯୋଜନାରେ ସାମିଲ କରିବା ଲକ୍ଷ୍ୟ* *ଝାରସୁଗୁଡା, ୨୧।୭(ଫାଷ୍ଟ ନ୍ୟୂଜ ଓଡ଼ିଶା):* ଝାରସୁଗୁଡା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ସମ୍ପର୍କରେ କୃଷକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି କଲେକ୍ଟରିଏଟ ପରିସରରୁ ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ ପତାକା ଦେଖାଇ ଏହି ପ୍ରଚାର ରଥର ଶୁଭ ଉଦ୍‌ଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଉପନିବନ୍ଧକ, ସମବାୟ ସମିତି ସମୂହ (DRCS) ଶ୍ରୀମତୀ ମମତା ରାଣୀ କୁଜୁର, ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ (ARCS) ଶ୍ରୀ ରମେଶ ଚନ୍ଦ୍ର ଟୋପୋ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (CDAO) ଶ୍ରୀ ପ୍ରଦୀପ କୁମାର ନନ୍ଦ, ନିୟନ୍ତ୍ରିତ ବଜାର କମିଟି (RMC)ର କର୍ମଚାରୀ ଏବଂ ସମବାୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।ପ୍ରଚାର ରଥଟି ଜିଲ୍ଲାର ବିଭିନ୍ନ ଗ୍ରାମ ଓ ପଞ୍ଚାୟତ ପରିଭ୍ରମଣ କରି କୃଷକମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ବିଭିନ୍ନ ସୁବିଧା, ନାମ ପଞ୍ଜୀକରଣ ପ୍ରକ୍ରିୟା, ବୀମା ସୁରକ୍ଷା, ଫସଲ କ୍ଷତି ସମୟରେ କ୍ଷତିପୂରଣ ପାଇବାର ବ୍ୟବସ୍ଥା ଓ ଯୋଜନାର ଗୁରୁତ୍ୱ ସମ୍ପର୍କରେ ସଚେତନ କରିବ। ସେହିପରି ଅଧିକରୁ ଅଧିକ କୃଷକଙ୍କୁ ଏହି ଫସଲ ବୀମା ଯୋଜନାରେ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ କୃଷକଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସୁଯୋଗର ସଦୁପଯୋଗ କରି ନିଜ ଫସଲକୁ ବୀମା ପରିସରଭୁକ୍ତ କରିବା ସହ କୃଷିକୁ ଅଧିକ ସୁରକ୍ଷିତ ଓ ସଶକ୍ତ କରିବା ପାଇଁ ଆହ୍ୱାନ କରାଯାଇଛି।

 ଝାରସୁରୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୂଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ