ଭୁବନେଶ୍ୱର : ମା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଭକ୍ତଙ୍କୁ ପାନୀୟଜଳ ବଣ୍ଟନ

Jul 19, 2026 - 16:26
 0  9
ଭୁବନେଶ୍ୱର : ମା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଭକ୍ତଙ୍କୁ ପାନୀୟଜଳ ବଣ୍ଟନ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଆୟୋଜିତ ହେଇଥିବା ପବିତ୍ର ରଥଯାତ୍ରା ରେ ଭୁବନେଶ୍ୱର ଡି ଏ ଭି ସ୍କୁଲ ଛକ ନିକଟରେ ମା ଚାରିଟେବୁଲ୍ ଟ୍ରଷ୍ଟ ପରିବାର ପକ୍ଷରୁ ଦର୍ଶକ ମାନଙ୍କୁ ପାନୀୟଜଳ ବଣ୍ଟନର କାର୍ଯ୍ୟକ୍ରମ କରାଯାଇଛି l ଏହି କାର୍ଯ୍ୟକ୍ରମ ଟି ଟ୍ରଷ୍ଟ ର ଅଧ୍ୟକ୍ଷା ସୁଚିତ୍ରା ମହାନ୍ତି ଏବଂ ସମ୍ପାଦିକା ନିବେଦିତା ନାୟକ ଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟା ଙ୍କ ଆଲୋଚନା ଓ ସହଯୋଗ କ୍ରମେ ଆୟୋଜିତ ହେଇଥିଲା l ଶ୍ରୀ ଜଗତର ନାଥ ଜଗନ୍ନାଥ ମହା ପ୍ରଭୂ ଙ୍କ ଦର୍ଶନ ନିମନ୍ତେ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ପାନୀୟ ଜଳ ବଣ୍ଟନ କରୁଥିବା ଦେଖି ଦର୍ଶକ ମାନେ ମା ଚାରିଟେବୁଲ୍ ଟ୍ରଷ୍ଟ ର ସମସ୍ତ ସଦସ୍ୟ ସଦସ୍ୟା ବୃନ୍ଦ ମାନଙ୍କୁ ଏଭଳି ମହୋତ ପୂର୍ଣ୍ଣ କାର୍ଯ୍ୟ ରେ ଖୁସି ବ୍ୟକ୍ତ ହେବା ସହିତ ସାଧୁବାଦ ଜଣେଇଛନ୍ତି l କଥାରେ ଅଛି ଜଳ ହିଁ ଜୀବନ ବଲି ସମସ୍ତେ କୁହନ୍ତି ଏବଂ ତାହା ପ୍ରକୃତ ନିରାଟ ସତ୍ୟ ଯାହା କି ଜେ କୌଣସି ନେତା ମନ୍ତ୍ରୀ କିମ୍ବା ସରକାରୀ କର୍ମଚାରୀ ହୁଅନ୍ତୁ ନା କାହିଁକି ସମସ୍ତ ଙ୍କୁ ଜଳ ନିହାତି ଆବଶ୍ୟକ. l ଜଳ ବିନା କେହି ବଞ୍ଚି ପାରିବା ବଡ଼ ମୁସ୍କିଲ ହେଇଥାଏ.ଗୋଟେ ଯିବ ଦୁଇରୁ ଚାରିଦିନ ବିନା ଖାଦ୍ୟ ରେ ରହିପାରିବେ କିନ୍ତୁ ବିନା ପାନୀୟ ଜଳ ରେ କେହି ବଞ୍ଚି ପାରିବେ ନାହିଁ l ତେଣୁ ସମସ୍ତ ଙ୍କର ଜୀବନ ଜୀବିକା ଏବଂ ସ୍ୱଷ ମେଣ୍ଟାଇବା କୁ ମା ଚାରିଟେବୁଲ୍ ଟ୍ରଷ୍ଟ ପରିବାର ତରଫରୁ ରଥଯାତ୍ରା ରେ ପାନୀୟ ଜଳ ବଣ୍ଟନ ର କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ସମସ୍ତ ଭକ୍ତ ମାନଙ୍କୁ ଜଳ ବଣ୍ଟନ କରିଥିବା ଦେଖିବାକୁ ମିଳିଛି l ପୂର୍ବରୁ ଏହି ମା ଚାରିଟେବୁଲ୍ ଟ୍ରଷ୍ଟ ପରିବାର ପକ୍ଷରୁ ଅନେକ ସ୍ତାନ ରେ ବୃକ୍ଷ ରୋପଣ କରିବା ସହିତ ଶୀତ ଦିନେ ଅସହାୟ ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ ଏବଂ ଅଙ୍ଗନ ୱାଡ଼ି ମାନଙ୍କରେ ଅଧୟନ କରୁଥିବା କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ଖାତା. ପେନ୍. ବିସ୍କୁଟ୍ ଆଦି ବଣ୍ଟନ କରିବା ସହିତ ଭୁବନେଶ୍ୱର ର ଅନେକ ସାଇ ବାସିନ୍ଦା ମାନଙ୍କ ରେ ରହୁଥିବା ଗରିବ ନିରୀହ ଅସହାୟ ଲୋକଙ୍କୁ କାହାକୁ ପୋଷାକ ବଣ୍ଟନ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା l ଆଗାମୀ ଦିନ ମାନଙ୍କରେ ଏପରି ସମସ୍ତ ଭଗବାନ ଙ୍କ କାର୍ଯ୍ୟକ୍ରମ ରେ କିଛିନା କିଛି ସାହାଯ୍ୟ ସହଯୋଗ ତଥା ଗରିବ ଅସହାୟ ମାନଙ୍କୁ ବସ୍ତ୍ର ବଣ୍ଟନ. ଖାଦ୍ୟ ବଣ୍ଟନ ଏବଂ ବୃକ୍ଷ ରୋପଣ କରିବା ସହିତ ସଫେଇ କାର୍ଯ୍ୟକ୍ରମ ଏବଂ ଜନ ହିତକର କାର୍ଯ୍ୟକ୍ରମ କରାଯିବ ବଲି ମନ୍ତବ୍ୟ ରଖିଛନ୍ତି ଅଧ୍ୟକ୍ଷା ସୁଚିତ୍ରା ମହାନ୍ତି l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ