ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ଦିନରେ ରିତୁନଙ୍କ ଶତକ

Feb 20, 2026 - 19:27
 0  15
ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ଦିନରେ ରିତୁନଙ୍କ ଶତକ

ବାରିପଦା - ତା :- ୨୦/୦୨/୨୦୨୬ ରିଖ ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ଦିନର ୧ମ ମ୍ୟାଚରେ ଏଞ୍ଜେଲ ରଣା ୩୦ ରନରେ ମହାକାଳ ଦଳକୁ ପରାସ୍ତ କରିଥିଲା I ଏଞ୍ଜେଲ ରଣା ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୮ ଉଇକେଟ ହରାଇ ୧୫୭ ରନ ସଂଗ୍ରହ କରିଥିବା ବେଳେ ମହାକାଳ ୧୨ ଓଭରରେ ୯ ଉଇକେଟ ହରାଇ ୧୨୭ ରନ ସଂଗ୍ରହ କରିପାରିଥିଲେ I ଏଞ୍ଜେଲ ରଣା ଦଳର ରଶ୍ମିରଂଜନ ରାଜ ସର୍ବାଧିକ ୬୦ ରନ ଓ ସୁରେଶ ୩ଟି ଉଇକେଟ ଅକ୍ତିଆର କରିଥିବା ବେଳେ ମହାକାଳ ସାଇ ପ୍ରକାଶ ପାତ୍ର ସର୍ବାଧିକ ୩୩ ରନ ସଂଗ୍ରହ କରିଥିଲେ I ୨ୟ ମ୍ୟାଚରେ ଦାନୀ ଏକାଦଶ ୧୫୦ ରନରେ ପରି ଚାଲେଞ୍ଜର ଦଳକୁ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଦାନୀ ଏକାଦଶ ୧୨ ଓଭରରେ ୭ ଉଇକେଟ ହରାଇ ୨୧୩ ରନ ସଂଗ୍ରହ କରିଥିବା ବେଳେ ପରି ଚାଲେଞ୍ଜର ୧୧. ୩ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୬୩ ରନ ସଂଗ୍ରହ କରିପାରିଥିଲେ I ଦାନୀ ଦଳର ରିତୁନ ମହାନ୍ତି ସର୍ବାଧିକ ୧୦୧ ରନ ଓ ସତ୍ୟନାରାୟଣ ମଲିକ ୫୪ ରନ ସଂଗ୍ରହ କରିଥିଲେ I ରତିକାନ୍ତ ଦାସ, ଲକ୍ଷ୍ମୀଧର ସିଂ ଓ ଗଦାଧର ନାୟକ ଖେଳ ପରିଚାଳନା କରିଥିବା ବେଳେ କରନ ଖାନ ସ୍କୋରିଂରେ ସହାୟତା କରିଥିଲେ I ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ I ପୂର୍ବ ଦିନର ୩ୟ ମ୍ୟାଚରେ ଭାମ୍ପାୟାର ମାରୁତି ସ୍ପୋର୍ଟସ ୨ ରନରେ ଜଗନ୍ନାଥ ୱରିୟାରକୁ ଓ ୪ର୍ଥ ମ୍ୟାଚରେ ମୟୁରଭଞ୍ଜ ରୟାଲସ ୮ ରନରେ ପରି ଚାଲେଞ୍ଜରକୁ ପରାସ୍ତ କରିଥିଲା I ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଉଦ୍ୟୋଗପତି ହୃଷିକେଶ ମହାପାତ୍ର ଓ ଯୋଗେଶ୍ୱର ବେହେରା ( ମଣ୍ଟୁ ଭାଇ ) ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ କମିଟିର ସଭାପତି ସୌମ୍ୟ ରଞ୍ଜନ ମିଶ୍ର, ଉପ ସଭାପତି ରମାକାନ୍ତ ଦାସ, ସମ୍ପାଦକ ଲକ୍ଷ୍ମୀନାରାୟଣ ଦାସ, ସାଙ୍ଗଠନିକ ସମ୍ପାଦକ ସରୋଜ ଶତପଥି ଉପସ୍ଥିତ ଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ