"ଆମେ ପଢ଼ିବା ଆମ ଭାଷାରେ" ଉମରକୋଟ ଠାରେ ଏକ ଦିବସୀୟ ଜିଲ୍ଲା ସ୍ତରୀୟ କର୍ମଶାଳା
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୩.୦୨.୨୦୨୬ ରିଖ: ଉମରକୋଟ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ " ଆମେ ପଢ଼ିବା ଆମ ଭାଷାରେ" ଏକ ଦିବସୀୟ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ! ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ କର୍ମଶାଳା କୁ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ ! ଉପ ଜିଲ୍ଲାପାଳ, ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର, ଡି ଏସ ଡବ୍ଲୁ ଓ ଦ୍ରପୌଦୀ କହଁର, ଡି ଆଇ ଇ ଟି ଅଧ୍ୟକ୍ଷ ଓଁକାର ପଟ୍ଟନାୟକ, ଡି ଆଇ ପି ଆର୍ ଓ ମନୋଜ ବେହେରା , ବି ଡି ଓ ମନୋଜ ମେହେର, ପିରା ମଲ୍ ଫାଉଏଣ୍ଡସନ ଅଧିକାରୀ ବିକ୍ରମ ରଣା ପ୍ରମୁଖ ଉପସ୍ଥିତ ଥିଲେ ! ଛୋଟ ପିଲାମାନଙ୍କୁ ସେମାନଙ୍କ ମାତୃଭାଷାରେ କଥୋପକଥନ, ଶିକ୍ଷାଦାନ,"ନୂଆ ଅରୁଣିମା" ପ୍ରାରମ୍ଭିକ ଶିକ୍ଷା ପାଠ୍ୟକ୍ରମକୁ ପିଲାଙ୍କ ସାମାଜିକ ଓ ସାଂସ୍କୃତିକ ପରିବେଶ ଅନୁଯାୟୀ ପୁନଃରୂପାୟନ,ଅଙ୍ଗନବାଡି କର୍ମୀଙ୍କ ଏହି ଶିକ୍ଷାଦାନ ଉପରେ ତାଲିମ ଦେବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ! ନିଜ ଭାଷାରେ ଶିଶୁମାନେ ଖେଳ,କାହାଣୀ,ଗୀତ ଓ କଥୋପକଥନ ମାଧ୍ୟମରେ ଶିକ୍ଷା ର ପ୍ରଥମ ସୋପାନ ରେ ଅନ୍ତର୍ଭୁକ୍ତ ହେବେ ! ଏହି ଅବସରରେ ପାଇଲଟ୍ ପଦକ୍ଷେପ ସ୍ୱରୂପ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ୩୦ ଟି ଅଙ୍ଗନବାଡି କେନ୍ଦ୍ର ରେ ସ୍ଥାନୀୟ ଗୋଣ୍ଡି ଭାଷାରେ ୩ ରୁ ୬ ବର୍ଷ ବୟସ ଶିଶୁମାନଙ୍କୁ ମାତୃଭାଷା ଆଧାରିତ ଶିକ୍ଷା ପ୍ରଦାନ କରାଯିବ ! ପ୍ରକାଶ ଥାଉ କି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା " ଏମ ପଢ଼ିବା ଆମ ଭାଷାରେ" ଯୋଜନାକୁ ୬ ଟି ଜନଜାତି ଜିଲ୍ଲା ମାଲକାନଗିରି,ନବରଙ୍ଗପୁର,ରାୟଗଡ଼ା,ଗଜପତି,କନ୍ଧମାଳ ଓ କେଉଁଝର ରେ ୧୮୦ ଟି ଅଙ୍ଗନବାଡି କେନ୍ଦ୍ର ରେ କାର୍ଯ୍ୟକାରୀ କରାଯିବ !କାର୍ଯ୍ୟକ୍ରମରେ ରାଇଘର ବ୍ଲକ ରୁ ଅଙ୍ଗନବାଡି କର୍ମୀ, ବହୁଭାଷି ଶିକ୍ଷକ,ରାଇଘର ସରପଞ୍ଚ ଓ ଅଭିଭାବକ ,ବି ଇ ଓ,ରାଇଘର, ଏ ବି ଡି ଓ ରାଇଘର ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0