ପୂର୍ବତନ ବିଧାୟକ ବିମଳ ଲୋଚନ ଦାସ ଙ୍କ ସ୍ମୃତି ଚାରଣ ସଭା
ବାରିପଦା ୨୩/୨ ମୟୂରଭଞ୍ଜ ର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ପ୍ରତିଶ୍ରୁତି ପ୍ରତିଷ୍ଠାନ ଆନୁକୁଲ୍ୟରେ ମୟୂରଭଞ୍ଜ ରେ ସମବାୟ ଆନ୍ଦୋଳନ ର କର୍ଣ୍ଣ ଧାର ବିଶିଷ୍ଟ ସମାଜ ସେବୀ ତଥା ବାରିପଦା ର ପୂର୍ବତନ ବିଧାୟକ ବିମଳ ଲୋଚନ ଦାସ ଙ୍କ ୫ମ ମହାପ୍ରୟାଣ ଦିବସ ଅବସର ରେ ଏକ ସ୍ମୃତିଚାରଣ ସଭା ପ୍ରତିଷ୍ଠାନ ର ସଭାପତି ଡ଼ା ପାର୍ଥ ସାରଥି ଜେନା ଙ୍କ ସଭାପତିତ୍ଵ ରେ ସ୍ଥାନୀୟ ହୋଟେଲ ଅମ୍ବିକା ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ସଙ୍ଗୀତ ଶିଳ୍ପୀ ସୁଶ୍ରୀ ଭାରତୀ ବେବର୍ତ୍ତା ଶ୍ରୀ ଜଗନ୍ନାଥ ଙ୍କ ଭଜନ ପରିବେଷଣ କରିଥିଲେ।ପରେ ପ୍ରତିଷ୍ଠାନ ର ସମ୍ପାଦକ ଭାଗବତ ପଣ୍ଡା ସ୍ବାଗତ ଭାଷଣ ଦେଇ ବିମଳ ବାବୁ ଙ୍କ ନିସ୍ବାର୍ଥପର ଜୀବନ ଶୈଳୀ ଓ ସମାଜ ପାଇଁ କିପରି ତାଙ୍କର କାର୍ଯ୍ୟ ଧାରା ସମର୍ପିତ ଥିଲା ତାହା ଅତି ମାର୍ମିକ ଭାବରେ ପ୍ରକାଶ କରିଥିଲେ।ଉକ୍ତ ସ୍ମୃତି ଚାରଣ ସଭା ରେ ବରିଷ୍ଠ ସାମ୍ବାଦିକ ତଥା ପରିବେଶବିତ୍ ଡ଼ ବିଜୟ କୁମାର ଅଗ୍ରୱାଲା ତାଙ୍କ ଅଭିଭାଷଣ ରେ ବିମଳ ବାବୁ ବିଭିନ୍ନ କ୍ଷେତ୍ର ରେ ଦାୟିତ୍ଵ ନେଇ ତାହାକୁ ସଫଳତାର ସହ ସମ୍ପାଦନ କରିଥିଲେ ବୋଲି କହିଥିଲେ।ଓଡ଼ିଆ ଜାଗରଣ ମଞ୍ଚର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ସମ୍ମାନିତ ବକ୍ତା ଓ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ର ପୂର୍ବତନ ସଭାପତି ରାଜକିଶୋର ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିମଳ ବାବୁ କିଭଳି ଅର୍ବାନ ବ୍ୟାଙ୍କ କୁ ସମଗ୍ର ରାଜ୍ୟ ରେ ପ୍ରଥମ ସ୍ଥାନ ଅଳଙ୍କୃତ କରିବାର ଗୌରବ ଅର୍ଜନ କରିଥିଲେ ତାହା ବିଷଦ ଭାବରେ ବର୍ଣ୍ଣନା କରିଥିଲେ।ଏହି ଅବସରରେ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି ସୁବ୍ରମଣ୍ୟମ ମହାନ୍ତି ଙ୍କୁ ଚଳିତ ବର୍ଷ ର ମର୍ଯ୍ୟାଦା ଜନକ "ବିମଳ ଲୋଚନ ଦାସ" ସ୍ମୃତି ସମ୍ମାନ ୨୦୨୬ ପ୍ରତିଶ୍ରୁତି ପକ୍ଷ ରୁ ପ୍ରଦାନ କରାଯାଇଥିଲା।ପରେ ମୁଖ୍ୟ ଅତିଥି ବାରିପଦାର ନଗରପାଳ କୃଷ୍ଣାନନ୍ଦ ମହାନ୍ତି ନିଜ ବକ୍ତବ୍ୟ ରେ ବିମଳ ବାବୁଙ୍କ ଜୀବନର ଭୂୟସୀ ପ୍ରଶଂସା କରି ସେ କିପରି ତାଙ୍କ ଆଶୀର୍ବାଦ ରେ ପ୍ରଥମେ ନଗରପାଳ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ କହିବା ସହିତ ତାଙ୍କୁ ନିଜର ରାଜନୈତିକ ଗୁରୁ ଭାବରେ ଅଭିହିତ କରିଥିଲେ।ସଭାପତି ଡ଼ା ଜେନା ବିମଳ ବାବୁ ଙ୍କ ବଦାନ୍ୟତା ସମ୍ପର୍କରେ ଏକ ଭାବ ଗର୍ଭକ ବକ୍ତଵ୍ୟ ପ୍ରଦାନ କରିଥିଲେ।ଏହି ଅବସର ରେ ବିମଳ ବାବୁଙ୍କ ସ୍ମୃତି ସମ୍ବଳିତ ଏକ ମନୋଜ୍ଞ କବିତା ପାଠ ଉତ୍ସବ ବରିଷ୍ଠ ଗାଳ୍ପିକ ପଦ୍ମନାଭ ସାହୁ ଓ କବି ଗୋପାଳ ଚନ୍ଦ୍ର ସାଓ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା।ଏହି କବିତା ପାଠ ଉତ୍ସବରେ କବୟିତ୍ରୀ ବିରଜା ଦେବୀ, ଭଗବତୀ ଦାଶ, ଭାସ୍ୱତୀ ପଣ୍ଡା,ମିନତି ଦାଶ, ସୁଧାମୟୀ ଦାସ,ଭାରତୀ ବେବର୍ତ୍ତା,ପୁଷ୍ପ ଲତା ସାହୁ ଓ କବି ଗୋପାଳ ଚନ୍ଦ୍ର ସାଓ ,ହରିହର ବେହେରା,ନରସିଂହ ବାରିକ,ବନମାଳୀ ପାତ୍ର,ଅଜମ୍ବର ପୃଷ୍ଟି,ଗୋପାଳ ଚନ୍ଦ୍ର ଦତ୍ତ,ଦିଲୀପ କୁମାର ଆଇଚ୍,ମୀନକେତନ ମହାନ୍ତି ପ୍ରମୁଖ ବହୁ କବି କବିତା ପାଠ କରିଥିଲେ।ପ୍ରାରମ୍ଭ ରେ ବିମଳ ବାବୁ ଙ୍କର ଫଟୋ ଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ କରାଯିବା ସହିତ ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ପରିଶେଷରେ କବି ପ୍ରଦୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶତାଧିକ ଭଦ୍ରବ୍ୟକ୍ତି ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0