ସିକିଲିଙ୍ଗ ରୋଗୀଙ୍କୁ ରକ୍ତଦାନ କଲେ ଦୁଇ ସଚେତନ ଯୁବକ
କଳାହାଣ୍ଡି (ଫାଷ୍ଟ ନ୍ୟୁଜ ଓଡିଶା ):-(ମକୁନ୍ଦ ନାଏକ )ଦୁଇ ସଚେତନ ଯୁବକ ରକ୍ତଦାନ କରି ସିକିଲିଙ୍ଗ ରୋଗରେ ଅତି ଗୁରୁତ୍ୱର ହୋଇ ଥିବା ଜଣେ ମହିଳାର ପ୍ରାଣ ବଞ୍ଚାଇଥିଲେ l ସରକାରୀ ଜିଲ୍ଲା ଡାକ୍ତର ଖାନାରେ ମହିଳା ଜଣକ ଚିକିତ୍ସା ହେଉଥିବା ବେଳେ ହଠାତ ରକ୍ତ ହୀନତା ହୋଇ ଗୁରୁତ୍ୱର ହୋଇଯାଇଥିଲେ l ରୋଗୀଙ୍କ ଦେହରେ ନିରୀକ୍ଷଣ କରି ଦେଖିବା ବେଳେ ୩ଗ୍ରାମ ରକ୍ତ ଅଛି ଆଉ ରକ୍ତ ଦୁଇ ପକେଟ ଆବଶ୍ୟକ ପଡିବ ବୋଳି ସେଠିକାର ଡାକ୍ତର ଜଣାଇଥିଲେ l ଏଥିପାଇଁ ଅନେକ ଲୋକଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ପଚାରି ବୁଝିଲୁ ହେଲେ ରକ୍ତ ଦେବା ପାଇଁ କେହି ଜଣେ ବି ମିଳିଲେ ନାହିଁ l ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ପଞ୍ଚାୟତର ବଲଙ୍ଗି ଗ୍ରାମ ଶ୍ରୀ ସଂଗୀତା ନାଏକ ୨୫ବର୍ଷ ସ୍ୱାମୀ ଲଳିତ କୁମାର ନାଏକ l ରକ୍ତ ପାଇଁ ବହୁତ ଖୋଜା ଖୋଜି କରିବା ପରେ ମହାନ ବ୍ୟକ୍ତି ତଥା ସମାଜ ସଚେତନ ଯୁବକ ଭବାନୀପାଟଣା ସରକାରୀ ଡାକ୍ତର ଖାନା କୁ ଯାଇ ରକ୍ତ ଦାନ କରିଥିଲେ l ସେହି ମହାନ ବ୍ୟକ୍ତି ଦୁଇ ଜଣ ହେଲେ ଥୁଆମୂଳ ରାମପୁର ବ୍ଲକ ବଡ଼ଛତ୍ରଙ୍ଗ ଗ୍ରାମ ଶ୍ରୀ ସୁରେନ୍ଦ୍ର ନାଏକ ୩୫ବର୍ଷ ଆଉ ଜଣେ ହେଲେ ଗୁଣପୁର ଗ୍ରାମର ସମୀର ନାଏକ ୩୨ବର୍ଷ l ଦୁଇଜଣ ଭାଇ ର ରକ୍ତ ନମୁନା ହେଲା A+(positive)ଗ୍ରୁପ l ରକ୍ତ ବ୍ୟାଙ୍କ ରେ A+ ଗ୍ରୁପ ନଥିଲା ଯାହାଫଳରେ କି ବହୁତ ହୋଇରାଣ ହୋଇ ଖୋଜା ଖୋଜି କରିବା ପରେ ବି ରକ୍ତ ମିଳିପାରିଲା ନାହିଁ l ରକ୍ତଦାନ ମହାପୂଣ୍ୟ ଭଗବାନ ର ଦ୍ଵିତୀୟ ରୂପେ ଡାକ୍ତର ଙ୍କୁ ସମସ୍ତେ ମାନିଥାନ୍ତି l ତେଣୁ ସେହିପରି ରକ୍ତ ଦାନ ଦେଇ ଗୁରୁତ୍ୱରେ ଥିବା ରୋଗୀଙ୍କୁ ଜୀବନ ଦାନ ମିଳିଲା l ଏହାକୁ ନେଇ ରୋଗୀ ସ୍ୱାମୀ ପରିବାର ଏବଂ ରୋଗୀ ପରିବାରଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି l ସମାଜ ପ୍ରତି ଏମିତି ସଚେତନ ସହ ଅନେକ କାର୍ଯ୍ୟକ୍ରମ କରିଥାନ୍ତି ଉକ୍ତ ଦୁଇ ଯୁବକ l ସମାଜ ର ଯେ କୌଣସି କାର୍ଯ୍ୟ କରିବାକୁ ହେଲେ ଆଗ ଧାଡିରେ ଛିଡା ହୋଇଥାନ୍ତି l କାହାର କିଛି ଅସୁବିଧା ହେଉ, କି ସମସ୍ୟା ହେଉ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରିବାକୁ ଚେଷ୍ଟା କରି ଚାଲିଥାନ୍ତି l ଯେହେତୁ ଏହି ଦୁଇ ଜଣ ନେତା ନୁହେଁ କି ଅଫିସର ନୁହେଁ ଯାହା ତାଙ୍କର ପରିଚୟ ରହିଛି ସେହି ପରିମାଣ ରେ କିଛି ସାହାଯ୍ୟ କରିବା ଦେଖିବାକୁ ମିଳିଥାଏ lଏହି ଋଣ ଆମ ପରିବାର କେବେ ହେଲେ ସୁଝି ପାରିବୁ ନାହିଁ ଆମ ରୋଗୀଙ୍କୁ ଜୀବନ ବଞ୍ଚାଇ ଥିବା ହେତୁ ଆମ ପରିବାର ରେ ଖୁସି ଫେରିପାଇଛୁ l ଏହାକୁ ନେଇ ଅଞ୍ଚଳ ବାସି ବହୁତ ଧନ୍ୟବାଦ ଜଣାଇଲେ l
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0