ଐତିହାସିକ ଗୋଶାଳା କୋପ ଉଦଘାଟନି ମେଚ ରେ ଓଡ଼ିଶା ସରକାରଙ୍କର ଲୋକପ୍ରିୟ ମନ୍ତ୍ରୀ. ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କର ଯୋଗଦାନ ଯୁବ ପିଢିପ୍ରତି ପ୍ରେରଣା

Feb 16, 2026 - 17:11
 0  41
ଐତିହାସିକ ଗୋଶାଳା କୋପ ଉଦଘାଟନି ମେଚ ରେ ଓଡ଼ିଶା ସରକାରଙ୍କର ଲୋକପ୍ରିୟ ମନ୍ତ୍ରୀ. ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କର ଯୋଗଦାନ ଯୁବ ପିଢିପ୍ରତି ପ୍ରେରଣା

ଉତ୍ତର ଓଡ଼ିଶାର ସର୍ବବୃହତ ଦିବାରାତ୍ରୀ କ୍ରିକେଟ ଟୁର୍ଣାମେଣ୍ଟ ଗୋଶାକପ,ଏହା ମୟୂରଭଞ୍ଜ ଜିଲ୍ଲା ର ସଦର ମହୋକୁମା ବାରିପଦାର ତୁଳସୀ ଚଉରା ଗୋଶାଳା ପଡ଼ିଆରେ ଅନୁଷ୍ଠିତ ହୋଇଛି। ଏହି ଗୋଶାଳା କପର ନାମ କରଣରବିଶେଷତ୍ଵ ହେଉଛି ଆମ ଭାରତୀୟ ସଂସ୍କୃତି ପରମ୍ପରା ଅନୁସାରେ ଗୋମାତାଙ୍କୁ ସମ୍ମାନ ଜଣାଇ ତାଙ୍କ ଉଦ୍ଦେଶ୍ୟରେ ନାମକରଣ କରାଯାଇଛି। ଆଜିର ପ୍ରଥମ ଦିବସ ଉଦଘାଟନି ଉତ୍ସବ ରେ ଓଡ଼ିଶା ସରକାରଙ୍କର ଲୋକପ୍ରିୟ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ରମହାପାତ୍ର ତଥା ବାରିପଦା ବିଧାୟକ ପ୍ରକାଶ ସରେନ,ସମାଜସେବା ତଥାଶିଳ୍ପପତି ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ଦାସ, ସମ୍ମାନିୟ ପରେଶ ଚଦ୍ର ମହନ୍ତ, ସିନିୟର ସଦସ୍ୟ ବରୁଣ ଘୋଷ, ବିବେକାନନ୍ଦ ନାଏକ, ତଥା ଏହି ଗୋଶାଳା କପ ର ସଭାପତି ସୌମ୍ୟରଞ୍ଜନ ମିଶ୍ର,ଗଦାଧର ନାଏକ, ଆର.କେ.ଦାସ,ଗଣମାଧମ ସଂଯୋଜକ ଶ୍ରୀଯୁକ୍ତ ସମନାଥ ସିଂହ ଓ ଗୌତମ ଦାସ, ତଥା ସମସ୍ତ ଏହି କ୍ଲବର ସଦସ୍ୟ ତଥା ଗଣମାଧ୍ୟମ ବନ୍ଧୁମାନେ ଏବଂ ଡାନି...୧୧ ଓ ବଜରଙ୍ଗୀ ଦି ସାଭିୟାର ର ସମସ୍ତ ମେମ୍ବର ଓ ଖେଳାଳି ତଥା ବହୁ ଦର୍ଶକ ଉପସ୍ଥିତ ରହିଏକ ରଙ୍ଗାରଙ୍ଗ ପରିବେଶରେ ଭଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଉଛି। ଏହି ଉତ୍ସବରେ ମୟୁରଭଞ୍ଜ ଜିଲ୍ଲାର ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଶିଶିର କୁମାର ମୁନ୍ଦୁୟା,ଉପସ୍ଥିତ ଥିଲେ। ଉକ୍ତ ଉତ୍ସବରେ ମାନ୍ୟବର ମନ୍ତ୍ରୀଙ୍କର ଙ୍କୁ ସସମ୍ମାନ ସହିତ ମଞ୍ଚକୁ ପାଛୋଟି ନେଇଥିଲେ।ମାନ୍ୟବର ମନ୍ତ୍ରୀ ଙ୍କ ଉପସ୍ତିତିରେ ସମସ୍ତେ ଅନନ୍ଦିତ ଓ ଉତଫୁଲ୍ଲିତ ଥିଲେ।ମାନ୍ୟବର ମନ୍ତ୍ରୀ ଡଃ କଷ୍ଣ ଚନ୍ଦ୍ର ମହାପାତ୍ରଙ୍କର ସ୍ଵଳ୍ପ ଭାଷାଣ ବେଶ ଚିତାକର୍ଷଣ ଓ ଯୁବପିଢିପ୍ରତି ଏକ ପ୍ରେରଣାର ଉତ୍ସ ଥିଲା । ପ୍ରଥମ ଦିବସିୟ ମେଚ ଡାନି ୧୧ ଓ ବଜରଙ୍ଗି ଦି ସାଭିୟାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ ଜିତି ବଜରଙ୍ଗୀ ଦଳ ଫିଲଡିଂ କରିବାର ନିସ୍ପତି ନେଇଥିଲା। ଡାନି ଏକାଦଶ ନିର୍ଦ୍ଧାରିତ ୧୨ ଅଭରରେ ପାଞ୍ଚ ଉଇକେଟ ହରାଇ ୧୮୧ ରନ ର ଏକ ବଡ , ସ୍କର କରିଥିଲା, ଜବାବରେ ବଜରଙ୍ଗୀ ଦଳ ୮ ଉଇକେଟ ହରାଇ ସଂଘର୍ଷପୂର୍ଣ୍ଣ ୯୨ରନ ସଂଗ୍ରହ କରିଥିଲା । ଆଜିରଏହି ଉଦଘାଟନି ମେଚ ରେ ଦୀର୍ଘ ୮୯ ବ୍ୟବଧାନ ରେ ଡାନି ୧୧ ମେଚ ଜିତି ବାଜୀ ମାତ କରିଥିଲା, ଏହି ବୃହତ ବିଜୟ ପଛରେ ଦୁଇ ବ୍ୟାଷ୍ଟ ମ୍ୟାନଙ୍କ ସିଂହ ଭାଗ ର ରାନ ସତ୍ୟନାରାୟଣଙ୍କର ୬୯ ରନ ମାତ୍ର ୨୨ବଲ ରେ, ୧୧ଟି ଛକା ସହିତ ଷ୍ଟ୍ର।ଇକ ହାର ୩୧୩.୬ ଥିଲା । ଠିକ ସେହିପରୀ ସାଇଓମ ବିଭୁଙ୍କର ୫୩ରନ ମାତ୍ର ୧୮ ବଲରେ ୪ଟି ଚୌକା ଓ ୬ଟି ଛକା ସହିତ ଷ୍ଟ୍ବାଇକରେଟ ୨୯୪.୪ ଥିଲା।ଏହା ଏକ ସଫଳତାର ମାଇଲଖୁଣ୍ଟଥିଲା। ଦର୍ଶକଏହି ଖେଳର ପ୍ରତିଟି ମୁହୁର୍ତ୍ତରେ ଖେଳାଳି ମାନଙ୍କୁ ଉତ୍ସାହିତ କରୁଥିଲେ।ଏହି ଖେଳପ୍ରତି ଯୁବ ପିଢିଙ୍କ ଆଗ୍ରହ ଓ ପ୍ରତିଭାର ର ବିକାଶ ସହିତ ନିଜର ପରିଚୟସୃଷ୍ଟି କରି ସ୍ଵାବଲମ୍ବି ହୋଇପାରିବେ, ଏଥିପ୍ରତି ଦୃଷ୍ଟି ରଖି ଏହି ଗୋଶାଳା କପ କରାଯାଇଛି ଓ ଆଗକୁ ଏହା ସାରା ଓଡ଼ିଶା ଓ ଭାରତବର୍ଷରେ ଏକ ସ୍ୱତନ୍ତ୍ରତା ବଜାଇ ରଖିବା ପାଇଁ ପ୍ରୟାସ ରହିଛି। ଏଥିପାଇଁ ସମସ୍ତଙ୍କର ସହଯୋଗ ଏକାନ୍ତ କାମ୍ୟ ବୋଲି ସଭା ପ୍ରତି ସୌମ୍ୟରଞ୍ଜନ ମିଶ୍ର ନିଜର ମତ ବ୍ୟକ୍ତ କରିବା ସହିତ ସମସ୍ତଙ୍କୁ ଧନ୍ୟ ବାଦ ଜ୍ଞାପନ କରିଛନ୍ତି। ବାରିପଦାରୁ ...ଗୌର ଦାସ ଗିରି ଙ୍କ ରିପୋଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ