ବ୍ଲକ୍ କାର୍ଯ୍ୟାଳୟକୁ ଯିବା ରାସ୍ତା ପାର୍ଶ୍ଵରେ ଥିବା ଜବରଦଖଲ ଉଛେଦ କେବେ ହେବ

Jan 23, 2026 - 16:19
 0  306
ବ୍ଲକ୍ କାର୍ଯ୍ୟାଳୟକୁ ଯିବା ରାସ୍ତା ପାର୍ଶ୍ଵରେ ଥିବା ଜବରଦଖଲ ଉଛେଦ କେବେ ହେବ

ଦାରିଙ୍ଗବାଡି ୨୩/୦୨୬( ଫାଷ୍ଟ ନ୍ୟୁଜ୍ ଓଡ଼ିଶା)ପ୍ରତ୍ୟେକ ସହରରେ ଥିବା ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ସମସ୍ତ ପ୍ରକାର ଉଠା ଦୋକାନୀ ଗୁଡ଼ିକ ଜବରଦଖଲ ଉଛେଦ କରାଯାଉଛି I ସେହିପରି ଦାରିଙ୍ଗବାଡି ସହରରେ ମଧ୍ୟ ବେଆଇନ୍ ଜବରଦଖଲ ଉଛେଦ କରାଯାଉଛି I ତାହା ପୁଣି କେବଳ ଚାରିଛକରୁ ତିନି ଛକ ପର୍ଯ୍ୟନ୍ତ ଏଟି ପ୍ରଶ୍ନ ଉଠୁଛି ସାଧାରଣ ଗରିବ ନିରୀହ ଲୋକଙ୍କୁ ସେମାନେ ଛୋଟିଆ ପରିବା ଦୋକାନୀ ହେଉ କିମ୍ବା ଚା ଦୋକାନ ଏପରି ଛୋଟିଆ ବ୍ୟବସାୟ ମାନଙ୍କୁ ଦୋକାନ ଗୃହ ଭାଙ୍ଗି ଉଛେଦ କରିଦେଲେ ହେଲେ ବଡ଼ ବଡ଼ ବ୍ୟବସାୟୀ ମାନଙ୍କୁ ସୁରକ୍ଷା ଦିଆ ଯାଉଛି କାହିକିଁ ଏଟି କଣ ଲୋକ ଦେଖି ହତ୍ୟାଚାର କରାଯାଉଛି କି I ଯଦି ଆପଣ ମାନେ ଦେଖିବେ ଚାରିଛକରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଯିବା ରାସ୍ତା ପାର୍ଶ୍ଵରେ ଦେଖିବେ ଡ୍ରେନ୍ ଉପରେ ବିଭିନ୍ନ ପ୍ରକାର ସାମଗ୍ରୀ ରଖି ବ୍ୟବସାୟୀ କରିବା ସହ ରାସ୍ତା ପାର୍ଶ୍ଵରେ ବେ ଆଇନ୍ ଭାବେ ଗାଡ଼ି ମଟର ଯାନ ବହନ ରଖୁଥିବା ଯୋଗୁଁ ଅନେକସମୟରେ ଯିବା ଆସିବାରେ ବାଧାପ୍ରାପ୍ତ ହେଉଛି ବ୍ଲକ୍ କାର୍ଯ୍ୟାଳୟ କୁଚାଲିକି ଯିବା ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଜନ ସାଧାରଣ କାଲି ଏତିକି ନୁହେଁ ଚାରିଛକରୁ ବସ୍ ଷ୍ଟାଣ୍ଡ ତହସିଲ୍ କାର୍ଯ୍ୟାଳୟ କୁ ଯିବା ରାସ୍ତାର ବି ସେ ଅବସ୍ଥା ଦେଖିବାକୁ ମିଳୁଛି I ଯଦି ଗୋଟିଏ ନିୟମ ଲାଗୁ ହେବ ସମସ୍ତଙ୍କ ପାଇଁ ସମାନ ଭାବେ ବ୍ୟବହାର କରିବା ଆବଶ୍ୟକ ରହିଛି I ଏଣୁ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ଶୀଘ୍ର ଜବରଦଖଲ ଉଚ୍ଛେଦ କରନ୍ତୁ ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଏବେ ଚର୍ଚା ହେଉଛି I

What's Your Reaction?

Like Like 1
Dislike Dislike 0
Love Love 0
Funny Funny 1
Angry Angry 1
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ