କୁମ୍ଭାରମାଲ ଫୁଟ୍ବଲ୍ କପ୍: ଚେତେନପଡା (ରେଙ୍ଗାଲି )ଚାମ୍ପିଅନ
କୋଲାବିରା,୨୫/୧:(ଫାଷ୍ଟ ନ୍ୟୁଜ ଓଡିଶା) କୋଲାବିରା ବ୍ଳକ କୁମ୍ଭରମାଲ ସ୍କୁଲ ଖେଳ ପଡ଼ିଆରେ ୪ୟ ତମ କୁମ୍ଭାରମାଲ କପ୍ ଫୁଟବଳ ଟୁର୍ନାମେଣ୍ଟ୍ ଉଦ୍ଯାପିତ ହୋଇଛି। ଫାଇନାଲ୍ ମ୍ୟାଚରେ ଚେତେନପଡା (ରେଙ୍ଗାଲି ) ଓ 11 ଷ୍ଟାର ସାଲେପାଲି ମଧ୍ୟରେ ଖେଳ ହୋଇଥିବା ବେଳେ 11 ଷ୍ଟାର ସାଲେପାଲି ଫୁଟବଳ ଦଳକୁ ପରାସ୍ତ କରି ଚେତେନପଡା (ରେଙ୍ଗାଲି ) ଚମ୍ପିଅନ ହୋଇଥିଲା । ଅଲ ବଏଜ କ୍ଲବ,କୁମ୍ଭାରମାଲ ପକ୍ଷରୁ ଆୟୋଜିତ ଫୁଟବଳ ଟୁର୍ନାମେଣ୍ଟ୍ ରେ ଉଦ୍ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ା ପୂର୍ବତନ ବିଧାୟିକା ଦୀପାଳି ଦାସ ଯୋଗଦେଇ ବିଜେତା ଓ ଉପବିଜେତା ଦଳଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଗୁର୍ନାମେଣ୍ଟରେ ୮ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ବିଜେତା ଦଳ ଚେତେନପଡା (ରେଙ୍ଗାଲି )କୁ 30,000 ଟଙ୍କା ଓ ଉପବିଜେତା ଦଳ 2 ଷ୍ଟାର ସାଲେପାଲି କୁ 20,000 ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ସମାଜସେବୀ ଚିନୁ ବହିଦାର, ଆଞ୍ଚଳିକ ବିକାଶ ପରିଷଦ ଲଇକେରା, କୋଲାବିରା ଓ କିର୍ମିରା ର ସଭାପତି ଜିତେନ୍ଦ୍ରିୟ ଧୁରୁଆ, ଯୁବ ନେତା ହେମନ୍ତ ସାହୁ, ପ୍ରଶାନ୍ତ ମହାନନ୍ଦିଆ ଯୋଗଦେଇଥିବା ବେଳେ ରେପରି ସପ୍ତାଦୀ ଜୟପୁରିଆ, ରାଜା ମହାପାତ୍ର, ରାଜେଶ ଜୟପୁରିଆ ଟୁନା ପୋଢ଼ ଖେଳ ପରିଚାଲନା କରିଥିଲେ। କ୍ଲବର ସଭାପତି ଗୁରୁଚରଣ ପ୍ରଧାନ, ଉପସଭାପତି ମଙ୍ଗଳ କିସାନ ସଦସ୍ୟ ସ୍ବରୂପ କିସନ, ରଞ୍ଜନ ତରିଆ, ଦୀପକ କିସାନ, ଦିଲ୍ଲୀପ କିସନ, ଝସକେତନ କିସାନ, ବିଶ୍ୱ କିସନ, ରମେଶ କିସନ,ଗଣେଶ କିସାନ,ଜନ୍ମଜୟ କିଷାନ, ପ୍ରଦ୍ରୁଣ ମାଝୀ, ପ୍ରମୁଖଙ୍କ ସହ କ୍ଲବର ସମସ୍ତ ସଭ୍ୟ ସହଯୋଗ କରିଥିଲେ।
କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ,ଫାଷ୍ଟ ନ୍ୟୁଜ ଓଡିଶା।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0