ଭାରତ ସରକାର ଶିକ୍ଷା ମନ୍ତ୍ରାଳୟ ମୁଖ୍ୟ ପରାମର୍ଶଦାତାଙ୍କ ନୂଆପଡା ଡାଇଟ ପରିଦର୍ଶନ

Jul 22, 2026 - 21:12
 0  4
ଭାରତ ସରକାର ଶିକ୍ଷା ମନ୍ତ୍ରାଳୟ ମୁଖ୍ୟ ପରାମର୍ଶଦାତାଙ୍କ ନୂଆପଡା ଡାଇଟ ପରିଦର୍ଶନ

ନୂଆପଡା : ଭାରତ ସରକାର ଶିକ୍ଷା ମନ୍ତ୍ରାଳୟ ମୁଖ୍ୟ ପରାମର୍ଶଦାତା ଶ୍ରୀ ସମୀର ଡାନିଏଲ ନୂଆପଡା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ପରିଦର୍ଶନରେ ଆସିଥିଲେ। ସେ ତାଙ୍କର ପରିଦର୍ଶନରେ ଡାଇଟ୍ସ ସେଣ୍ଟର ଫର ଏକସିଲେନ୍ସ ଅଧୀନରେ ନିର୍ମାଣାଧୀନ ଥିବା ଶୈକ୍ଷିକ ବିଭାଗ, ପ୍ରଶାସନିକ ବିଭାଗ, ଛାତ୍ରୀ ନିବାସ ଏବଂ ଷ୍ଟାଫ୍ଫ କ୍ୱାଟର ତଦାରଖ କରିଥିଲେ। ତତସଙ୍ଗେ ସଙ୍ଗେ ଶ୍ରେଣୀ ପରିଦର୍ଶନ କରି ବିଦ୍ୟାର୍ଥୀ ମାନଙ୍କ ସହିତ ବାର୍ତାଳାପ କରି ପ୍ରେରଣା ଦେଇଥିଲେ। ଉକ୍ତ ଅନୁଷ୍ଠାନର ଅତ୍ୟାଧୁନିକ ଉତ୍କୃଷ୍ଟତା କେନ୍ଦ୍ରର ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ ପୂର୍ବକ ସମସ୍ତ ଶିକ୍ଷକ ପ୍ରଶିକ୍ଷକଙ୍କ ସହିତ ଆଲୋଚନା କରି ପ୍ରଶଂସା କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ନରୋତ୍ତମ ଭୋଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ, ଏବଂ ବରିଷ୍ଠ ପ୍ରଶିକ୍ଷକ ଶ୍ରୀ ବିକ୍ରମାଦିତ୍ୟ ସିଂହ ବରିହା, ଟିକେଶ୍ୱର ପାର୍ଣ୍ଣା, ରୀନା ବାଗ, ଶଙ୍କର ସାହୁ, ବବିତା ଶବର, ଅନିତା ଶବର,ସ୍ୱପ୍ନା ସେଠ ଉପସ୍ଥିତ ରହି ଆଲୋଚନା କରିଥିଲେ। ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ