ଜାତୀୟ ସଡକ ସୁରକ୍ଷା ମାସ ପାଳନ ନିମନ୍ତେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୮.୦୧.୨୦୨୬ ରିଖ: ଗତକାଲି ତା: ୦୭.୦୧.୨୦୨୬ ରିଖ: ସନ୍ଧ୍ୟା ୫.୩୦ ମି ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ର ବୈଠକ ଅନୁଷ୍ଠିତ ହୋଇଯାଇଛି ! ଆଞ୍ଚଳିକ ପରିବହନ ଅଧିକାରୀ ଜିତେନ୍ଦ୍ର ଭୋଇ ସମସ୍ତଙ୍କୁ ସ୍ୱାଗତ କରି ଏଜେଣ୍ଡା ଅନୁଯାୟୀ ଚଳିତ ମାସ ରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଗୃହରେ କହିଥିଲେ ! ବୈଠକ ରେ ସି ଡି ଏମ ଓ ,ଏସ ଇ ଆର୍ ଏଣ୍ଡ , ଡି ଏସ ପି,ଡି ଆଇ ପି ଆର୍ ଓ , ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଡେପୁଟୀ କଲେକ୍ଟର, ଏ ଇ ଇ,ଏନ୍ ଏଚ୍ଚ, ଇ ଇ,ଆର୍ ଡି, ସହକାରୀ ମ୍ୟାନେଜର, ଓ ଏସ ଆର ଟି ସି,ଡି ପି ଇ ଓ, ଡି ପି ଏମ,ଏନ୍ ଏଚ ଏମ, ଏ ଇ, ମ୍ୟୁନିସିପାଲଟି,ଘରୋଇ ବସ ମାଲିକ ସଂଘ ଓ ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ,କମିଟି ସଭ୍ୟ ଓ ସାମ୍ବାଦିକ ବାଙ୍କ ବିହାରୀ ବିଷୋୟୀ ,ସଭ୍ୟା ଓ ସାମ୍ୱାଦିକ ପ୍ରଭାତୀ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ ! ବୈଠକ ରେ ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇ ଏଲ ଇ ଡି ରେ ପ୍ରଦର୍ଶନ, ବ୍ୟାନର,ପୋଷ୍ଟର,ଲିଫ୍ଲେଟ ଦ୍ଵାରା ସଚେତନତା,ସ୍ୱତନ୍ତ୍ର ଏନ୍ଫୋର୍ସମେଣ୍ଟ ଡ୍ରାଇଭ୍,ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ବିଭିନ୍ନ ପ୍ରତିଯୋଗୀତା,ଗାଡ଼ି ଚାଳକଙ୍କ ଚକ୍ଷୁ ପରୀକ୍ଷା, ୱାକାଥନ,ରକ୍ଷକ ତାଲିମ ଶିବିର,ପୋଲିସ ଓ ପରିବହନ ବିଭାଗର ମିଳିତ ଚେକିଂ,ସତର୍କ ସୂଚନା ବୋର୍ଡ ଉପରେ ବିଶେଷ ଆଲୋଚନା ହୋଇଥିଲା ! ଦ୍ରୁତ ଗତି ,ହେଲମେଟ ଓ ସିଟ୍ ବେଲ୍ଟ ନ ପିନ୍ଧି,ମଦ୍ୟପାନ କରି, ଓଭରଲୋଡ ,ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ,ମୋବାଇଲ ବ୍ୟବହାର କରି,ଟ୍ରାଫିକ ନିୟମ ଉଲଘଂନ କରି ଗାଡ଼ି ଚାଳନା ରୋକିବାକୁ ବିଶେଷ ଚେକିଙ୍ଗ ପୂର୍ବକ ଫାଇନ୍,ଗାଡ଼ି ଜବତ, ଡି ଏଲ ବାତିଲ କରାଯିବ ! ଅଜଣା ଯାନବାହନ ଦ୍ଵାରା ହିଟ୍ ଏବଂ ରନ୍ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା,ଗୁରୁତର ଆହତ ବ୍ୟକ୍ତିଙ୍କୁ ୫୦,୦୦୦ ଟଙ୍କା ର ସରକାରୀ ବ୍ୟବସ୍ଥା ରହିଛି ତା ଉପରେ ବିଶେଷ ପ୍ରଚାର ପ୍ରସାର ର ଆବଶ୍ୟକ ରହିଛି ବୋଲି ଗୃହରେ ମତ ପ୍ରକାଶ ପାଇଥିଲା ! ପ୍ରଥମ ଘଣ୍ଟା ସର୍ଣିମ୍ ସମୟରେ ସହାୟତା ଦେଇଥିବା ସହୃଦୟ ବ୍ୟକ୍ତି ( ଗୁଡ ସମାରିଟାନ୍ ) ଙ୍କୁ ପ୍ରୋତ୍ସାହନ ମୂଳକ ୨୦୦୦ ଟଙ୍କା ପୁରସ୍କୃତ କରାଯିବ ! ଜିଲ୍ଲାରେ ୨୦୨୫ ମସିହାରେ ୮ ଟି ବ୍ଲାକ ସ୍ପଟ୍ ଚିହ୍ନଟ ହୋଇଛି ! ଜିଲ୍ଲାରେ ୨୦୨୫ ମସିହାରେ ମୋଟ ରାସ୍ତା ଦୁର୍ଘଟଣା ୨୪୯ ରୁ ୧୯୦ ଜଣଙ୍କ ମୃତ୍ୟୁ,୪୧ ଜଣ ଅତି ଗୁରୁତର ଏବଂ ୧୭ ଜଣ ସାମାନ୍ୟ ଆହତ ହୋଇଛନ୍ତି ! ଜିଲ୍ଲାରେ ଦୁର୍ଘଟଣା ମୃତ୍ୟୁହାର କୁ କମାଇବା ଓ ସଡ଼କ ସୁରକ୍ଷା ଉପରେ ବିଶେଷ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ! ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0