।। ବିଷମ କଟକ ବ୍ଲକରେ ସମିତି ବୈଠକ ପ୍ରଥମ ଥର ପାଇଁ ଯୋଗଦେଲେ ନବ ନିର୍ବାଚିତ ବିଧାୟକ ।।

Jul 19, 2024 - 20:26
 0  142
।। ବିଷମ କଟକ ବ୍ଲକରେ ସମିତି ବୈଠକ  ପ୍ରଥମ ଥର ପାଇଁ ଯୋଗଦେଲେ ନବ ନିର୍ବାଚିତ ବିଧାୟକ ।।

ବିସମକଟକ ତା:-୧୯/୦୭/୨୦୨୪ (ଫାଷ୍ଟ ନ୍ୟୁଜ ଓଡ଼ିଶା) ରାୟଗଡ଼ା ଜିଲ୍ଲା ବିଷମ କଟକ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଦ୍‌ଭାବନା ଗୃହ ଠାରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅଧ୍ଯକ୍ଷା ଯୋସୋଦା ହୁଇକା ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଷମକଟକ ନବ ନିର୍ବାଚିତ ବିଧାୟକ ନୀଳମାଧବ ହିକକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ବିଷମ କଟକ ସାଂସଦ ପ୍ରତିନିଧି ଦିଲ୍ଲୀପ ପଟ୍ଟନାୟକ ,ବିଡ଼ିଓ ସଦାଶିବ ନାୟକ,ଉପାଧ୍ଯକ୍ଷ ଦେବୀ ପଟ୍ଟନାୟକ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ମଞ୍ଚାସିନ ରହିଥିଲେ । ବୈଠକରେ ବିଶେଷ କରି ବର୍ଷା ଦିନ ହୋଇଥିବାରୁ ମେଲେରିଆ,ଡେଙ୍ଗୁ,ହଇଜା ଭଳି ରୋଗକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ତାହା ଉପରେ ବିଧାୟକ ପଚାରି ବୁଝିଥିଲେ ।ଉତ୍ତର ରଖି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପି.ହେଚ.ଓ ଜଛନା ରାଣୀ ମହାରଣା ମେଲେରିଆ,ଡେଙ୍ଗୁ,ହଇଜା ଭଳି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଲୋକଙ୍କୁ ସଚେତନ କରାଇବା,ମଶାରୀ ବାନ୍ଧି ଶୋଇବା,ପୀଡିତ ହୋଇଥିବା ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରିବା କ୍ଷେତ୍ରରେ ଆଶା କର୍ମୀ ଓ ହେଲଥ ୱାରକେର ଙ୍କୁ ଅବଗତ କରାଇଥବା ସୂଚନା ଦେଇଥିଲେ। ସେହିଭଳି ଜଳ ପରିମଳ ବିଭାଗ ତରଫରୁ ଉପସ୍ଥିତ କନିଷ୍ଠ ଯନ୍ତ୍ରୀ ରାଜଶ୍ରୀ ପାତ୍ର ଙ୍କୁ ପ୍ରତେକ ଗ୍ରାମରେ ପାନୀୟ ଜଳ ର ବ୍ୟବସ୍ତା କରିବା,ଖରାପ ନଳକୂପର ମରାମତି କରିବା ଓ ନଳକୂପ ନିକଟରେ ଯେପରି ଜଳ ନିଷ୍କାସନ ହେବ ତାହାର ବ୍ୟବସ୍ତା କରିବା ଓ ଜଳ ଗଛିତ ଜାଗାରେ ବ୍ଲିଚିଙ୍ଗ ସିଞ୍ଚନ କରାଯିବା ପାଇଁ ପରାମର୍ଶ ଦିଆଯାଇଥିଲା। ବୈଠକରେ ବ୍ଲକ ର ପ୍ରତ୍ୟେକ ଗ୍ରାମର କିଭଳି ବିଦ୍ୟୁତ ପହଂଚି ପାରିବ ତାହାର ଏକ ରୁଟ ମେପ ପ୍ରସ୍ତୁତ କରିବା ପାଇଁ ବିଧାୟକ ବିଦ୍ୟୁତ ବିଭାଗ ଯନ୍ତ୍ରୀ ଙ୍କୁ ନିର୍ଦେଶ ଦେଇଥିଲେ । ଏହାପରେ ବ୍ଲକ ର ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା । ବ୍ଲକରେ ମୁଖ୍ୟତଃ ପାନୀୟ ଜଳ, ବିଦ୍ୟୁତ, ସ୍ଵାସ୍ଥ୍ୟ, ଶିକ୍ଷା, ଆବାସ ଯୋଜନା, ଭତ୍ତା, ରାସ୍ତାଘାଟ ବିଷୟରେ ଆଲୋଚନା କରାଯାଇଥିବା ବେଳେ। ବ୍ଲକସ୍ତରୀୟ ସମସ୍ତ ବିଭାଗୀୟ ଅଧୂକାରୀ ସମେତ ସରପଞ୍ଚ, ସମିତି ମେମ୍ବର ସଦସ୍ୟ ଉପସ୍ଥିତ ରହିଥିଲେ ।

 ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ