ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

Feb 23, 2026 - 17:38
 0  21
ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

ଝାରସୁଗୁଡା,୨୩।୨(ଫାଷ୍ଟ ନ୍ୟୁଜ, ଓଡିଶା):ଆସନ୍ତା ୨୬ ତାରିଖରେ ହେବ ମେଗା ନିଯୁକ୍ତି ମେଳା ଶିକ୍ଷିତ ଯୁବପିଢ଼ିଙ୍କ ପାଇଁ ନିୟୋଜନ ସକାଶେ ୮ମ ପାସ୍‌ଠାରୁ ବି.ଟେକ୍ ପର୍ଯ୍ୟନ୍ତ ସମସ୍ତେ ଏହି ନିଯୁକ୍ତି ମେଳାରେ ଅଂଶଗ୍ରହଣ କରିପାରିବେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟର ସଂଯୁକ୍ତ ତତ୍ତ୍ୱାବଧାନରେ ଏକ ବିଶାଳ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହେବାକୁ ଯାଉଛି। ଜିଲ୍ଲାର ଯୁବକ ଓ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରିବା ଏବଂ ସେମାନଙ୍କୁ ଉପଯୁକ୍ତ ଜୀବିକା ଯୋଗାଇଦେବା ଲକ୍ଷ୍ୟରେ ଏହି ମେଗା ନିଯୁକ୍ତି ଅଭିଯାନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରତିଷ୍ଠିତ ଘରୋଇ ଶିଳ୍ପ ସଂସ୍ଥା ଓ କମ୍ପାନୀମାନେ ଅଂଶଗ୍ରହଣ କରି ପ୍ରାର୍ଥୀମାନଙ୍କୁ ଚୟନ କରିବେ। ବିଶେଷ ସୂଚନା ଅନୁଯାୟୀ, ଚୟନ ପ୍ରକ୍ରିୟାରେ କେତେକ ସଂସ୍ଥା ଯୋଗ୍ୟ ପ୍ରାର୍ଥୀଙ୍କୁ ସିଧାସଳଖ ନିଯୁକ୍ତି ପ୍ରଦାନ କରୁଥିବା ବେଳେ ଅନ୍ୟ କେତେକ ସଂସ୍ଥା ପ୍ରଥମେ ନିଯୁକ୍ତି ଭିତ୍ତିକ ବୈଷୟିକ ତାଲିମ ପ୍ରଦାନ କରିବା ପରେ ନିୟୋଜିତ କରିବାର ବ୍ୟବସ୍ଥା ରହିଛି।ଏହି ନିଯୁକ୍ତି ମେଳାରେ ସାମିଲ ହେବା ପାଇଁ ଶିକ୍ଷାଗତ ଯୋଗ୍ୟତା ଅତି କମରେ ଅଷ୍ଟମ ଶ୍ରେଣୀ ପାସ୍ ରୁ ଆରମ୍ଭ କରି ଦଶମ, +୨, +୩ (ସ୍ନାତକ), ଆଇ.ଟି.ଆଇ (ITI), ଡିପ୍ଲୋମା ଏବଂ ବି.ଟେକ୍ ପର୍ଯ୍ୟନ୍ତ ରଖାଯାଇଛି।ଆବେଦନକାରୀଙ୍କ ବୟସ ସୀମା ୧୮ ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଅନିର୍ବାର୍ଯ୍ୟ। ସମସ୍ତ ଆଗ୍ରହୀ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଏବଂ ସଦ୍ୟ ଅପଡେଟ୍ ହୋଇଥିବା ପାସ୍‌ପୋର୍ଟ ସାଇଜ୍ ଫଟୋଗ୍ରାଫ୍ ସହିତ ଆସନ୍ତା ୨୬.୦୨.୨୦୨୬ ରିଖ (ଆସନ୍ତା ଗୁରୁବାର) ଦିନ ସକାଳ ୧୦ଟାରୁ ଅପରାହ୍ନ ୪ଟା ମଧ୍ୟରେ ବେହେରାମାଲ ସ୍ଥିତ ଏମ୍. ସି. ଏଲ୍ ପ୍ରେକ୍ଷାଳୟଠାରେ ଉପସ୍ଥିତ ରହିବାକୁ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲାର ନିଯୁକ୍ତି ଅଭିଳାଷୀ ଯୁବକଯୁବତୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହୋଇଥିବାରୁ, ଏହାର ସଦୁପଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ଭାବେ ଅନୁରୋଧ କରାଯାଇଛି।

ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ