'ଅର୍ବାନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର'ରୁ ଚୋରି ଘଟଣାର ପର୍ଦାଫାସ :୩ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

Feb 26, 2026 - 11:46
 0  38
'ଅର୍ବାନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର'ରୁ ଚୋରି ଘଟଣାର ପର୍ଦାଫାସ :୩ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

ଝାରସୁଗୁଡ଼ା,୨୫।୨(ଫାଷ୍ଟ ନ୍ୟୁଜ ଓଡିଶା): ଝାରସୁଗୁଡ଼ା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। 'ଅପରେସନ୍‌ ନେତ୍ର' ଅଧୀନରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଦର ଥାନା ପୋଲିସ ମାତ୍ର ୧୮ ଘଣ୍ଟା ମଧ୍ୟରେ ସରସମାଲସ୍ଥିତ 'ଅର୍ବାନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର'ରୁ ହୋଇଥିବା ଚୋରି ମାମଲାର ପର୍ଦ୍ଦାଫାଶ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଚୋରି ହୋଇଥିବା ପ୍ରାୟ ୩ ଲକ୍ଷ ଟଙ୍କାର ସାମଗ୍ରୀ ସହ ଚୋରିରେ ବ୍ୟବହୃତ ଗାଡ଼ି ମଧ୍ୟ ଜବତ କରାଯାଇଛି। ଦିନକ ପୂର୍ବରୁ ବିଳମ୍ବିତ ରାତିରେ ସାରସମାଲସ୍ଥିତ 'ଅର୍ବାନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର' (U.A.A.M.) ରୁ ଚୋରି ହୋଇଥିବା ନେଇ ଅଭିଯୋଗ ହେବା ପରେ ସଦର ଥାନାରେ କେସ୍‌ ନଂ ୧୦୦ (ତା ୨୪.୦୨.୨୦୨୬) ରୁଜୁ ହୋଇଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା ପୋଲିସ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବୈଜ୍ଞାନିକ ପଦ୍ଧତିରେ ଛାନଭିନ୍‌ କରିବା ସହ ଆଖପାଖ ଅଞ୍ଚଳରୁ ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଥିଲା। ଟେକ୍ନିକାଲ ସର୍ଭେଲାନ୍ସ ଏବଂ ସ୍ଥାନୀୟ ଗୁପ୍ତଚରଙ୍କ ସୂଚନା ଆଧାରରେ ପୋଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଚଢ଼ାଉ କରିଥିଲା। ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ ମାତ୍ର ୧୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନେ ପୋଲିସ ଜାଲରେ ଧରାପଡ଼ିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ସୁବୋଧ ସାହୁ (୩୪): ପିତା- ମନୋଜ ସାହୁ, ମାଲିପଡ଼ା, ସିରିଆବଗିଚା, ଝାରସୁଗୁଡ଼ା।ସଞ୍ଜୟ କେଶରୀ (୪୫): ପିତା- ସ୍ୱର୍ଗତ ଘନଶ୍ୟାମ କେଶରୀ, ଭେଲୁବାହାଲ, ବଡ଼ଗାଁ, ସୁନ୍ଦରଗଡ଼।ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୨ଟି ଇନଭର୍ଟର ବ୍ୟାଟେରୀ, ଗୋଟିଏ ସାମସଙ୍ଗ ଏଲଇଡି ଟିଭି, ସିସିଟିଭି ଡିଭିଆର, ଇନଭର୍ଟର ମେସିନ, ଫେସ୍‌ ରିକଗନିସନ ମେସିନ ସହ ଏକ ସୁନା ଚେନ୍‌ ଓ ହୀରା ମୁଦି ଜବତ କରିଛି। ଏହା ବ୍ୟତୀତ ଚୋରି କାର୍ଯ୍ୟରେ ବ୍ୟବହୃତ ଏକ ମହିନ୍ଦ୍ରା ପିକ୍‌ଅପ୍‌ (OD-23N-6649), ଏକ ହୋଣ୍ଡା ସାଇନ୍‌ ବାଇକ୍‌ (CG-14-MR-5512), କଟର ମେସିନ ଓ ସିଡ଼ି ମଧ୍ୟ ଜବତ ହୋଇଛି। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଝାରସୁଗୁଡ଼ା ପୋଲିସର ତ୍ୱରିତ ପଦକ୍ଷେପ ଯୋଗୁଁ ଏହା ସମ୍ଭବକର ହୋଇପାରିଥିବା ବେଳେ ସମସ୍ତ କ୍ଷେତ୍ରରେ ପୁଲିସର ତ୍ବରିତ କାର୍ଯ୍ୟାନୁଷ୍ଠାନ ର ଆବଶ୍ୟକତା ରହିଛି ବୋଲି ଜଂସାଧରଣ ରେ ମତ ପ୍ରକାଶ ପାଇଛି।

ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ