।। ମନରେଗା ଯୋଜନାରେ ସରକାରୀ କର୍ମଚାରୀ ନାମରେ ଶ୍ରମିକ ଟଙ୍କା ।।
କଳାହାଣ୍ଡି ମକୁନ୍ଦ ନାଏକ :-(ଫାଷ୍ଟ ନ୍ୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ରେ ମନରେଗା ଯୋଜନାରେ ସରକାରୀ କର୍ମଚାରୀ ମାନଙ୍କ ନାମରେ ଶ୍ରମିକ ଟଙ୍କା ପଡୁଛି l କହିଲେ କହୁଛ ସମସ୍ତେ କରୁଛନ୍ତି ଆମେ ବି କରିବୁ l ଏହି ଯୋଜନା ଦାଦନ ଓ ବେକାର ସମସ୍ୟା କୁ କେମିତି ରୋକିବା ପାଇଁ ସରକାର ଯୋଜନା କରିଥିଲେ l ଆଜି ଆଉ ନାହିଁ ଦାଦନ ଯିବା ଥମୁଛି ନା ବେକାରୀ ସମସ୍ୟା କମିଛିl ଏନ.ଏମ.ଏମ.ଏସ. କରିବା ଅନେକ ବାର ଗଣମାଧ୍ୟମ ପ୍ରଚାର ପ୍ରସାର ହେବା ସହ ଦୈନିକ ଖବର କାଗଜରେ ମଧ୍ୟ ବାହାରୁଛି l କେତେବେଳେ ଭତ୍ତା ପାଉଥିବା ବୃଦ୍ଧବୃଦ୍ଧା, ଶିଶୁ ଶ୍ରମିକ, ସରକାରୀ କର୍ମଚାରୀ ମାନଙ୍କ ନାମ ରେ କେମିତି ଫୋଟ ସହ ଡିମାଣ୍ଡ ଭାରାଯାଇ ସବୁ ଟଙ୍କାକୁ ହରିଲୁଟ କରି ଚାଲିଥିବା କାହାକୁ ଅଜଣା l ଯେଉଁ ସରକାରୀ କର୍ମଚାରୀ ନାମ ରେ କେମିତି ଯାଉଛି ଶ୍ରମିକ ଟଙ୍କା ଏହା ସରକାରଙ୍କ ନିୟମ କୁ ଉଲ୍ଲଙ୍ଗନ କରୁଛନ୍ତି l ଗାଁ ସାଥି ଜାଣି ଶୁଣି କାହିଁକି ଏପରି ବାରମ୍ବାର କରୁଛନ୍ତି l ଏଥିରେ ନିଜ ନିଜ ସ୍ୱାର୍ଥରେ ପଡି ନିୟମବୋଲି କିଛି ମାନୁନାହାନ୍ତି l ଏହି ଯୋଜନାରେ ଜି. ଆର. ଏସ., ଏ. ଡି. ଓ. ପି. ଇ. ଓ., ଏ. ପି. ଓ., ମନରେଗା ଥିବା ସରକାରୀ କର୍ମଚାରି ନିଜ ପକେଟ ଗରମ ହେଲେ ସବୁ ଅସମ୍ଭବ କୁ ସମ୍ଭବ କରୁଛନ୍ତିl ତେଣୁ କଥା ରେ ନାହିଁ ପଇସା କ୍ୟା ନା କରେ କାମ ଭୋଳି ଚାଲିଛି ଥୁଆମୂଳ ରାମପୁର ବ୍ଲକ ମନରେଗା ଯୋଜନା l ଦୈନଦିନ ଯେଉଁ ଏନ. ଏମ. ଏମ.ଏସ.ଅନେକ କାମରେ ଅନିୟମିତତା ଦେଖା ଦେଉଛି l ଏହାକୁ ନେଇ କିଛି ଅଧିକାରୀ ବାବୁମାନେ ମୁହଁ ଖୋଲୁନାହିଁ l ଜଣାଇଦେବାକୁ ଚାହୁଁଛୁ ଯେ ଯଦି ଠିକା କାମ କରିବାର ଅଛି ତାହା ହେଲେ ଚାକିରୀ ଛାଡି ଠିକା କାମ କରିଲେ ଆହୁରି ଭଲ ଦୁଇ ଟଙ୍କା ରୋଜଗାର କରିପାରିବେ, ନହେଲେ ଚାକିରୀ କରିବେ ସରକାର ଯେଉଁ ସବୁ ନିୟମ କରିଛି ତାହା ମାନୁନାହାନ୍ତି ସରକାରୀ ଚାକିରୀ l ଅଧିକ ତଦନ୍ତ କରି କଣ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସାଧାରଣ ରେ ଦାବି ହେଉଛି l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0