ପୂର୍ଣ୍ଣଚନ୍ଦ୍ର ଆଦର୍ଶ ବିଦ୍ୟା ମନ୍ଦିରରେ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ସ୍ଥାନୀୟ ରଘୁନାଥପୁର ସ୍ଥିତ ପୂର୍ଣ୍ଣଚନ୍ଦ୍ର ଆଦର୍ଶ ବିଦ୍ୟା ମନ୍ଦିରର ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ତା ୨୭/୦୨/୨୬ରିଖ ଶୁକ୍ରବାର ଦିନ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ଣ୍ଣଚନ୍ଦ୍ର ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ସଭାପତି ଇଂ ପ୍ରଭାସ କୁମାର ଦାସ, ମୁଖ୍ୟ ବକ୍ତା ଭାବେ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅଙ୍କିତା ବାରିକ୍ , ଏକାଡେମିକ ବାରସାର ଡ଼ . ଆଦର୍ଶ ଶତପଥୀ , ପୂର୍ଣ୍ଣଚନ୍ଦ୍ର ଗୁପ୍ ଅଫ ଇନଷ୍ଟିଚ୍ୟୁଟର ସଂପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଦାସ ଏବଂ ପୂର୍ଣ୍ଣଚନ୍ଦ୍ର ପବ୍ଳିକ୍ ସ୍କୁଲ ର ଅଧ୍ୟକ୍ଷା ସୁଶ୍ରୀ ଲିପିକା ଦାସ ସମ୍ମିନୀତ ଅତିଥିଭାବେ ଯୋଗଦାନ କରି, ବକ୍ତବ୍ୟ ପ୍ରଦାନ କରି ଛାତ୍ର ଛାତ୍ରୀଙ୍କ ଉତ୍ତମ ଦେଇ ଫଳାଫଳ ସହିତ ଛାତ୍ରଛାତ୍ରୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ଅନ୍ୟ ସମସ୍ତ ଶ୍ରେଣୀର ଛାତ୍ର ଛାତ୍ରୀମାନେ ଉପଢ଼ୌକନ ପ୍ରଦାନ କରିଥିଲେ | ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ନିରୋଦ ଚନ୍ଦ୍ର ମହାନ୍ତ ପିଲାମାନଙ୍କୁ ଉତ୍ତମ ଚରିତ୍ର ଗଠନ ଏବଂ ଭଲ ମଣିଷ ହେବା ପାଇଁ ପ୍ରବର୍ତ୍ତାଇ ଥିଲେ। ଶିକ୍ଷକ ଶ୍ରୀଯୁକ୍ତ ଖକନ କୁମାର ମାଇତି ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳରେ ସହଯୋଗ କରିଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0