ନୂଆପଡା ଜିଲ୍ଲାର ଯୁବାବର୍ଗ ଙ୍କ ପାଇଁ ଭାରତୀୟ ସେନାରେ ଅଗ୍ନିବୀର ଓ ନିୟମିତ କ୍ୟାଡର ରେ ଯୋଗଦାନ ପାଇଁ ଅପୂର୍ବ ସୁଯୋଗ l ଆବେଦନର ଶେଷ ତାରିଖ ଏପ୍ରିଲ ୦୧ l

Feb 27, 2026 - 19:55
 0  6
ନୂଆପଡା ଜିଲ୍ଲାର ଯୁବାବର୍ଗ ଙ୍କ ପାଇଁ ଭାରତୀୟ ସେନାରେ ଅଗ୍ନିବୀର ଓ  ନିୟମିତ କ୍ୟାଡର ରେ ଯୋଗଦାନ ପାଇଁ ଅପୂର୍ବ ସୁଯୋଗ l ଆବେଦନର ଶେଷ ତାରିଖ ଏପ୍ରିଲ ୦୧ l

ନୂଆପଡା : ସେନା ନିଯୁକ୍ତି କାର୍ଯ୍ୟାଳୟ, ଗୋପାଳପୁର ତରଫରୁ ଜଣାଇ ଦିଆଯାଇଛି ଯେ,ଭାରତୀୟ ସେନାରେ ଯୋଗ ଦେବାକୁ ଇଚ୍ଛୁକ ଥିବା ନୂଆପଡା ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର ଯୁବକ ଯୁବତୀ ମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଛି। ଗୋପାଳପୁର ସେନା ନିଯୁକ୍ତି କାର୍ଯ୍ୟାଳୟ (ARO Gopalpur) ପକ୍ଷରୁ ନିଯୁକ୍ତି ବର୍ଷ ୨୦୨୬-୨୭ ପାଇଁ 'ଅଗ୍ନିପଥ ଯୋଜନା' ଏବଂ 'ନିୟମିତ କ୍ୟାଡର' ନିମନ୍ତେ ଅନଲାଇନ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।ପଞ୍ଜିକରଣ ଅବଧି: ୧୩ ଫେବୃଆରୀ ୨୦୨୬ ରୁ ୦୧ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ରହିଛି। ଇଚ୍ଛୁକ ପ୍ରାର୍ଥୀ କେବଳ ଭାରତୀୟ ସେନାର ଅଧିକାରିକ ୱେବସାଇଟ୍ www. joinindianarmy.nic.in ମାଧ୍ୟମରେଆବେଦନ କରିବେ । ମହିଳା ମାନେ AGNIVEER WOMEN MILITARY POLICE ପାଇଁ ଆବେଦନ କରି ପାରିବେ l ସମସ୍ତ ଆବେଦନକାରୀଙ୍କୁ ୨୫୦/- ଟଙ୍କା ପରୀକ୍ଷା ଶୁଳ୍କ ଦେବାକୁ ପଡିବ। ପ୍ରାର୍ଥୀମାନଙ୍କୁ ପ୍ରଥମେ ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (CEE) ଦେବାକୁ ହେବ, ଯାହାକି ଏକ କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBT)। ଅନଲାଇନ୍ ପରୀକ୍ଷା ଜୁନ୍ ୨୦୨୬ ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଏବଂ ରାୟଗଡ଼ା ଜିଲ୍ଲାର ଯୋଗ୍ୟ ଆଶାୟୀ ପ୍ରାର୍ଥୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ପଞ୍ଜିକରଣ କରିବାକୁ ଅନୁରୋଧ କରାଯାଇଛି। ପଞ୍ଜିକରଣ ଏବଂ ଆବେଦନ ପ୍ରକ୍ରିୟା ସମ୍ପର୍କିତ ସମସ୍ତ ବିବରଣୀ ୱେବସାଇଟରେ ଉପଲବ୍ଧ ଭିଡିଓ ମାଧ୍ୟମରେ ଦେଖିପାରିବେ। ଅଧିକ ସୂଚନା ପାଇଁ ଆଶାୟୀ ମାନେ ସେନା ନିଯୁକ୍ତି କାର୍ଯ୍ୟାଳୟ, ଗୋପାଳପୁର ସହିତ ସିଧାସଳଖ ଯୋଗାଯୋଗ କରିପାରିବେ। ଯୋଗାଯୋଗ ନମ୍ବର ହେଲା 06802343846 ଏଵଂ 06802343911 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ