ମନୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ଚୂଡାନ୍ତ
କୋଲବିରା,୨୬।୨(ଫାଷ୍ଟ ନ୍ୟୁଜ ଓଡିଶା): ଗୁରୁବାର ଦିନ କୋଲାବିରା ମିନି ଷ୍ଟାଡିୟମରେ ସ୍ବର୍ଗତ ପ୍ରଧାନ ଶିକ୍ଷକ ମନୋଜ କୁମାର ନାଏକଙ୍କ ସ୍ମରୁତିରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ କୋଲାବିରା ଦ୍ବାରା ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧ ତାରିଖ ରବିବାର ଦିନ ଶିକ୍ଷକ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହେବାର ସ୍ଥିରିକୃତ ହୋଇଅଛି। ଏଥିପାଇଁ ଶିକ୍ଷକମାନଙ୍କୁ ନେଇ ୪ଟି କ୍ରିକେଟ ଟିମ୍ ଗଠନ କରାଯାଇଛି। ସଂଘ ସଭାପତି ସରୋଜ କୁମାର ଟଣକାର,ଲିଙ୍କନ ନାଏକ ପ୍ରମୁଖଙ୍କୁ କାର୍ଯ୍ୟକ୍ରମ ପରିଚାଳନା ଦାଇତ୍ବ ଦିଆଯାଇଛି। ପ୍ରଧାନ ଶିକ୍ଷକ ସ୍ବର୍ଗତ ମନୋଜ କୁମାର ନଏକ ମୂଳତ ସମ୍ବଲପୁର ଜିଲ୍ଲା ଲଇଡ଼ା ନିବାସୀ ହୋଇଥିଲେ ହେଁ କୋଲବିରା ବ୍ଲକ ଅଞ୍ଚଳରେ ଦୀର୍ଘ ଦିନ ଧରି ଶିକ୍ଷକତା କରିଥିଲେ। ତାଙ୍କ ସମ୍ମାନାର୍ଥେ ତଥା ସ୍ମୃତି ଉଦ୍ଧେଶ୍ୟରେ କୋଲବିରା ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ଏହି କ୍ରିକେଟ ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ଆୟୋଜକ ମଣ୍ଡଳୀ ପ୍ରକାଶ କରିଛନ୍ତି। କୋଲବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
2
Dislike
1
Love
0
Funny
0
Angry
0
Sad
0
Wow
0