ପୋଖରାସାହ୍ଳେରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ସଂପନ୍ନ ଏବଂ କୃଷ୍ଣ ବଲରାମଙ୍କ ଦ୍ଵାରା କଂସ ବଧ କାର୍ଯ୍ୟକ୍ରମ

Feb 27, 2026 - 22:04
 0  64
ପୋଖରାସାହ୍ଳେରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ସଂପନ୍ନ ଏବଂ କୃଷ୍ଣ ବଲରାମଙ୍କ ଦ୍ଵାରା କଂସ ବଧ କାର୍ଯ୍ୟକ୍ରମ

କୋଲବିରା,୨୭।୨(ଫାଷ୍ଟ ନ୍ୟୁଜ ଓଡିଶା) ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଳକ ପୋଖରାସାହ୍ଳେ ପଞ୍ଚାୟତ ପୋଖରାସାହ୍ଳେ ଗ୍ରାମରେ ଚାରୀଦିନ ଧରି ଚାଲିଥିବା ନବ ନିର୍ମିତ ଶ୍ରୀଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ସଂପନ୍ନ ହୋଇଛି। ଶୁକ୍ରବାର ରାଧାକୃଷ୍ଣ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଓ ମନ୍ଦିର ଭିତରେ ବିଗ୍ରହ ସ୍ଥାପନ ହୋଇଯାଇଛି।ଏହି ଅବସରରେ ଚାରିଦିନ ଧରି ଚାଲିଥିବା ଧନୁଯାତ୍ରା ମହୋତ୍ସବର ଚତୁର୍ଥ ଦିବସ ସନ୍ଧ୍ୟାରେ କୃଷ୍ଣ ବଲରାମଙ୍କ ଦ୍ଵାରା କଂସ ବଧ ହୋଇଛି।ବରଗଡର ସଦାନନ୍ଦ ସାହୁ କଂସ ଭୂମିକାରେ ଅଭିନୟ କରିଥିଲେ। ଗ୍ରାମବାସୀଙ୍କ ତତ୍ତ୍ଵାବଧାନରେ ମନ୍ଦିର ପ୍ରତିଷ୍ଠା ଆୟୋଜିତ ହୋଇଥିଲା। ଏଥିରେ ୨୧ ଯୋଡ଼ି କର୍ତ୍ତା ଦାୟିତ୍ଵରେ ରହିଥିଲେ। ମୁଖ୍ୟ କର୍ତ୍ତା‌ ଦେବ ଲୋଚନ ନାଏକ ଓ ପତ୍ନୀ ସାବିତ୍ରୀ ନାଏକ ଏବଂ ଗୋପବନ୍ଧୁ କୁମୁରା ଓ ପତ୍ନୀ ଗୋଲାପି କୁମୁରା ରହିଥିବା ବେଳେ ମୁଖ୍ୟ ପୂଜକ ପ୍ରଶାନ୍ତ କୁମାର ପୁଝାରୀ ଓ ଜିତେନ୍ଦ୍ର ନନ୍ଦ ଆଚାର୍ଯ୍ୟ ଭାବେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ସହଯୋଗୀ ପୂଜକ ଅମରେଶ ଚନ୍ଦ୍ର ପଣ୍ଡା, ଦୀପକ ଦାସ, ଜେ. କେ. ଶୁଶ୍ରୀ, ଦେବାନନ୍ଦ ନାୟକ, ଅଶୋକ ତିୱାରୀ, ଜୟନାରାୟଣ ରଥ, ଶୁଶାନ୍ତ ପୁଝାରୀ, ଭଗବାନ ଦାସ, ଏବଂ ପ୍ରମୋଦ ପୁଝାରୀ ସହଯୋଗ କରିଥିଲେ। ଜଗନ୍ନାଥ ସଂସ୍କୃତି ପ୍ରଚାରକ କିର୍ତ୍ତନ ବାଗ ଚାରିଦିନ ଧରି ଧାରା ବୀବରଣୀ ଦେଇଥିଲେ।ଏହି ମହୋତ୍ସବରେ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାନୀୟ ଜଳ ପଞ୍ଚାୟତ ରାଜମନ୍ତ୍ରୀ ରବିନାରାୟଣ ନାଏକ, ବିଧାୟକ ଟଙ୍କଧର ତ୍ରିପାଠୀ, ପୂର୍ବତନ ବିଧାୟିକା ଦୀପାଳି ଦାସ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭୋଜରାଜ ପଟେଲ ଜିଲ୍ଲା ପରିଷଦ ସଭ୍ୟ ନୃପଲାଲ ପଶାୟତ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜୟନ୍ତୀ ବାହୁକ ଯୋଗ ଦେଇଥିଲେ।ଲୋକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ କଂସ ଦରବାର ରହିଥିବା ବେଳେ କିର୍ତ୍ତନଧାରା,ଶୈଲେନ୍ଦ୍ରି ଜାଲ, ବର୍ଷା ବେହେରା,ଚୁମକି ବେହେରା,ଓ ତିଳକ ଦାସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

କୋଲବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ