ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖରିଆର ରୋଡରେ ଜାତୀୟ ବିଜ୍ଞାନ ଦିବସ ପାଳିତ

Feb 28, 2026 - 18:41
 0  1
ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖରିଆର ରୋଡରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୂଆପଡ଼ା : ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖରିଆର ରୋଡରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବ ରେ ମୂଖ୍ୟ ଅତିଥି ଡକ୍ଟର ପ୍ରଶାନ୍ତ କୁମାର ମହାନ୍ତି ,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ପ୍ରଜ୍ବଳନ ତଥା ବୈଜ୍ଞାନିକ ସି. ଭି. ରମନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରବୋଧ କୁମାର ହୋତାଙ୍କ ଅଧ୍ୟକତାରେ ଆୟୋଜିତ ସଭାରେ ମୁକବକ୍ତା ରୂପେ ଶ୍ରୀ ଗିରିଧାରୀ ସା ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଯୋଗ ଦେଇ ଆମ ଦେଶର ବୈଜ୍ଞାନିକମାନଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ହେମନ୍ତ କୁମାର ଭୋଇ ଶିକ୍ଷା ବିଜ୍ଞାନ ସଂଯୋଜକ ସମଗ୍ର ଶିକ୍ଷା ବିଜ୍ଞାନର ସକାରାତ୍ମକ ଉପଯୋଗ ବିଷୟରେ ବର୍ଣ୍ଣନା କରିଥିଲେ ।ଏହି ଅବସରରେ ଶ୍ରୀ ସୁଶାନ୍ତ କୁମାର ଯୋଶୀ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ବିଜ୍ଞାନ କୁଇଜ୍, ବକୃତା ,ପୋଷ୍ଟର ତିଆରି ,ବୈଜ୍ଞାନିକ ନାମକରଣ ,ବିଜ୍ଞାନ ସମ୍ବନ୍ଧୀୟ ପଦାବଳୀ ବର୍ଣ୍ଣନା ,ବୈଜ୍ଞାନିକ ଶବ୍ଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ଯୋଶୀ,ତେଜ ରାଜ ଚିନ୍ଦା,ସିଦ୍ଧାର୍ଥ ଦେୱାଙ୍ଗନ,ସୀମା କୁମାରୀ ରାୟ,ସଂଘମିତ୍ରା ଜେନା ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ।ପରିଶେଷରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ସିଦ୍ଧାର୍ଥ ଦେୱାଙ୍ଗନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ