।। ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ରେ ନୂଆପଡ଼ା ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କ କୃତିତ୍ବ ।।

Nov 17, 2023 - 21:50
 0  27
।। ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ରେ ନୂଆପଡ଼ା ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କ କୃତିତ୍ବ ।।

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ନୂଆପଡ଼ା ଜିଲ୍ଲାର ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରି ନୂଆପଡ଼ା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟ ସ୍ତରୀୟ ସୁରଭି ପ୍ରତିଯୋଗିତା ଭୁବନେଶ୍ୱରଠାରେ ସୃଜନଶୀଳ ଲେଖନୀରେ ସରକାରୀ ଉଚ୍ଚ ବିଦ୍ୟାଳୟ ସାରାବଙ୍ଗ ର ଛାତ୍ରୀ ଦୁର୍ଗା ସାହୁ, ଜ୍ଞାନ ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନେଗୀପାଲି ର ଛାତ୍ର ଦିଗେଶ୍ୱର ନାଏକ, ଦିବ୍ୟାଙ୍ଗ ସଙ୍ଗୀତ ପ୍ରତିଯୋଗିତାରେ ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୁଦ୍ଧିକୋମନା ର ଛାତ୍ର ଗରୁଡ଼ଧ୍ୱଜ ରଣା ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଜ୍ଞାନପରୀକ୍ଷାରେ ସିନାପାଲି ଉଚ୍ଚ ବିଦ୍ୟାଳୟ ର ଛାତ୍ର ତ୍ରିବିକ୍ରମ ରଣା ପ୍ରଥମ ସ୍ଥାନ ଅଧିକାର କରି ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାରାଣ୍ଡି ଓ ସଚିବ ଏସ. ଅଶ୍ୱଥି ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀ ମାନଙ୍କ ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, ଗୋଷ୍ଠି ଶିକ୍ଷା ଅଧିକାରୀ ନୂଆପଡ଼ା, ଗୋଷ୍ଠି ଶିକ୍ଷା ଅଧିକାରୀ କୋମନା ଗୋଷ୍ଠି ଶିକ୍ଷା ଅଧିକାରୀ ସିନାପାଲି ତଥା ସମସ୍ତ ସହଗୋଷ୍ଠୀ ଶିକ୍ଷା ଅଧିକାରୀଗଣ ତଥା ଶିକ୍ଷା ବିଭାଗର କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶୁଭେଚ୍ଛା ଜଣାଇବା ସହିତ ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ