ସ୍କୁଲ୍ ପିଲାଙ୍କୁ ଧକ୍କା ଦେଲା କାର୍ ଦୁଇ ଛାତ୍ର ମୃତ ଏକାଧିକ ଗୁରୁତର ।।

ସ୍କୁଲ୍ ପିଲାଙ୍କୁ ଧକ୍କା ଦେଲା କାର୍ ଦୁଇ ଛାତ୍ର ମୃତ ଏକାଧିକ ଗୁରୁତର ।।

Mar 23, 2023 - 17:15
 0  158
ସ୍କୁଲ୍ ପିଲାଙ୍କୁ ଧକ୍କା ଦେଲା କାର୍ ଦୁଇ ଛାତ୍ର ମୃତ ଏକାଧିକ ଗୁରୁତର ।।

ସ୍କୁଲ୍ ପିଲାଙ୍କୁ ଧକ୍କା ଦେଲା କାର୍ : ଦୁଇ ଛାତ୍ର ମୃତ, ଏକାଧିକ ଗୁରୁତର l ସ୍କୁଲ୍ ପିଲାଙ୍କୁ ଧକ୍କା ଦେଲା କାର୍। ସ୍କୁଲରୁ ବାହାରୁଥିବା ବେଳେ ପିଲାଙ୍କ ଉପରେ ମାଡ଼ିଗଲା ଦ୍ରୁତ ଗତିରେ ଆସୁଥିବା ଇନୋଭା ଗାଡ଼ି। ସୁବର୍ଣ୍ଣପୁର ସରଧାପାଲି ସ୍କୁଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଇନୋଭା ଗାଡ଼ି ଧକ୍କାରେ ୨ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଛାତ୍ର ଗୁରୁତର ହୋଇଛନ୍ତି।ଖବର ଅନୁଯାୟୀ, ସ୍କୁଲରୁ ପରୀକ୍ଷା ଦେଇ ବାହାରୁଥିବା ବେଳେ ଫାଟକ ସମ୍ମୁଖରେ ଦ୍ରୁତ ଗତିରେ ଆସୁଥିବା ଗାଡି ସେମାନଙ୍କୁ ଧକ୍କା ଦେଇଥିବା ଆହତ ଛାତ୍ର କହିଛନ୍ତି ।

 ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲ ନିଆଯାଇଥିଲା । ମେଡିକାଲରେ ଡାକ୍ତର ପ୍ରଥମେ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଗୁରୁତର ହୋଇଥିବା ଅନ୍ୟ ୨ ଗୁରୁତର ଛାତ୍ରଙ୍କ ଚିକିତ୍ସା ଜାରି ରହିଛି। ଜଣେ ଗୁରୁତରଙ୍କୁ ବୁର୍ଲା ବଡ ଡାକ୍ତର ଖାନା କୁ ସ୍ଥାନାନ୍ତର କରାଯାଇଛି । ମୃତ ଛାତ୍ରଙ୍କ ନାଁ ସୁବ୍ରତ ଭୋଇ, ସେ ଷଷ୍ଠ ଶ୍ରେଣୀରେ ପଢୁଥିଲେ।

ଅନ୍ୟଜଣେ ମୃତକ ହେଉଛନ୍ତି ରାଜା ପେରା । ଗୁରୁତର ଦୁଇ ଛାତ୍ର ହେଲେ କପିଳା ଭୋଇ,ରାଜେଶ ପେରା । ସ୍କୁଲରୁ ପରୀକ୍ଷା ଦେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । । ସୋନପୁର ଉପଜିଲ୍ଲାପାଳ ଘଟଣା ସ୍ଥଳ ଓ ଡାକ୍ତର ଖାନାକୁ ଆସି ଛାତ୍ରଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବୁଝିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ କହଛନ୍ତି ।*

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ