।। ଶ୍ରୀ ମେଘେଶ୍ୱର ମନ୍ଦିର ଓ଼ଲ୍ଡ ଟାଉନ, ଭୁବନେଶ୍ୱର ।।

ମେଘେଶ୍ୱର ମନ୍ଦିର ଗଙ୍ଗ ବଂଶୀୟ ନରପତି ଅନିୟଙ୍କ ଭୀମ ଙ୍କ ଭିଣୋଇ ସ୍ଵପ୍ନେଶ୍ଵର ଙ୍କ ଦ୍ୱାରା ଖ୍ରୀ 1192 ରୁ 1195 ମଧ୍ୟରେ ନିର୍ମିତ l ସପ୍ତରଥ ମନ୍ଦିର ନିର୍ମାଣ ଶୈଳୀ ସହିତ ନବରଥ ନିର୍ମାଣ ଶୈଳୀ ଉପଯୋଗ କରାଯାଇ ଉତ୍କଳୀୟ ମନ୍ଦିର ନିର୍ମାଣ ପରମ୍ପରା ର ଏହା ପ୍ରଥମ ନମୁନା ହୋଇଛି l ଏହାର ଦ୍ୱାର ଗୁଡିକ ସର୍ପ ଦ୍ୱାର l ଶିଵ ଙ୍କର ବିଭିନ୍ନ ନୃତ୍ୟ ଭଙ୍ଗୀ ସହିତ ଅନ୍ୟାନ୍ୟ ଦେବା ଦେବୀ ଓ ବୃକ୍ଷ ଲତା ମାନଙ୍କର ଚମତ୍କାର ଚିତ୍ରଣ ଦେଖିବାକୁ ମିଳେ l ବୀର ଫଳକ ବା ହିରୋ ଷ୍ଟୋନ ଗୁଡିକ ତତ୍କାଳୀନ ନୌ ବାଣିଜ୍ୟ ର ସ୍ମୃତି ବହନ କରୁଛି l ଟଙ୍କପାଣି ରୋଡ଼ ରେ ଅବସ୍ଥିତ ଏହି ମନ୍ଦିର ନିକଟରେ ଭାସ୍କରେଶ୍ୱର ଓ ବ୍ରହମେଶ୍ୱର ମନ୍ଦିର ରହିଛି ।
What's Your Reaction?






