ରାଜ୍ୟ ସ୍ତରୀୟ ବୋଡି ବିଲଡିଙ୍ଗ ରେ ସ୍ଵର୍ଣ ପଦକ ଜିତିଲେ, ଗୌଶିକ ଫିଟନେସ ପାର୍କ ଜିମର ଶଶାଙ୍କ

Jan 6, 2025 - 19:16
 0  129
ରାଜ୍ୟ ସ୍ତରୀୟ ବୋଡି ବିଲଡିଙ୍ଗ ରେ ସ୍ଵର୍ଣ ପଦକ ଜିତିଲେ, ଗୌଶିକ ଫିଟନେସ ପାର୍କ ଜିମର ଶଶାଙ୍କ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୦୬/୦୧/୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣିଲେ ଗୁରୁ ଶିଷ୍ୟ ଯୋଡି ! ପୁଣି ଥରେ ରାଜ୍ୟ ସ୍ତର ରେ ସ୍ଵର୍ଣ ପଦକ ଜିତି ଏବେ ଜାତୀୟ ସ୍ତରରେ ସ୍ଵର୍ଣ ହାସଲ କରିବାର ଲକ୍ଷ ନେଇ ପ୍ରସ୍ତୁତ ହେଉଛନ୍ତି ନବରଙ୍ଗପୁର ସହର ସ୍ଥିତ ଗୌଶିକ ଫିଟେନେସ ପାର୍କ ଜିମ ର ସଦସ୍ୟ ଶ୍ରୀ ଶଶାଙ୍କ ଶେଖର ସାହୁ ! ସୂଚନା ଯୋଗ୍ୟ ଯେ ଗତ ୪ ରୁ ୫ ତାରିଖ ପର୍ଯ୍ୟନ୍ତ ବେଲପାହାଡ ଠାରେ ଚାଲିଥିବା ରାଜ୍ୟ ସ୍ତରୀୟ ବୋଡି ବିଲଡିଙ୍ଗ ପ୍ରତିଯୋଗୀତାର ଉତ୍କଳ ଶ୍ରୀ ରେ ଭାଗ ନେଇ ୭୦ କିଲୋ ଓଜନ ବର୍ଗରେ ସମସ୍ତ ପ୍ରତିଯୋଗୀଙ୍କୁ ଙ୍କୁ ପଛରେ ପକାଇ ସ୍ଵର୍ଣ ପଦକ ହାସଲ କରିଛନ୍ତି ଶଶାଙ୍କ,ରାଜ୍ୟ ସ୍ତରରେ ଏହି ସଫଳତା ପରେ ଆସନ୍ତା ଜାନୁଆରି ୧୫ ତାରିଖରେ ବେଙ୍ଗାଲୋର ରେ ଆୟୋଜିତ ହେବାକୁ ଥିବା ମିଷ୍ଟର ଇଣ୍ଡିଆ ପ୍ରତିଯୋଗୀତା ରେ ସେ ଭାଗ ନେବା ପାଇଁ ଗୌଶିକ ଫିଟନେସ ପାର୍କ ଜିମ ର ମୁଖ୍ୟ ରୋମିଓ ପାତ୍ର ଙ୍କ ତତ୍ୱାବଧାନ ରେ ନିଜର ଅଭ୍ୟାସ ଜାରି ରଖିଛନ୍ତି ! ଏହି ସ୍ଵର୍ଣ ପଦକ ର ଶ୍ରେୟ ଶ୍ରୀ ଶଶାଙ୍କ ତାଙ୍କ ପିତା ମାତା ଏବଂ କୋଚ ରୋମିଓ ପାତ୍ର ଙ୍କୁ ଦେଇଛନ୍ତି ! ପୂର୍ବରୁ ମଧ୍ୟ ସେ ରୋମିଓ ପାତ୍ର ଙ୍କ ଠାରୁ ପ୍ରଶିକ୍ଷଣ ପାଇ ୨୦୨୨ ମସିହାରେ ରେ ଆୟୋଜିତ ଜାତୀୟ ବୋଡି ବିଲଡିଙ୍ଗ ପ୍ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତା ରେ ରୌପ୍ୟ ପଦକ ଏବଂ ତିନି ଥର ମିଷ୍ଟର ଓଡ଼ିଶାର ସ୍ଵର୍ଣ ପଦକ ହାସଲ କରିସାରିଛନ୍ତି,ଚଳିତ ବର୍ଷ ସେ ମିଷ୍ଟର ଇଂଣ୍ଡିଆ ପ୍ରତିଯୋଗୀତା ସ୍ଵର୍ଣ ପଦକ ଜିତିବା ଲକ୍ଷ ନେଇ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ! ଏଇ ଗୃରୁ ଶିଷ୍ୟ,ରୋମିଓ ଓ ଶଶାଙ୍କ ଯୋଡି ପୁଣି ଥରେ ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣନ୍ତୁ ବୋଲି ଜିଲ୍ଲାର ପ୍ରାକ୍ତନ କ୍ରୀଡାବିତ୍ ସମେତ ଜିଲ୍ଲା ବାସି ଶୁଭେଛା ଜଣାଇଛନ୍ତି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 4
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ