।। କୁନି କଳାକାରଙ୍କ ଅଭିଯୋଗ ପରେ ପଦୁଗୁଡ଼ା ଗାଁ ରେ ପହଞ୍ଚି ସ୍ଥିତି ପରଖିଲେ ବ୍ଲକ ପ୍ରଶାସନ। ସମସ୍ୟା କୁ ସ୍ବୀକାର କଲେ ଗୋଷ୍ଠି ଉନ୍ନୟନ ଅଧିକାରୀ ।।

Aug 21, 2023 - 20:11
 0  17
।। କୁନି କଳାକାରଙ୍କ ଅଭିଯୋଗ ପରେ ପଦୁଗୁଡ଼ା ଗାଁ ରେ ପହଞ୍ଚି  ସ୍ଥିତି ପରଖିଲେ ବ୍ଲକ ପ୍ରଶାସନ। ସମସ୍ୟା କୁ ସ୍ବୀକାର କଲେ ଗୋଷ୍ଠି ଉନ୍ନୟନ ଅଧିକାରୀ ।।

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲା ପଞ୍ଚାୟତ ଅଧିନସ୍ଥ ପଦୁଗୁଡା ଗାଁ ସମସ୍ୟା କୁ ନେଇ ଜଣେ କୁନି କଳାକାର ଅଭିନୟ ମାଧ୍ୟମରେ କୃଷି ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ଆଗରେ ଗୁହାରି କରିଥିଲେ ।

ଏହି ଭିଡିଓ ବିଭିନ୍ନ ମୋବାଇଲ୍ ଟୁ ମୋବାଇଲ ଘୁରି ବୁଲୁଥିବା ଦେଖିବାକୁ ମିଳିଛି । ସରକାର ଙ୍କ ବିକାଶ କଥା ଓ କୁନି କଳାକାର ଙ୍କ ଅଭିଯୋଗ କୁ ନେଇ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ଯାହା ଦ୍ଵାରା ଆଜି ଜିଲ୍ଲା ପ୍ରଶାସନ ଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ପଦୁ ଗୁଡା ଗାଁ ରେ ପହଞ୍ଚି ସ୍ଥିତି ପରଖି ଥିବା ଜଣାପଡିଛି।

ବିଡିଓ ଡ଼ମ୍ବୁରୁ ଧର ମଲିକ, ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଗାଁ ରେ ପହଞ୍ଚି ଗ୍ରାମ ବାସୀ ଙ୍କ ସହ ଆଲୋଚନା କରିଥିଲେ। ତେବେ ଗାଁ ର ମୌଳିକ ସମସ୍ୟା ସମାଧାନ କିପରି ହେବ ତାହା ଜିଲ୍ଲା ପାଳ ଙ୍କ ସହ ଆଲୋଚନା କରିବୁ ବୋଲି ଗ୍ରାମବାସୀ ଙ୍କୁ ବିଡ଼ିଓ ପ୍ରତିଶ୍ରୁତି ଦେଇଥିଲେ। ସୂଚନା ମୁତାବକ ଦେଶ ସ୍ବାଧୀନତା ର ସାତ ଦଶନ୍ଧି ବିତିଗଲାଣି ହେଲେ ଆଜି ପର୍ଯ୍ୟନ୍ତ ଗାଁ ରେ ବିକାଶ ପହଞ୍ଚି ପାରି ନାହିଁ ।

ଗମନାଗମନ ସୁବିଧା ଠାରୁ ଆରମ୍ଭ କରି ପାନୀୟ ଜଳ ର ବଡ ସମସ୍ୟା ରହିଛି। ଡାକ୍ତରଖାନା ଗଲେ ରୋଗୀ କୁ ଭାର ରେ ବହି ନେବାକୁ ପଡୁଛି। ଏଭଳି ସ୍ଥିତିରେ ଗ୍ରାମ ବାସୀ ବହୁ ବାର ଦାବି କରି ଆସୁଥିଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ। ଏହି ଗ୍ରାମ ର ସମସ୍ୟା କୁ ଏକ ଛୋଟ ଝିଅ ଅଭିନୟ କରି ଜିଲ୍ଲା ପାଳ ଙ୍କୁ ଜଣାଇ ବା ପରେ ଗାଁ କୁ ପ୍ରଶାସନ ଆସିଛି ବୋଲି କୁହାଯାଇଛି।ଏହି ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନରେ ଭୋଟ ବର୍ଜନ କରିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।।

ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ