ସାମ୍ବାଦିକଙ୍କ ପତ୍ନୀ ବିୟୋଗ

Jul 28, 2025 - 04:50
 0  12
ସାମ୍ବାଦିକଙ୍କ ପତ୍ନୀ ବିୟୋଗ

ଲାଞ୍ଜିଗଡ଼, ୨୭/୭(ଖବର): ଲାଞ୍ଜିଗଡ଼ ପିଈଡବ୍ଲୁ ମିଡ଼ିଆ ଆସୋସିଏସନ୍ ସଦସ୍ୟ ତଥା ସାମ୍ବାଦିକ ମଳୟ ବେନୁଆଁ ଙ୍କ ପତ୍ନୀ ଦୁଲଣୀ ବେନୁଆଁ(୨୫)ଙ୍କର ଆଜି ଅକାଳ ବିୟୋଗ ଘଟିଛି। ଦୁଲଣୀଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଖବର ପାଇ ବହୁ ସାମ୍ବାଦିକ ଓ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିବା ସହିତ ଲାଞ୍ଜିଗଡ଼ ବ୍ଲକ ବେଢ଼ାଗାଁ ପଞ୍ଚାୟତ ସିନ୍ଦିବାହାଲି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଦୁଲଣୀ ଶିକ୍ଲିନ ରୋଗରେ ଦୀର୍ଘଦିନ ଧରି ପୀଡିତ ହୋଇ ବିଷମକଟକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ l ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କ ମୃତ୍ୟୁ ଘଟିଥିଲା ତେବେ ତାଙ୍କ ମୃତ ଶରୀର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ