ଋଣ ଆଦାୟ ଟଙ୍କା ପୈଠ ପରେ ଫାଇନାନ୍ସ କମ୍ପାନୀ ଠକିବାରୁ ତାଲା ପକାଇଲେ ମହିଳା

Jul 28, 2025 - 21:01
 0  12
ଋଣ ଆଦାୟ ଟଙ୍କା ପୈଠ ପରେ ଫାଇନାନ୍ସ କମ୍ପାନୀ ଠକିବାରୁ  ତାଲା ପକାଇଲେ ମହିଳା

ଆନନ୍ଦପୁର ପୌରପରିଷଦ ଘସିପୁରା ବଜାରସ୍ଥିତ ଏକ ଘରୋଇ ଫାଇନାନ୍‌ସ କାର୍ଯ୍ୟାଳୟ ପରିସରରେ ସୋମବାର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇ ଫାଇନସ ଅଫିସ ରେ ତାଲା ପକାଇଲେ ମହିଳା। ଲୋନ୍ ଅର୍ଥ ହେରଫେରକୁ ନେଇ ମହିଳାମାନେ ସମ୍ପୃକ୍ତ ଫାଇନାନ୍ସ କାର୍ଯ୍ୟାଳୟ ପରିସରରେ ବହୁବାର ଅସନ୍ତୋଷ ପ୍ରକାଶ କରିଥିଲେ।

ଘରୋଇ ଫାଇନାନ୍ସ ସଂସ୍ଥାର କେତେକ କର୍ମଚାରୀ ବିଭିନ୍ନ ସ୍ଥାନରୁ ଲୋନ୍ ଅର୍ଥ ଆଦାୟ କରି ଫେରାର ହେବା ଘଟଣାକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋନ ଅର୍ଥକୁ ସୁଧ ସହିତ ମହିଳାମାନେ ପରିଶୋଧ କରିଥିବା ସତ୍ତ୍ୱେ ଫାଇନାନ୍ସ କର୍ମଚାରୀମାନେ ଏହି ଅର୍ଥକୁ ନେଇ ଲୋନ ଧାରୀ ମାନଙ୍କୁ ବାରମ୍ବାର ହଇରାଣ କରିବା ନେଇ ସଙ୍ଗୀନ ଅଭିଯୋଗ ହୋଇଥିଲା। ଅନ୍ୟପଟେ ଲୋନ୍ ଅର୍ଥ ସୁଝିବା ସତ୍ତ୍ୱେ କମ୍ପାନୀର କର୍ମଚାରୀ ଅର୍ଥ ପାଇ ମଧ୍ୟ ବିଭିନ୍ନ ଆଳ ଦେଖାଇ ଲୋକ ମାନଙ୍କୁ ଠକି ବାରୁ ଆଜି ଘଷିପୁରା ଅଫିସ ପରିସରରେ ଏହି ଘଟଣା ଉତ୍ତେଜନାର କାରଣ ପାଲଟିଥିଲା।

ଘଷିପୁରା ଶାଖା ପରିଚାଳକ ଅଫିସ ଭିତରେ ଥିବା ବେଳେ ବାହାରୁ ସଟର ପକାଇ ତାଲା ପକାଇଲେ ମହିଳା ,ଅନ୍ୟପକ୍ଷରେ ଫେରାର ହୋଇଥିବା କର୍ମଚାରୀଙ୍କ ବିରୋଧରେ ଆଇନର ଆଶ୍ରୟ ନେଇଥିଲେ ମଧ୍ୟ କୌଣସି ସମସ୍ୟାର ସମାଧାନ ହୋଇପାରି ନାହିଁ ତେବେ ଘରୋଇ ଫାଇନାନ୍ସ କମ୍ପାନୀ ମାନଙ୍କ ଠକାମୀର ଶିକାର ହେଉଛନ୍ତି ଲୋନ ଧାରୀ ,ଅନ୍ୟ ପକ୍ଷରେ ଏହି ସମସ୍ୟା ର ସମାଧାନ ନହେଲେ ତାଲା ପକାଇ ଅଫିସ ଆଗରେ ବସି ରହିବେ ବୋଲି ଲୋନ ଧାରୀ ମହିଳା ମାନେ ଜିଦି କରି ବସିଛନ୍ତି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ