ଗାଁ କୁ ଯାଇପାରୁନି ଆମ୍ବୁଲାନ୍ସ,5କିଲୋ ମିଟର ମାଆ ଶବକୁ ଖଟରେ ବହିଲେ

Jun 24, 2025 - 14:37
 0  206
ଗାଁ କୁ ଯାଇପାରୁନି ଆମ୍ବୁଲାନ୍ସ,5କିଲୋ ମିଟର  ମାଆ ଶବକୁ ଖଟରେ ବହିଲେ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପଡେପଦର ପଞ୍ଚାୟତ ବାଟିପାସ ଗାଁର ଏକ ଛୁଆ ମାଆ ମୃତ୍ୟୁ ହୋଇଥିବା ମହିଳାର ଶବକୁ 5କିଲୋମିଟର ଖଟରେ ବହିଲେ ଗ୍ରାମବାସୀ l ତେନ୍ତୁଳୀଖୁଣ୍ଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଖମାରପଦର ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଶବ ନେଇ ଥିବାବେଳେ ଖମାରପଦର ଠାରୁ ବାଟି ପାସ ଗାଁ କୁ ଖଟିଆରେ ବହିଲେ ଶବ l ନିଜ ଗାଁ ବାଟିପାସ କୌଣସି ଏକ ରୋଗରେ ମାଆ ଜଣଙ୍କ ବହୁତ କଷ୍ଟ ଯନ୍ତ୍ରଣା ହେଉ ଥିବା ଯୋଗୁ ଚିକିତ୍ସା ପାଇଁ ପାଖରେ ଥିବା ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଥିଲା l ମିଳିଥିବା ସୂଚନା ଅନୁସାରେ ଗତ 23/06/2025ରିଖ ସୋମବାର ଦିନ ଚିକିତ୍ସା କରିବା ପାଇଁ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା ହେଉ ଥିବା ସମୟରେ ଅପରାହ୍ନ ସମୟରେ ଡାକ୍ତର ମନ ମାଝୀ ପରିବାରଙ୍କୁ ମୃତ୍ୟୁ ଘଷଣା କରିଥିଲେ l ମୃତ୍ୟୁ ମହିଳା ଜଣକ ହେଲେ ସୁଭଦ୍ରା ଯାନୀ (22ବର୍ଷ ) ସ୍ୱାମୀ. ମନ ମାଝୀ l ମୃତ୍ୟୁ ଯାନୀର ଏକ ଶିଶୁ କନ୍ୟା (26ଦିନ ) ଥିବା ଜଣାପଡିଛି l ବିବାହ କରି 8ବର୍ଷ ହୋଇ ଥିବା ବେଳେ ସ୍ୱାମୀ ସ୍ତ୍ରୀ ବହୁତ ଖୁସି ରେ ଜୀବନ ଜାପନ କରୁଥିଲେ l କିଏ ଜାଣି ଥିଲା ହଠାତ ସ୍ୱାମୀ ସ୍ତ୍ରୀ ଙ୍କୁ ବନ୍ଦନ କୁ ଅଲଗା କରିବ ବୋଳି l

ଏହାକୁ ନେଇ ଗ୍ରାମ ବହୁତ ଶୋକ ଛାୟା ହୋଇଛି lମୃତ୍ୟୁ ଯାନୀ ନିଜ ଗାଁ ଜୟପାଟଣା ବ୍ଲକ ଧନଶୂଳି ପଞ୍ଚାୟତ ନଳା ଛୁଆ ଗାଁ ଦାସ ଯାନୀ ର ଦ୍ଵିତୀୟ ଝିଅ ବୋଳି ଜଣା ପଡିଛି l ସରକାର ପରେ ସରକାର କେନ୍ଦ୍ର ହେଉ କି ରାଜ୍ୟରେ ଶାସନ କରି ଚାଲିଛି l କିନ୍ତୁ ଆଜି ବି ଗାଁ କୁ ଭଲ ରାସ୍ତା ଗୋଟେ ନାହିଁ ବୋଳି ଶବ କୁ ଆଜି ଖଟିଆ ରେ ବହି ନେବାକୁ ପଡୁଛି l ଗୋଟିଏ ସରକାର ଚବିଶ ବର୍ଷ ଶାସନ କଲା ପରେ ବି ଗାଁ ରାସ୍ତା ଦେଇ ପାରିଲା ନାହିଁ l କେବେ ଖଟିଆରେ ରୋଗୀ ହେଉ କି ଶବ ହେଉ ବହି ନେବା ବନ୍ଦ ହେବ ସରକାର ଜନତା କଲେ ପ୍ରଶ୍ନ? ଗତ ସରକାର କିଛି କରିପାରିଲା ନାହିଁ ଗାଁ କୁ ହେଲେ ଆଜିର ଯେଉଁ ଡିଡିମ୍ବ ପିଟୁଛି ଲୋକଙ୍କ ସରକାର, ମୋହନ ସରକାରl ଏ ହେଉଛି କଣ ବିକାଶ ଯାହା କିଛି ଦିନ ପୂର୍ବେ ବିକାଶ ବାହନ ରଥ ଯାତ୍ରା କରିଥିବା ଏକ ବିକଳ ଚିତ୍ର l ସରକାର ଏହି ଗାଁ କୁ ରାସ୍ତା ପାଇଁ ସାତ ସପନ ପାଲଟିଛି l ରାସ୍ତା ନାହିଁ ତ କିଛି ବି ସୁବିଧା ନାହିଁ ବୋଲି ଗ୍ରାମ ବାସୀ ପ୍ରକାଶ କରିଥିଲେ ଏବଂ ଆର. ଡି, ରାସ୍ତା ପାଇଁ ଅଞ୍ଚଳ ବାସୀ ଦାବି ହେଉଛି l

 କଳାହାଣ୍ଡି ଜିଲ୍ଲା ରୁ ଅଫିସ ଷ୍ଟାପ ମକୁନ୍ଦ ନାଏକ ଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ