ନୂଆପଡାରେ ପ୍ରବାସୀ ଭାରତୀୟ ଦିବସ ପାଳିତ l ଯିଏ ଯେଉଁଠି ଥିଲେବି ଜନ୍ମଭୂମିକୁ ଭୁଲିବା ନାହିଁ - ଜିଲ୍ଲାପାଳ l

Jan 9, 2025 - 16:41
 0  21
1 / 1

1.

ନୂଆପଡାରେ ପ୍ରବାସୀ ଭାରତୀୟ ଦିବସ ପାଳିତ l ଯିଏ ଯେଉଁଠି ଥିଲେବି ଜନ୍ମଭୂମିକୁ ଭୁଲିବା ନାହିଁ - ଜିଲ୍ଲାପାଳ l 

 ଆଜି ନୂଆପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବରେ ଏଵଂ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର , ପ୍ରଧାନ ଶିକ୍ଷକ ମଧୁସୂଦନ ସାହୁ ଯୋଗ ଦେଇଥିଲେ l ସଭାକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ଆଜିର ଉତ୍ସବ ପ୍ରବାସୀ ଭାରତୀୟଙ୍କ କିର୍ତ୍ତି ଓ କୃତୀ କୁ ସମ୍ମାନୀତ କରିବାର ଏକ ଅବସର lଆମେ ଯିଏ ଯେଉଁଠି ଥିଲେବି ଭାରତୀୟତା ଆମ ହୃଦୟରେ ଅଛି l ଜନ୍ମଭୂମି କୁ ଆମେ କେବେହେଲେ ଭୁଲିବା ନାହିଁ l ଅପରାହ୍ନ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା-ଡଲି ମାଝୀ ,ସମ୍ମାନୀତ ଅତିଥି ଭାବରେ ଉପାଧକ୍ଷା ଜିଲ୍ଲା ପରିଷଦ - ଦୀପିକା ଦୀପ , ଜିଲ୍ଲାପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ମାଲ୍ୟବନ୍ତ ସୁନା, ଚିତ୍ତରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ପ୍ରବାସୀ ଭାରତୀୟ ଦିବସ ପାଳନର ଉଦ୍ଦେଶ୍ୟ ଓ ଲକ୍ଷ ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲା ଜନଜାତି ଶିକ୍ଷା ସଂଯୋଜକ କମଲ କୁମ୍ଭାର ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଅଷ୍ଟମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ , ପ୍ରବନ୍ଧ, ଧୀର ସାଇକେଲ ଚାଳନା , ପୋଷ୍ଟର ପ୍ରଦର୍ଶନ ପ୍ରତିଯୋଗୀତା ହୋଇଥିଲା l କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମର ଆୟୋଜନରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା, ପେଡାଗୋଜି ସଂଯୋଜକ ହେମନ୍ତ ଭୋଇ ଏବଂ ଜିଲ୍ଲା ଶିକ୍ଷା ବିଭାଗ,ନୂଆପଡାର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲାବେଳେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଡଲି ମାଝୀ ଜିଲ୍ଲା ପାରିଷଦ ଅଧ୍ୟକ୍ଷା ନୂଆପଡ଼ା ,ସମ୍ମାନୀତ ଅତିଥି ଭାବରେ ଦୀପିକା ଦୀପ ଉପାଧକ୍ଷା ଜିଲ୍ଲା ପରିଷଦ,ନୂଆପଡ଼ା, ଜିଲ୍ଲାପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ,ମାଲ୍ୟବନ୍ତ୍ ସୁନା, ଚିତ୍ତରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ପ୍ରବାସୀ ଭାରତୀୟ ଦିବସ ପାଳନର ଉଦ୍ଦେଶ୍ୟ ଓ ଲକ୍ଷ ସମ୍ପର୍କରେ ଅବଗତ କରାଇଥିଲେ।ଜିଲ୍ଲା ଜନଜାତି ଶିକ୍ଷା ସଂଯୋଜକ କମଲ କୁମ୍ଭାର ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଅଷ୍ଟମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ମଧ୍ୟରେ କୁଇଜ୍ , ପ୍ରବନ୍ଧ, ଧୀର ସାଇକେଲ ଚାଳନା , ପୋଷ୍ଟର ପ୍ରଦର୍ଶନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମର ଆୟୋଜନରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା, ପେଡାଗୋଜି ସଂଯୋଜକ ହେମନ୍ତ ଭୋଇ , ପ୍ରଧାନ ଶିକ୍ଷକ ପ୍ରବୋଧ ହୋତା, ସଦର ସିଆରସିସି ଜୀତେନ୍ଦ୍ର ଖମାରୀ, ଶିକ୍ଷକ କିଶୋର ପରିଡ଼ା, ଫାଳଗୁନୀ ସାହୁ କିଶୋର ପ୍ରଧାନ, ଶିଶିର ଭୋଇ ତଥା ଜିଲ୍ଲା ଶିକ୍ଷା ବିଭାଗ,ନୂଆପଡାର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ନୂଆପଡ଼ାର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯକ୍ରମଟିକୁ ସାଙ୍ଗ ଘୋଷଣା କରିଥିଲେ ।

ନୂଆପଡା ରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 2
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ