୧ମ ବାର୍ଷିକ ଡି ଆର କେ କପ ଦିବାରାତ୍ର ୨୦-୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟର ୬ଷ୍ଠ ଦିନ (ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଲାଲବଜାର ବିଜୟୀ)

ବାରିପଦା - ତା :- ୧୦/୦୬/୨୦୨୫ ରିଖ ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଡି ଆର କେ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧ମ ବାର୍ଷିକ ଡି ଆର କେ କପ ଦିବାରାତ୍ର ୨୦ - ୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟର ୬ଷ୍ଠ ଦିନର ମ୍ୟାଚରେ ଲାଲବଜାର ୱରିୟାର୍ସ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ କୋର ହାଣ୍ଟର୍ସକୁ ୨ ଉଇକେଟରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି କୋର ହାଣ୍ଟର୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୫୩ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଦିବ୍ୟରଞ୍ଜନ ଦାସ ୩୫, ଦିବ୍ୟେଶ ମହାନ୍ତି ୨୧ ଓ ଅଭିଷେକ ପରିଡା ୧୯ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ହରିଶଙ୍କର ଘୋଷ ୩ଟି, ଏବଂ ଅଭିଷେକ ଯାଦବ ଓ ହୀରକ ସିଂହ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଲାଲବଜାର ୱରିୟାର୍ସ ଶେଷ ଓଭରରେ ୮ ଉଇକେଟ ହରାଇ ସାରିଥିବା ବେଳେ ଶେଷ ଓଭରର ୫ ଟି ଖେଳିବା ପରେ ୧୫୪ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ଦୀପକ କୁମାର ମହାତ ୩୮, ଜୟ କୁମାର ୨୩ ଓ ମନୁ ରାମ ୧୮ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଦିବ୍ୟେଶ ମହାନ୍ତି, ଆଦିତ୍ୟ କୁମାର ବସା ଓ ଯଶୋବନ୍ତ ମାଝୀ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଅମ୍ପାୟାର ଆଶୁତୋଷ ପାଣି ଓ ଦିଲ୍ଲୀପ ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରଂରେ ସହାୟତା କରିଥିଲେ I ସୋମନାଥ ସିଂହ ଓ ବୁବୁ ସିନ୍ହା ଧାରାବିବରଣୀ ପ୍ରଦାନ କରିଥିଲେ I ଅତିଥି ଭାବେ ଯୋଗ ଦେଇ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଫୁଟବଲ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଅମର କୁମାର ସେଠି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସମ୍ପାଦକ ନିରୋଜ ସାହୁ, ଆୟୋଜକ ଅମିତାଭ ଦାସ ଓ ସତ୍ୟନାରାୟଣ ଜୀଉ ଉପସ୍ଥିତ ଥିଲେ I
What's Your Reaction?






