ରାଇକିଆ ବ୍ଲକ କ୍ୟାମ୍ପସରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ: ସାମିଲ ହେଲେ ବିଡ଼ିଓ, ଚେୟାରମ୍ୟାନ ଓ ବ୍ଲକ କର୍ମଚାରି
ରିପୋର୍ଟ (ରୋନାଲ ଦିଗାଲ ଫାଷ୍ଟ ନିୟୁଜ ଓଡିଶା ) ରାଇକିଆ, 21 ଜୁନ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ କାର୍ଯ୍ୟାଳୟ ପରିସରେ ଆଜି ପବିତ୍ର ଅନ୍ତର୍ଜାତୀୟ ଯୋଗ ଦିବସ ବେଶ୍ ଉତ୍ସାହର ସହ ପାଳିତ ହଇଯାଇଛି। ବ୍ଲକ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକ ସାମୁହିକ ଯୋଗ ଶିବିରର ଆୟୋଜନ କରାଯାଇଥିଲା।ଏହି ଶିବିରରେ ରାଇକିଆ ବ୍ଲକ ଅଧକ୍ଷା (chairman ) ଏବଂ ଗୋଷ୍ଠୀ ଉନୟନ ଅଧିକାରୀ (B D O ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେମାନଙ୍କ ସହ ବ୍ଲକ ର ସମସ୍ତ ବିଭାଗୀୟ ଆଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶୃଙ୍ଖଳିତ ଭାବେ ବିଭିନ୍ନ ଯୋଗାସନ ଏବଂ ପ୍ରାଣାୟାମ କରିଥିଲେ।ଜଣେ ଅଭିଜ୍ଞ ଯୋଗ ପ୍ରଶିକ୍ଷିକ କର୍ମଚାରୀମାଙ୍କୁ ଯୋଗର ବିଭିନ୍ନ କୌଶଳ ଓ ଏହାର ଉପକାରିତା ମାର୍ଗଦର୍ଶନ ଦେଇଥିଲେ।ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଦୈନ ଦିନ ଜୀବନରେ ଯୋଗର ଆବଶ୍ୟକତା ସମ୍ପର୍କ ରେ ଏହି ଅବସରେ ଆଲୋଚନା କରାଯାଇଥିଲା। ବ୍ଲକ କାର୍ଯ୍ୟଳୟର ସମସ୍ତ କର୍ମଚାରୀଙ୍କ ସକ୍ରିୟ ସହଭାଗିତା ଯୋଗୁ ସମଗ୍ରହ କାର୍ଯ୍ୟକ୍ରମଟି ବେଶ୍ ସଫଳ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହଇଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0