।। ମୁନିଗୁଡ଼ା ପ୍ରେସ୍ କ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ ।।

Nov 18, 2023 - 11:44
 0  42
।। ମୁନିଗୁଡ଼ା ପ୍ରେସ୍ କ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ ।।

ମୁନିଗୁଡ଼ା :,ନ୍ୟିୟୁଜ୍- ୧୬/୧୧/୨୦୨୩/ ରିଖ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ପ୍ରେସ କ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ସ୍ଥାନୀୟ ସୁଭଦ୍ରା -ଉଦ୍ଧବ ଶୋଣ୍ଢିକ ମଙ୍ଗଳ ଭବନ ଗ୍ରୃହ ଠାରେ ପାଳିତ ହୋଇଯାଇଛି। ପ୍ରେସ କ୍ଲବ ଉପସଭାପତି ଶ୍ରୀଯୁକ୍ତ ମନୋରଞ୍ଜନ ଦଲାଇ ସଭାପତିତ୍ବ ଓ ସଂପାଦକ ନନ୍ଦକିଶୋର ପଟ୍ଟନାୟକଙ୍କ ସଂଯୋଜନା ରେ ଆୟୋଜିତ ହେଇଥିବା ଏହି କାର୍ଯ୍ୟ କ୍ରମରେ ଶିକ୍ଷା ବିତ୍ ଶ୍ରୀଯୁକ୍ତ ରାମକୃଷ୍ଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ପ୍ରେସ କ୍ଲବର ଉପଦେଷ୍ଟା ଶ୍ରୀଯୁକ୍ତ ରାମଚନ୍ଦ୍ର ବେହେରା ଯୋଗ ଦେଇ ଶ୍ରୀ ଜଗନ୍ନାଥଙ୍କ ଫଟୋ ପ୍ରତି ମୁର୍ତ୍ତି ରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟ କ୍ରମ ରେ ଶୁଭାରମ୍ଭ କରିଥଲେ। ସଂପାଦକ ଶ୍ରି ପଟ୍ଟନାୟକ ପ୍ରଥମେ ଅତିଥି ପରିଚୟ ପ୍ରଦାନ ପରେ ଉପ ସଭାପତି ଶ୍ରୀଯୁକ୍ତ ଦଲାଇ ସଭାପତିତ୍ବ ଅଭିଭାଷଣ ରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆଜିର ଜାତୀୟ ପ୍ରେସ ଦିବସରେ ଅଭିନନ୍ଦନ ଜଣାଇବା ସହିତ ବିଶ୍ଵରେ ଗଣମାଧ୍ୟମର ଆଭିମୁଖ୍ୟ ଓ ସ୍ଵାଧୀନତା କାଳରେ ଭାରତରେ ଏହାର ଉପଯୋଗ ରାଜ୍ୟରେ କୁଜିବର ପତ୍ରିକା ଓ ଉତ୍କଳ ଦୀପିକା ଠାରୁ ଅଦ୍ୟାବଧି ଗଣମାଧ୍ୟମର କ୍ରମ ବିକାଶ ସାମ୍ବାଦିକ ମାନଙ୍କ ଗୁରୁଦାୟିତ୍ଵ, ସାମାଜିକ ର ଭୂମିକା ବିଷୟରେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସୁଚିତ କରାଇବା ସହ ଗଣମାଧ୍ୟମରେ ଅସାମାଜିକ ମାନଙ୍କ ଅନୁପ୍ରବେଶ ଉପରେ ସତର୍କ କରାଇଥିଲେ। ସେହିପରି ଉପଦେଷ୍ଟା ଶ୍ରୀଯୁକ୍ତ ବେହେରା ସତ୍ୟ ଓ ତଥ୍ୟ ଉପରେ ଗୁରୁତ୍ବ ଦେଇ ଗ୍ରାମାଞ୍ଚଳ ଲୋଖକଙ୍କ ସମସ୍ୟା କୁ ପ୍ରଶାସନ ନିକଟରେ ଉପସ୍ଥାପନ କରିପାରିଲେ ସାମ୍ବାଦିକତା ର ଇତିହାସ ସୃଷ୍ଟି ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଣ୍ଡା ପ୍ରତୈକ ପରିସ୍ଥିତିର ମଧ୍ୟରେ ସାମ୍ବାଦିକ ମାନଙ୍କ ସମ୍ବାଦ ସଂଗ୍ରହ ଓ ସାଧାରଣ ଲୋକଙ୍କ ସେବାରେ ନିଜକୁ ନିହୋଜିତ ସମର୍ପିତ କରୁଥିବା ଭାବନା କୁ ସମ୍ମାନ ଜଣାଇ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଆଜିର ଏହି ଜାତୀୟ କାର୍ଯ୍ୟକ୍ରମ ରେ ହର୍ଷ ଟ୍ରଷ୍ଟ ର ଶତାଧିକ ସ୍ଥେଚ୍ଛାସେବୀ, କର୍ମକର୍ତ୍ତାମାନେ ଉପସ୍ଥିତ ରହି ଥିବା ବେଳେ ବରିଷ୍ଠ ସାମ୍ବାଦିକ ପ୍ରୋମୋଦ ସାହୁକାର, ଚନ୍ଦ୍ରପୁର ବ୍ଲକର ବିଜୟ ପ୍ରସାଦ ଉଲ୍ଲାକା, ନରେଶ ପାତ୍ର, ରାଜେଶ ସାହୁ,ହାଡିପା ଗୈଡ, ଆନନ୍ଦ ଟାକ୍ରୀ, ପ୍ରସାଦ ସାହୁକାର, ପ୍ରମୁଖ, ଅନେକ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ