।। କଳାହାଣ୍ଡି ର ପୁରୁଣା ନା କଣ ଥିଲା,ଆଜିର ଉତ୍ସବ ରେ ଜାଣିବେ କଳାହାଣ୍ଡିର ଅର୍ଥ କଣ, ଏବଂ ଭିତିରିଆ କଥା ।।

ଜୟପାଟଣା ୦୫-୦୧-୨୦୨୫(ଫାଷ୍ଟ ନ୍ୟୁଜ ଓଡ଼ିଶା /କଳାହାଣ୍ଡି-ଅତିରିକ୍ତ ଜିଲ୍ଲା ପ୍ରତିନିଧି-ବାବୁଲି ହରିଜନ) କଳାହାଣ୍ଡି ର ପୁରୁଣା ନା ଥିଲା କରୁଣ୍ଡ ମଣ୍ଡଳ,ଯାହାର ଅର୍ଥ ହେଲା ମାଣିକ୍ୟ । କଳାହାଣ୍ଡି ଯାହାର ଅର୍ଥ ହେଲା pot ???? of art ମାନେ କଳା ର ହାଣ୍ଡି, କଳା ସଂସ୍କୃତି ଓ ସୋନ୍ଦର୍ଯ୍ୟ ରେ ଭରପୁର କଳାହାଣ୍ଡି ଜିଲ୍ଲା ଦେଖିବା କେ ବହୁତ ସୁନ୍ଦର , ଏତେ ସବୁ ଅଭୁଲା ସ୍ମୃତି ରହିଛେ ଆମର କଳାହାଣ୍ଡି ରେ , ଆଉ ତନ୍ତ୍ର ମନ୍ତ୍ର ସାଧନ ର ବି ଗୋଟେ ଜଣାଶୁଣା ଜାଗା ହଉଛି କଳାହାଣ୍ଡି , କଳାହାଣ୍ଡି ଜିଲ୍ଲା ର ସଦମହକୁମା ହଉଛି ଭବାନୀପାଟଣା । ଏହି ଜିଲ୍ଲା ର ଜୟପାଟଣା ବ୍ଲକ ଅଧୀନରେ ଆସୁଥିବା ବଡ଼କର୍ଲାକୋଟ ଗ୍ରାମ ପଞ୍ଚାୟତ ରେ ଦେଖବାକେ ମିଲିଛେ ଯାହା ଫଳରେ ଆଜି କଳାହାଣ୍ଡି ଉତ୍ସବ ପାଳନ କରାଯାଉଛି। ଆଗରୁ କଳାହାଣ୍ଡି ଜିଲ୍ଲା ମହା କାନ୍ତ୍ରା ବଳି ଗୋଟେ ଅଂଶ ବିଶେଷ ଥିଲା ତାର ପରେ ପଞ୍ଚଦଶ ରୁ ଦଶମ ଶତାବ୍ଦୀ ତକ ।ସମ ବଂଶ ,ନଳ ବଂଶ ,ଆଉ ଚଳବଂଶ ର ଶାସକ ମାନେ ଶାସନ କରିଥିଲେ।1568 ମସିହା ରେ କଳାହାଣ୍ଡି ଟା ସ୍ଵାଧୀନ ଲାଭ କରିଥିଲା , ଆପଣ ମାନେ କଳାହାଣ୍ଡି କହିଲେ ତୋ ସବୁ ଜାନବେ ହେଲେ ଆଜି ଜାନମା କଳାହାଣ୍ଡି ର ଏନ୍ତା କିଛି ସତ୍ ଆଉ, ରହସ୍ୟ ବାବଦରେ ,ଜେନ ଟା କି ଆଗରୁ ନାଇ ଜାଣି ଥିବେ, ଆପଣ ମାନେ କଣ ଜାନିଛନ କଳାହାଣ୍ଡି ର ପୁରୁଣା ନା କଣ ଥିଲା , ଆମର କୋଶଳ ମାଟିର କଳାହାଣ୍ଡି ଜିଲ୍ଲା ର କିଛି ଭିତିରିଆ ରହସ୍ୟ ,କଳାହାଣ୍ଡି ର ପୁରୁଣା ନା ଥିଲା କରୁଣ୍ଡ ମଣ୍ଡଳ,ଯାହାର meaning ହେଲା ମାଣିକ୍ୟ ,ଆଉ ପରେ ପରେ ସେଟା କଳାହାଣ୍ଡି ହେଲା ,ଜେନ୍ତି ଫୁର୍ଲି ଝରନ୍ ଗାଏସି ରସରକେଲି ଡାଲଖାଇ ଗୀତ, ଜେନ୍ତୀ ପବନ ରେ ସୁବସି ଘୁମୁରା ର ଘୁମୁ ଘୂମୁ ଶବ୍ଦ । ଯେନ୍ତି ମାଁ ମାଣିକେଶ୍ଵରୀ ଛତର ଯାତ୍ରା ରୂପେ ବିଜେ ହେଶନ ଭକ୍ତ ପାଖେ ସେହି ମୋର କଳାହାଣ୍ଡି।ତେଲ ନଦୀ, ହାତୀ ନଦୀ ଭଳି ସବୁଜରେ ଭର୍ ପୁର ହେଇ ଯାଇଛି ଧରାପୃଷ୍ଠୁ, ସିକୁରିଟି ଗାର୍ଡ ଭଳିଆ ଠିଆ ହେଇଛେ ବାଙ୍କା ଶ୍ୟାମ। କଳାହାଣ୍ଡି ନେ ଅଛେ କେତେନି କେତେ ସୁନ୍ଦର ସୁନ୍ଦର ଜାଗା, ଡ଼କରି ଚଚରା ଝରଣା ପାଣି, ଗଛ ଲତା ପାହାଡ଼ ରେ ଭରି ରହିଛି ଶାନ୍ତି। କର୍ଲାପାଟ, ରାବଣ ଧର ,ଭୀମ କୁଣ୍ଟ , Hello point, ଘୁମୋରେଶ୍ଵର ଭଳି ଜାଗା ପ୍ରକୃତିର ସ୍ୱର । ହରାଭୋରା ଗଛ, ସୁଲ୍ସୁଲିଆ ପବନ ପଶୁପକ୍ଷୀ ର କିଚିର ମିଚିର ଶବଦ୍ ଆଉ ଝର ଝର ଝର୍ନା ପାଣି। କଳାହାଣ୍ଡି କେ କୁହା ଯାଏସି ଓଡ଼ିଶା ର ଭାତ୍ ହାଣ୍ଡି, ଥୁଆମୂଲ୍ ରାମପୁର ର କାଣିଗୁମା ରେ coffe plantation ବନେଇ ସେ ଜାଗର ଦେଖ ରେଖ କରୁଛନ ଆମର ଆଦିବାସୀ। ଲାଞ୍ଜିଗଡ଼ ର ନିୟମ ଗିରି ରେ ଉତ୍ପାଦନ କାରୁଛନ strawberry ????। ଧାନ, କାନ୍ଦୂଲ୍, ମାଣ୍ଡିଆ,ଆଦି ଫସଲ ଉତ୍ପାଦନ କରି ଭାରିଯାଇସି ଚାଷୀର ମନ୍।ହରା ଭରା ଚାଷ ଜମି ଦେଖି ଫୁଟି ଉଠସି ଚାଷୀ ର ମୁଁହେଁ ହସର୍ ଲହରୀ। ଛୁଆ କେ ସମ୍ଭାଳିଲା ଭଳିଆ ଚାଷୀ ପାଲସି ତାର ଫସଲ କେ। ଦିନ ସାରା ଖଟି ସର୍ଲା ପରେ ସନ୍ଧ୍ୟା ରେ ଲୋକ ମାନେ ମାତି ଯାଏସନ୍ ଢୋଲ କୀର୍ତ୍ତନ ରେ । ଝୁମି ଯାଏସନ୍ ମାଦଳ ଆଉ ମହୁରୀ ର ତାଳେ ତାଳେ। ଡାଲଖାଇ , ମାଇଲା ଯୋଡୋ ଗୀତ ଗାଇ ମନୋରଞ୍ଜନ ସହ ନିଜର କଳା କେ ବଞ୍ଚେଇ ରଖ ସନ୍ । ସୀଙ୍ଗାରି ଯାଇସି କଳାହାଣ୍ଡି ର ବଜା ସାଲ, ମହକି ଜାଇସି କୁରେଫୁଲ ର ବାସ୍ନା। ବାଜା ସାଳର ବଜା ରେ ନାଚି ଯାଇଶି ଲୋକ୍ ମନ୍ କର ପାଦ।ଧାଙ୍ଗିରି ଧଙ୍ଗରା ର ନାଚ ଦେଖି ଦେଲେ ଆଉ ନାଇ ଲାଗେ ଝୁମୁରା। ତାକର ହସ ହସି ମୁହଁ ଦେଖି ପ୍ରଫୁଲ୍ଲ ହେଇ ଯାଇସୀ ମନ୍। ସୁଭୁ ଥିଶି ସର୍ବେଶ୍ଵର ଭୋଇ ର ଚିକ୍ରି ଚିକ୍ରୀ ଗୀତ । ତାଙ୍କର ଗୀତ ଲେଖା ରେ ପ୍ରକୃତି ଆଉ ଜନ ଜୀବନ କଥା କେ ସବୁ ବେଳେ ମିଲ୍ସି ନୂଆ ଜୀବନ। କଳାହାଣ୍ଡି ର ବିର ବାଦ୍ୟ ହଉଛି ଘୁମୁରା ,ପାଦରେ ଘୁଙ୍ଗୁର ମୁଡେ ମୟୂର ଚୂଳ ପିନ୍ଦି ନାଚସନ୍ ଘୁମୁରା ଦଳ । ଢୋଲ, ନିଶାନ, ଲୋକ ମନ୍ କର ବେଶ୍ ବୁସା ଆଉ ଉତ୍ସାହରେ ଦୂଲ୍କି ଜାଏସି ଛତର ଯାତ୍ରା। ମନେ କେତେ ଆଶା ନେଇ ଦେବୀ କେ ପୂଜା କରି ଆଇସନ୍ ଲୋକ। ଜୁନାଗଡ ର ଖଣ୍ଡା ବସା , ଆମପାଣି ର ବୁଢ଼ାରଜା , ଥୁଆମୁଲ ରାମପୁର ର ଖନ୍ଦା ମଡ଼ା, ତାଲଗୁଡ ର ମାଁ ଦୋକରୀ ବୁଡ଼ି ଯାତ୍ରା ଏନ୍ତା ଅନେକ ଜାଗାରେ ଦଶହରା ଆକର୍ଷଣ କର୍ଶି ଜନ ଜୀବନ କେ। ନୂଆ ଖାଇ ରେ ବର୍ଷର ପ୍ରଥମ ଧାନ ଅର୍ପଣ କର୍ଶନ ଇଷ୍ଟଦେବୀ କେ ଆଉ ନୂଆ ଖାଏସନ୍ ଲୋକ ମାନେ ଯିଏ ଯେତେ ଦୁରେ ଥିଲେ ବି ସେ ଦିନ ଗୋଟେ ପାଖେ ହୀ କରି କୃତଜ୍ଞତା ଜନେଇସନ୍ ସବକେ।କୃତ୍ୟଜ୍ଞତା ଜଣେଇ କହେସନ୍ ଲୋକ ମାନେ ନୂଆ ଧାନର ଖେଡେ ହାତେ ନୂଆ ଖାଇ ତିହାର। ନୂଆ ଭାବ ବିଚାର ସନେ କଳାହାଣ୍ଡିଆ ଜୁହାର। ରେଣ୍ଡୋ ମାଝୀ , ଲକ୍ଷ୍ମଣ ନାୟକ, ଯୋଗବ୍ୟାସ ଭୋଇ, ଭଳି ଆହୁରି ଅଛନ କେତେ ସନ୍ତାନ ଇ ମାଟିର ଗୌରବ, ଭୁବନେଶ୍ୱର ବେହେରା କଳାହାଣ୍ଡି ର ପ୍ରଥମ ଇଂଜିନିୟର ବାହାରି ହୀରାକୁଦ ଆଉ ଇନ୍ଦ୍ରାବତୀ ର ଭିତ୍ତି ପ୍ରସ୍ତର ସ୍ଥାପନ କରି ଦେଇଛନ। ଭାଗିରଥି ଖମାରୀ ଭାଗିରଥି ପାର୍କ କରି ସଜେଇ ଦେଇଛନ୍ କଳାହାଣ୍ଡି କେ। ଚିଚି ଗୁଡ଼ା ର ହାବେଷ୍ପୁରି ସାଡ଼ି , ଖୋଇର ପଦର୍ ର କାଠ କାମ କଳାହାଣ୍ଡିର କାରୁକାର୍ଯ୍ୟ ର ପ୍ରତୀକ । ଇ ଜାଗାରେ ରାଜ ମହଲ ମନେ ରହିଛି ପୁରୁଣା କାଳ ର କାରିଗରୀ ର ପ୍ରତିଭା। ରତ୍ନ ପଥର,ବକ୍ସାଇଟ, ଆଲୁମିନିୟମ ଭଳିଆ ଖଣି ମିଲସି କଳାହାଣ୍ଡି ରେ। କଳାହାଣ୍ଡି ର ସଂସ୍କୃତି କଳା ର ପ୍ରତିଭା କେ ଲୋକ ଲଚନ କେ ଆନ୍ ବା ଲାଗି ମୋନା ହେଶି କଳାହାଣ୍ଡି ଉତ୍ସବ । ଲୋକ ମନ୍ କର ଭିଡ଼ କଳାହାଣ୍ଡିଆ ବଜା ଆଉ ନାଚ କେତେ ସୁନ୍ଦର ଲାଗି ଯାଏସୀ। ଛୁଆ ରୁ ଆରମ୍ଭ କରି ବୁଢା ଯାଏଁ ଭାଗ ନେଶନ , ଇ ଜାଗାର ମାଟି ପାଣି ପବନ ସବୁ କଳାହାଣ୍ଡିର କଳା ଆଉ ସଂସ୍କୃତି ର ଦିଗ ଦର୍ଶନ । ସତେ ଜେନ୍ତା ଇ ଜାଗାର ସଂସ୍କୃତି ଓ ପ୍ରକୃତି ଜନମ ଜନମ ରୁ ଯୋଡ଼ିତ । କଳାହାଣ୍ଡି ର ପ୍ରକୃତି ଆଉ ପରିବେଶ ସଂସ୍କୃତି କେ ସାହା ହେଶୀ । ମାଟିର ଛପର ଘର ହେଲେ ବି ଦୁଇ ମୁଠା ଖାଇବା କେ ମିଳିଲେ ।ଖୁସି ଇନର ଲୋକ। ନିଜର ସଂସ୍କୃତି ଆଉ ଲୋକ ମନ୍ କର ମଜେ ରହେଶନ କଳାହାଣ୍ଡି ର ଲୋକ ।
What's Your Reaction?






