ବାଲିଗୁଡାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି

Jul 29, 2025 - 20:50
 0  6
ବାଲିଗୁଡାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି

କନ୍ଧମାଳ:(ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସହକାରୀ କାର୍ଯ୍ୟନିର୍ବାହୀ ଜିଲ୍ଲା ପରିଷଦ ପ୍ରକଳ୍ପ ନିର୍ଦ୍ଦେଶକ ନରେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣିରେ ମୋଟ ୮୪ ଟି ଅଭିଯୋଗ ଆସିଥିବା ବେଳେ ୪୫ ଟି ଗୋଷ୍ଠୀଗତ ଓ ୩୯ ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା । ସମସ୍ତ ଅଭିଯୋଗ କୁ ଗୁରୁତର ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିଶ ବିଶି, ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ, ସହକାରୀ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡଃ ସାହୁ ,ତହସିଲଦାର ଦୀପ୍ତି ପ୍ରକାଶ ବେହେରା ,ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଦିନେଶ କୁମାର ସାହୁ ,ବିଡିଓ ଅକ୍ଷୟ କୁମାର ମଲ୍ଲିକ ,ସିଡିପିଓ କ୍ରୀଷ୍ଣା ପଣ୍ଡା , ଅବକାରୀ ଅଧିକାରୀ ସୁମିତ୍ରା ଦଲାଇ , ଏନଏସି ନିର୍ବାହୀ ଅଧିକାରୀ ବିବେକା ନନ୍ଦ ଦଳାଇ ,ଜିଲ୍ଲା ଶିକ୍ଷାଧିକାରୀ ରାଜେଶ କୁମାର ସ୍ଵାଇଁ ,ବ୍ଲକ ଶିକ୍ଷାଧିକାରୀ ମହେଶ୍ଵର ମାଝି ଙ୍କ ସମେତ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଜଳଯୋଗାଣ, ଗ୍ରାମ୍ୟ ଉନ୍ନୟନ, ମୂର୍ତ୍ତିକା ସଂରକ୍ଷଣ, ଜଙ୍ଗଲ ବିଭାଗ , ଅବକାରୀ, ଗ୍ରାମ୍ୟ ନିର୍ମାଣ ,କୃଷି ,ଉଦ୍ୟାନ ପ୍ରମୁଖ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ୧୪ଟି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ହିତାଧିକାରୀଙ୍କ ମୋଟ ଅଭିଯୋଗ ଶୁଣିଥିଲେ। ମୁଖ୍ୟତଃ ରାସ୍ତାଘାଟ, ପାନୀୟଜଳ ,ଭତ୍ତା ପ୍ରଦାନ, ବିଦ୍ୟୁତ ସମସ୍ୟା, ମୋବାଇଲ ଟାୱାର ନିର୍ମାଣ, ଆବାସ ଗୃହ ପ୍ରଦାନ, ଜମିଜମା ସମସ୍ୟା ସମେତ ବିଭିନ୍ନ ବିଦ୍ୟାଳୟରେ ରହିଥିବା ଶିକ୍ଷକ ସମସ୍ୟା ସମ୍ପର୍କରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବିଭାଗର ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ |

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ