।। ଜୟପାଟଣା ଗ୍ରାମପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା 2025 ମହା ସମାରୋହ ଅନୁଷ୍ଠିତ ।।

Jan 6, 2025 - 20:09
 0  7
।। ଜୟପାଟଣା ଗ୍ରାମପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା 2025 ମହା ସମାରୋହ ଅନୁଷ୍ଠିତ ।।

ଜୟପାଟଣା ୦୫-୦୧-୨୦୨୫(ଫାଷ୍ଟ ନ୍ୟୁଜ ଓଡ଼ିଶା /କଳାହାଣ୍ଡି-ଅତିରିକ୍ତ ଜିଲ୍ଲା ପ୍ରତିନିଧି-ବାବୁଲି ହରିଜନ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ଜୟପାଟଣା ଠାରେ ଗ୍ରାମପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା 2025 ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି ।ସର୍ବ ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଡକ୍ରୀ ବୁଢ଼ୀ ଙ୍କ ପୀଠରେ ପୁଜା ଅର୍ଚ୍ଚନା ପରେ ମଶାଲ ସହିତ ନଗର ପରିକ୍ରମା କରି ଗ୍ରାମପଞ୍ଚାୟତ ପ୍ରାଙ୍ଗଣ ଉତ୍ସବ ସ୍ଥଳୀରେ ପହଞ୍ଚି ସକାଳ 9 ଘଣ୍ଟା ସମୟରେ ମଞ୍ଚ ଉଦ୍ଘାଟନ କରି ଜନସାଧାରଣ ଙ୍କ ପାଇଁ ସ୍ବତନ୍ତ୍ର ଭାବେ ମହିଳା ମଧ୍ୟରେ ହୁଳହୁଳି,ଶଙ୍ଖ ଫୁଙ୍କା,ମେହେନ୍ଦି,ଝୋଟି,ମୁରୁଜ,ଚଉକି ବସା,ଓ ଛାତ୍ର ଛାତ୍ରୀଙ୍କ ପ୍ରବନ୍ଧ,ଚିତ୍ରାଙ୍କନ, ଗୀତ,ସାଧାରଣ ଜ୍ଞାନ, ପ୍ରତିଯୋଗିତା କରାଯାଇଥିଲା ସନ୍ଧ୍ୟା 6 ଘଣ୍ଟା ସମୟରେ ଉଦଯାପନୀ ଉତ୍ସବ ରେ କୃତୀ ପ୍ରତିଯୋଗି ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣି ସହ ଘୁମୁରା ଓ ଅନ୍ୟାନ୍ୟ ଆଞ୍ଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦ୍ଘାଟନୀ ଓ ଉଦ୍ ଜାପାନୀ ଉତ୍ସବ ର ସଭାପତି ସରପଞ୍ଚ ମୌସୁମୀ ଡୋଙ୍ଗରି, ମୁଖ୍ୟ ଅତିଥି ସମିତି ସଭ୍ୟା ରଶ୍ମିତା ଦୁରିଆ, ସମ୍ମାନିତ ଅତିଥି ସମସ୍ତ ୱାର୍ଡ଼ ସଭ୍ୟ,ସଭ୍ୟା, ଓ ଉଦଯାପନୀ, ଉତ୍ସବ ସନ୍ଧ୍ୟାରେ ମୁଖ୍ୟ ଅତିଥି ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଧର୍ମ ରାଜ ମାଝି,ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଶେଷ ଦେବ ବେହେରା,ସମ୍ମାନିତ ଅତିଥି ସମିତି ସଭ୍ୟା ରଶ୍ମିତା ଦୁରିଆ,ପୂର୍ବତନ ସମିତି ସଭ୍ୟ ତୀର୍ଥ ରାଜ ଦଳପତି,ପୂର୍ବତନ ସରପଞ୍ଚ ଅର୍ଣ୍ଣ ଦଳପତି,ପୂର୍ବତନ ସରପଞ୍ଚ ଦିଲିପ ରାଉତ, ପ୍ରମୁଖ ଯୋଗଦେଇ କଳାହାଣ୍ଡି ର ଇତିହାସ ଓ ଉତ୍ସବ ର ଲକ୍ଷ୍ୟ ଉପରେ ଆଲୋକ ପାତ କରି ଜନସାଧାରଣ ତଥା ବିଶେଷ କରି ଆଜିର ଯୁବକ ସଂସ୍କାରିତ ଚରିତ୍ର ବାନ ହୋଇ ଅଞ୍ଚଳର ବିକାଶ ରେ ନିଜକୁ ସାମିଲ କରିବା ଭଳି ଅନେକ କଥା ବକ୍ତା ମାନେ କହିଥିଲେ । ପର୍ଯ୍ୟବେକ୍ଷକ ଭାବେ ସାମ୍ବାଦିକ ଅମଜାଦ ଖାଁ,ରାଜୁ ପାହଡ, ଯୋଗ ଦେଇଥିଲେ ।ଏ ଅବସରରେ ଭାଷା ସାହିତ୍ୟ ଉପରେ ଅବସରପ୍ରାପ୍ତ ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଲେଙ୍କା,ରାହାସ ସଙ୍କୀର୍ତ୍ତନ ପ୍ରତିଷ୍ଠାତା ଭାବେ ଶ୍ରୀଯୁକ୍ତ ବେଣୁ ମୁଣ୍ଡ,ଜଣେ ଦକ୍ଷ କ୍ରୀଡାବିତ,ସଂଗଠକ,ସମାଜସେବା, ବିଭିନ୍ନ ଜନକଲ୍ୟାନ କାର୍ଯ୍ୟରେ ସମ୍ପୃକ୍ତ ପାଇଁ ଶ୍ରୀଯୁକ୍ତ ପ୍ରକାଶ ଦୂରୀ ଆ,ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ଦଳପତି ଯୁବ ଆଦର୍ଶ ଭାବେ ଓ ଶ୍ରୀଯୁକ୍ତ ଆବାସ ସାହୁ ଙ୍କୁ ପଶୁ ମାନଙ୍କ ଭଲପାଇ ଯଥା ବୁଲା କୁକୁର,ଗାଈ ଙ୍କୁ କୋରନା ସମୟରୁ ନିଜସ୍ଵ ଖର୍ଚ୍ଚରେ ଖାଇବା ଦେଇ ଦୁର୍ଘଟଣା ତଥା ଅନ୍ୟାନ୍ୟ ସମୟରେ ଯତ୍ନ ନେଉଥିବା ପାଇଁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।ମଞ୍ଚ ପରିଚାଳନା ଶ୍ରୀ ଚିତ୍ତ ରଞ୍ଜନ ଦଳପତି,ଯୋଷଦ ପଟ୍ଟନାୟକ ,ଆବାହକ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳାଦ୍ରି ମେହେର, ସରୋଜ ସାହୁ,ଅନାମ ସାହୁ,ୱାର୍ଡ଼ ସଭ୍ୟ ତରୁଣ ନାଗ,GRS ଖଗପତି ନାଏକ ସହ ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା ତଥା ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ବେଳେ ।ଚିତ୍ତରଞ୍ଜନ ଦଳପତି ଧନ୍ୟବାଦ୍ ଅର୍ପଣ କରିଥିଲେ ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ